STORYMIRROR

pranati Mahapatra

Tragedy

3  

pranati Mahapatra

Tragedy

ଏକା ଏକା

ଏକା ଏକା

1 min
422


ବୋଧହୁଏ ସେ ଏକା।କେତେବେଳେ ଦେହ ଖରାପ ହେଲେ କଷ୍ଟେ ମଷ୍ଟେ ଟାଣି ଘୋଷାଡି ହୋଇ ଡାକ୍ତରଖାନା ଯାଏ ତ,ନ ହେଲେ ଏକା ଏକା ପଡିଥାଏ।

ପାରିଲେ ଚୁଲିରୁ ଧୂଆଁ ଉଠେ ନହେଲେ ଉପବାସ।ନିଜ କଷ୍ଟ ପାଇଁ ଘରକୋଣରେ ସମସ୍ତଙ୍କ ଅଲକ୍ଷ୍ୟରେ ଲୁଚେଇ ଲୁଚେଇ କାନ୍ଦେ।ନା ତା କଷ୍ଟରେ କେହି ଆହାଃ କହେ ନା ଉପବାସରେ ଥିଲେ କେହି ଗଣ୍ଡେ ବାଢିଦିଏ।ତଥାପି ନିଜ ଲୁହ ନିଜ କୋହ ସାଥେ ନିଜେ ସାଲିସ କରେ।

ନିଜ ଦୁଃଖରେ ଜୋରରେ ନିଜେ ନିଜେ ହସେ ତ ସୁଖବେଳେ ଭୋ ଭୋ ହୋଇ କାନ୍ଦେ। ସମସ୍ତେ ଥାଇ ବି ସେ ସବୁବେଳେ ଏକା ଏକା। ଅନ୍ୟ ପାଖରେ ହସିବାର ଅଭିନୟ କରେ।ଅନ୍ୟର ଦୁଃଖକଷ୍ଟରେ ଯଥାସମ୍ଭବ ଠିଆ ହୁଏ।


ତା ପାଇଁ କେହି ନ ଥାଏ।ନା ସେଥିପାଇଁ ସେ ଅଭିଯୋଗ ବାଢେ ନା ଅଭିମାନ କରେ।


କାରଣ ସେ ନିଃସ୍ଵ, ସରଳ ବିଶ୍ଵାସୀ,ଛନ୍ଦ ମାୟା ହୀନ। ସବୁଠାରୁ ବଡ଼ କଥା ହେଲା ,ସେ ଗରିବ। ସମସ୍ତେ ଗରିବ ଅଭାବୀ ପଣିଆର ଉପହାସ କରନ୍ତି। ତା ସରଳତାର ସୁଯୋଗ ଉଠାନ୍ତି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy