ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
ପ୍ରେମ ସତ୍ୟ ଶିବ ସୁନ୍ଦର ;ପ୍ରକୃତ ପ୍ରେମରେ ଆବିଳତା ନଥାଏ ! ପ୍ରେମସଂପର୍କର ସେତୁବନ୍ଧ; ଦୁଇଟି ଆତ୍ମାର ପବିତ୍ର ମିଳନ !!ପ୍ରେମ ଜୀବନର ଚିର ସହଚର ; ଜନ୍ମ ଠାରୁ ମୃତ୍ଯୁ ପର୍ଯନ୍ତ ପରିବ୍ୟାପ୍ତ !! ପ୍ରେମର ଅନ୍ତ ନାହିଁ ସେ ଅନନ୍ତ !! କହିବାର ବାହୁଲ୍ୟ ଏହିକି ଯେ - ପ୍ରେମର ସଂଜ୍ଞା କଣ,
ଜଣିବା ପାଇଁ ନୂଆ ପ୍ରେମିକ ସାଜିଥିବା ଆମ ଗାଁ ରାଧୁଆ ପୁଅ ସନିଆ ଦିନେ ଏକାନ୍ତରେ ମୋତେ ପଚାରିଲା ;ମୁଁ ତାକୁ ପ୍ରେମର ପ୍ରକୃତ ସଂଜ୍ଞା କହିବା ଆଗରୁ ଉତ୍କଣ୍ଠାର ସହ ପଚାରିଲି ; ତୁ କାହାକୁ ଭଲ ପାଉଛୁ କିରେ ସନା ; ସନା ମୋତେ କଥାଲୁଚେଇ ବାକୁ ଚେଷ୍ଠା କଲା କିନ୍ତୁ ପାରିଲା ନାହିଁ !!ପରିଶେଷରେ ମୋ ପ୍ରଶ୍ନ ବାଣରେ ଘାଇଲା ହୋଇ ଝିଅଟିର ନାମ ମୋ ଆଗରେ ପ୍ରକାଶ କରିଥିଲା ସତ୍ୟ ; କିନ୍ତୁ ଝିଅଟିର ନାମ ପ୍ରକାଶ କରିବା ପୂର୍ବରୁ ମୋତେ ଏକ ସର୍ତ୍ତ ରକ୍ଷା କରିବାକୁ ପଡିବ ବୋଲି ଦୃଢ କଣ୍ଠରେ କହିଥିଲା ! ମୁଁ ତାକୁ କହିଲି କିପ୍ରକାର ସର୍ତ୍ତ ତୁରନ୍ତ କହ ମୋର ସମୟ ନାହିଁ ତୋ"ସାଥୀରେ ଗପିବକୁ ;!! ସନାର ସର୍ତ୍ତ ଏଇଆ ଥିଲା ଯେ -ଯେହେତୁ ଆପଣ ଜଣେ ମାନ୍ୟ ଗଣ ବ୍ୟକ୍ତି କଥାଟି ଶୁଣିଲା ପରେ କାହା ଆଗେ କହିବେନି !! କହିଁକିନା ଯଦି ଆଉ କେହି ଶୁଣିଦେବ ତାହାଲେ ବହୁତ ଅସୁବିଧା ହବ.;ମୋତେ ସମସ୍ତେ ଗାଳି ଫଜିତ୍ କରିବେ ;ଆଉ କହିବେ ବାମନ ହୋଇ ଚାନ୍ଦକୁ ହାତ ବଢଉଚୁ !! ମୁଁ ସନାର ସର୍ତ୍ତ ରକ୍ଷା କରିବାକୁ ରାଜି ହୋଇ ଗଲି ଆଉ ରାଣ ଖାଇ କହିଲି ଦେଖ ସନା ମୋ ଉପରେ ତୋର ବିଶ୍ୱାସ ଅଛିତ ;ସନା ହଁ ଭରି ତା'ପ୍ରେମିକା ନାମଟି ମୋତେ କହିଲା ; ମୁଁ ସନା ଠାରୁ ତା' ଶୁଣି ଆଶର୍ଯ୍ୟ ପ୍ରକଟ କଲି ; ଆଉ ମନେ କହିଲି ଏଇ ବୋଧେ ପ୍ରେମ ;!!
ଝିଅଟିର ନାମ ହେଲା ସୁହାନୀ ; ଆମ ଗାଁ ପ୍ରେମାପଟ୍ଟନାୟର ଝିଅ ; ଭଲ ପାଠ ପଢେ ; ଗତ ବର୍ଷ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ସ୍ନାତୋକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଗାଁରେ ରହୁଛି ;! କିନ୍ତୁ ସନା ତା'ର ସମାସ୍କନ୍ଧ ହେବନାହିଁ ;! ସନାର ପାଠ ପଢା କମ୍ ; ସନା ଚଷାପୁଅ ; କ୍ଷେତି କରେ ; ସନାକୁ କେମିତି ଭଲ ପାଇଲା ସୁହାନୀ ;ଏହାର ରହସ୍ୟ କଣ ?? ଏହା କିପରି ସମ୍ଭବ ହେଲା ;
ନା "ସନା ମିଛ କହୁଛି ;ସୁହାନୀକୁ ଭଲ ପାଉଛି ବୋଲି !!
ଏହାର ଗୂଢଃ ରହସ୍ୟ କଣ ଜଣିବା ପାଇଁ ମୁଁ ସେମାନଙ୍କ ସମ୍ପର୍କର ସତ୍ୟାସତ୍ୟକୁ ବିଶ୍ଳେଷଣ କରିବାକୁ ଲାଗିିପଡ଼ିଲି !! ସନା କିମ୍ବା ସୁହାନିଙ୍କୁ ଏ ବିଷୟରେ କିଛି ନ ପଚାରି ; ମୁଁ ମୋ ବୁଦ୍ଧି ମତ୍ତାକୁ ପ୍ରୟୋଗ କରି ସିଦ୍ଧାନ୍ତରେ ଉପନୀତ ହେଲି ଯେ ସେମାନେ ପରସ୍ପରକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି !!
ସୁହାନୀ ଆଖିରେ ସନା ସୁନ୍ଦର ; ସନା ତା"ମନର ମଣିଷ ; ତା"ପ୍ରେମର ହସ ଫୁଲ ; ତା" ଜୀବନର ଚିର ବସନ୍ତ ! ଆଉ ତା" ସପନର ନୀଡ଼ ; ହୃଦୟର ସାଥୀ ; ପ୍ରେମ କିଛି ମାନେନା ; ଜାତି କି ଅଜାତି ; ଧନୀ କି ଗରିବ ;ସୁନ୍ଦର କି ଅସୁନ୍ଦର ; ପ୍ରେମ ଏକ ପବିତ୍ର ବନ୍ଧନ ; ଆଉ ଦୁଇଟି ଆତ୍ମାର ମିଳନ ; ସୁହାନି ସନାକୁ କେମିତି ଭଲପାଇଲା ଏଇ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ; କାରାଣ ଏହା ଅସମ୍ଭବ କିନ୍ତୁ ସନା ଏହାକୁ ସମ୍ଭବ କରି ସମାଜ ଆଖିରେ ପ୍ରେମିକ ପଦର ଅଧିକାରୀ ହୋଇସାରିଲାଣି !!
ପ୍ରକୃତ ତଥ୍ୟଟି ହେଉଛି ସନା ସିନା କମ୍ ପାଠ ପଡ଼ିଛି ; ପ୍ରଥମତଃ ସେ ଜଣେ ହୃଦୟ ବାନ ବ୍ୟକ୍ତି ; ସନା ଗରିବ ହୋଇପାରେ ; ସେ ପରୋପକାରୀ ! ସନା କ୍ଷେତରାଜା; ଚଷାପୁଅ ; ନିଜ ରକତ ନିଗାଡ଼ି ସୁନାର ଫସଲ ଅମଳ କରେ ; ସନା ଦେଖିବାକୁ ସୁନ୍ଦର ; ଠିକ୍ ସିନେମାର ଅଭିନେତା ପରି ;! .ସନାକୁ ସବୁ ପିନ୍ଧା ବସ୍ତ୍ର ସାଜେ ; ସନା ଗାଁଆ ଡ୍ରାମାରେ ହିରୋ ରୋଲ୍ ରେ ଅଭିନୟ କରେ ; ସମସ୍ତେ ତାଙ୍କୁ ଭଲପାଆନ୍ତି ; ଆଉ ତା ଅଭିନୟରେ ମୁଗ୍ଧହୋଇ ସନାକୁ ପୁରସ୍କୃତ କରନ୍ତି ;!!
ଏତେ ସବୁ ଗୁଣର ଅଧିକାରୀ ସନାକୁ ଭଲପାଇ କିଛି ଭୁଲକରିନାହିଁ ସୁହାନୀ ; ସୁହାନୀ ତ ପ୍ରେମା ଭାଇର ଗୋଟିଏ ବୋଲିଝିଅ ; ପ୍ରେମା ଭାଇ କଣ ରାଜି ହବ ସନା ହାତରେ ଝିଅଟିକୁ ଟେକିଦବ? ଏହିପରି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା ଉଭୟ ପ୍ରେମିକ ଓ ପ୍ରେମିକାଙ୍କ ମନରେ ; ସେମାନେ ଆଶଙ୍କାରେ ଥିଲେ ;ଏ ତଥା କଥିତ ସମାଜର ବିରୋଧାଭାଷ ପାଇଁ ; ସନା ଚଷା ପୁଅ ଆଉ ସୁହାନୀ କରଣଘରର ଝିଅ ; ଜାତିରେ ବେଶି କିଛି ଫରକ ନଥିଲା ;ଉଭୟ ସବର୍ଣ୍ଣ ଜାତିର ହୋଇ ମଧ୍ୟ ପ୍ରେମକୁ ସ୍ୱୀକୃତି ଦେବାକୁ ଉଭୟକୁ ଜୀବନ ଦେବାକୁ ପଡ଼ିଥିଲା ; ଏ ପ୍ରେମ ମଉଳୀ ଯାଇଥିଲା ; ଧନୀ ଗରିବ ପ୍ରଭେଦ ଭିତରେ ; ଜାତିପ୍ରଥାର ବିଭୀଷିକା ମଧ୍ୟରେ ;ଆଉ ପ୍ରେମ ଭସ୍ମ ହୋଇଯାଇଥିଲା ଗର୍ବ ଆଉ ଅହଂକାର ଭିତରେ ; ପ୍ରେମ ଦୀପ ଲିଭିଯାଇଥିଲା କଅଁଳ ବୟସର ଚରମ ନିଷ୍ପତି ଉପରେ !! ଏଠି ଶିକ୍ଷାର ମହତ୍ତ୍ୱ ବଳିପଡ଼ିଗଲା ଅନ୍ଧାରି ମୁଲକରେ !!
ନିଶାର୍ଦ୍ଦ ରାତ୍ରୀରେ ଦୁଇଟି ନିରୀହ କୋମଳ ଅତ୍ମା ଜୀବନ ହାରିଦେଲେ ରେଳ ଧରଣାରେ ଅବିଳମ୍ବେ କେବଳ ସମାଜର ଟିକେ ସ୍ୱୀକୃତି ପାଇଁ ; ଉଭୟ ପରିବାର ନିଜ ନିଜ ଜିଦ୍ ଆଗରେ ସିନା ହାର ମାନିଲେନି କିନ୍ତୁ ତାଙ୍କର ଯେଉଁ ଅପୂରଣୀୟ କ୍ଷତି ହେଲା ତହା କେଵେ ବି ପୂରଣ ହୋଇ ପାରିବନି ; ସେମାନେ ବଞ୍ଚିଥିବା ଯାଏ ଗୁମୁରି କାନ୍ଦିବେ ; ଏଇବୋଧେ ପ୍ରେମ !! ସୁହାନି ତୁମକୁ ସନାର ରାଣ ଆଉ ଆସିବନି ପ୍ରେମ ଫଗୁଣ ଏ କଥା ଉଭୟଙ୍କ ମୃତ୍ଯୁ ପୂର୍ବର ; ଏଇ ବୋଧେ ପ୍ରେମ !!ଜନ୍ମ ଜାତକର ;!
sadananda sahoo"( employee)
central jail; cuttack ; choudwar
email-mrssahoo1977@gmail.com
mobile 9777361178
