STORYMIRROR

Sudhanshu Bal

Inspirational

3  

Sudhanshu Bal

Inspirational

ଏ ରଙ୍ଗ ରହିଲେ ହେଲା

ଏ ରଙ୍ଗ ରହିଲେ ହେଲା

2 mins
137


ଯେବେ ବି ଶାଶୁ ,ନଣନ୍ଦ କିମ୍ବା ଆଉ କେହି ସମ୍ପର୍କୀୟ ଫୋନ୍ କରନ୍ତି ସବୁ ବେଳେ ସ୍ମିତାର କେବଳ ଫୁଟାଣିଆ କଥା। କଣ ଯେ ବାଙ୍ଗାଲୋରରେ ୫-୧୦ ବର୍ଷ ହେଲା ରହି ଆସୁଛି , ଭାବୁଛି ଯେମିତି ବିଦେଶରେ କୋଉଠି ରହୁଛି । ତା ମୁହଁରୁ ବାଙ୍ଗାଲୋର ଶୁଣିବାକୁ ପାଇ ନାହାନ୍ତି କେବେ କେହି ସବୁ ବେଳେ କହିବ ଆମେ ଇଣ୍ଡିଆର ସିଲିକନ୍ ସିଟିରେ ରହୁ । ସ୍ୱାମି ଭଲ ପୋଜିସନରେ ଅଛନ୍ତି ବୋଲି ଭାରି ଗର୍ବ । 


ଯେବେ କରୋନା ସଂକ୍ରମଣ ଆସ୍ତେ ଆସ୍ତେ ଚାରି ଆଡେ ବ୍ୟାପିବାକୁ ଲାଗିଲା, ଶାଶୁ କେତେ ଥର ସ୍ମିତାକୁ ଫୋନ୍ କରି କହିଛନ୍ତି ଯେ ଛୁଆ ପିଲାଙ୍କୁ ଧରି ଘରକୁ ପଳେଇ ଆସିବାକୁ ହେଲେ ସ୍ମିତା କୁହେ ସେଠି ସେମିତି ସୁବିଧା ସୁଯୋଗ ନାହିଁ , ତା ପରେ ସେଠି ଯେମିତି କରୋନା ବଢୁଛି , ତା ଠୁ ଏଠି ରହିବା ଭଳ, ସେମାନେ ଏଠି ଖୁବ୍ ସେଫ୍ ଅଛନ୍ତି । ତା ପରେ ଓଡ଼ିଶା ଗଲେ ପିଲା ଅନଲାଇନ କ୍ଲାସ୍ ଆଟେନ୍ଦ୍ କରି ପାରିବେନି, ସେଠି ଇଣ୍ଟରନେଟ୍ ସୁବିଧା ଏତେ ନାହିଁ । ଭଲ ହସ୍ପିଟାଲଟେ ମଧ୍ୟ ନାହିଁ ,ସେ ଯାଇକି ସେଠି ଖାପ୍ ଖୁଏଇ ଚଳି ପାରିବନି । ବେଖାତିର୍ ଭାବେ କଥା ଆଡେଇ ଦିଏ । ଶାଶୁ କିଛି ନ କହି ଚୁପ୍ ରୁହନ୍ତି ।


ଏଇ କିଛି ଦିନ ହବ ସ୍ମିତା ରହୁଥିବା ଆପାର୍ଟମେଣ୍ଟ ସେକେଣ୍ଡ ଫ୍ଲୋରରୁ ୫ ଜଣ କରୋନା ପୋଜେଟିଭ୍ ଚିହ୍ନଟ ହେଇଛନ୍ତି । ଆପାର୍ଟମେଣ୍ଟ ସାରା କୋକୁଆ ଭୟ । ଆପାର୍ଟମେଣ୍ଟରେ ରହୁଥିବା ପ୍ରାୟେ ଲୋକ ଯେଝା ଯେଝା ଘରକୁ ଯିବାକୁ ବାହରିଲେଣି । ଆପାର୍ଟମେଣ୍ଟ ବି ଏବେ ସିଲ୍ ହେବା ଉପରେ । ଏପଟେ ସାନ ପୁଅ ଦେହ ବି ଭଲ ନାହିଁ ,ଟିକେ ଥଣ୍ଡା ଜର କିଛି ଦିନ ତଳେ ହେଇଥିଲା । ସ୍ମିତା ଏବେ ପୁରା ଛାନିଆ । 


ଆଜି ସକାଳୁ ନୀତେଶ ସ୍ମିତା ଆଉ ଛୁଆଙ୍କୁ ଧରି ଓଡ଼ିଶା ପାଇଁ ବାହାରିଛନ୍ତି । ୧୦ଟାରେ ଫ୍ଲାଇଟ୍ । ଶାଶୁ ଫୋନ୍ କରି ଥିଲେ ଏବେ, ପଚାରିଥିଲେ ହଠାତ୍ ଘରକୁ ଆସୁଛ ଯେ । ଏପଟୁ ସ୍ମିତା କହୁଥିଲା, ନାଇଁ ବୋଉ ଏଇ ପିଲା ମାନେ ଜିଦ୍ କରୁଥିଲେ ତୁମକୁ ଆଉ ବାପାଙ୍କୁ ଦେଖିବାକୁ , ସେଥି ପାଇଁ ଆସୁଛୁ ନହେଲେ ଏଇ ସମୟରେ କାହିଁକି ଯାଇ ଥାନ୍ତୁ । ଶାଶୁଙ୍କୁ ସତ କହିବାକୁ ଆଉ ସାହସ ନଥାଏ, ସବୁ ଗର୍ବ ଭାଙ୍ଗି ଏବେ ଚୁରମାର । 


ଶାଶୁ ପୁଅ ନୀତେଶଠୁ ସବୁ ଜାଣି ସାରିଥିଲେ। ମୁର୍କି ହସଟିଏ ଦେଇ କହିଲେ ହଉ ଶୀଘ୍ର ଆସି ପହଁଚ ,ଗାଡ଼ି ଯାଇ ବିମାନ ବନ୍ଦରରେ ଠିଆ ହେଇଥିବ ତୁମ ଅପେକ୍ଷାରେ । ଏଠି ମୁଁ ସବୁ ବ୍ୟବସ୍ଥା କରି ଦେଇଛି ।


ଫ୍ଲାଇଟଟି ତୀବ୍ର ଗତିରେ ବାଦଲ ଚିରି ଆଗେଇ ଚାଲି ଥାଏ, ସ୍ମିତାର ମନଟା ପୁରା ଗ୍ଲାନିରେ ଭରି ସାରିଥିଲା । ସ୍ଵାଗତ ଜଣାଉଥିଲେ ମିଞ୍ଜି ମିଞ୍ଜି ଧାନ କିଆରୀ, ନଈ ପଠା ,ଅଙ୍କା ବଙ୍କା ରାସ୍ତା ସେଇ ଫ୍ଲାଇଟର ଛୋଟ ଉଇଣ୍ଡୋ ପେନରୁ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational