ଝରା ଫୁଲ
ଝରା ଫୁଲ


ବାବୁନା ଜନ୍ମଦିନ ଆଜି । କାଳି ରାତିରୁ ବାବୁନା ଆଖିରେ ନିଦ ନାହିଁ ।
ନୂଆ ଜାମା ପଟା ହେଇଛି ତା ପାଇଁ, ହେଲେ
ଖୁସି ନାହିଁ । ନରେନ୍ ବାବୁ ଆଉ ତାଙ୍କ ସ୍ତ୍ରୀ ସ୍ୱାଗତିକା ସହିତ ବାବୁନା କାରରେ ମନ୍ଦିର ଯିବ
। ସନ୍ଧ୍ୟାରେ ଭୋଜି ଭାତ ଆୟୋଜନ ହେଇଛି ।
ଭାରି ସୁନ୍ଦର୍ ଡଉଲ ଡାଉଲ ପିଲାଟିଏ ବାବୁନା । ସମସ୍ତଙ୍କର ଅତି
ପ୍ରିୟ । କିଏ ଗେହ୍ଲାରେ ଧନ, କିଏ ଦୁଃଖ ଡାକେ । ଜନ୍ମ ହେବା ପରେ ତାକୁ ଠିକ୍ ସେ
ମନେ ନାହିଁ ତା ବାପା ମା କିଏ । ଶିଶିର ବାବୁ ଏଇ ଜରାଶ୍ରମ କଥା ବୁଝା ବୁଝି କରନ୍ତି, ଆଜିକୁ ଠିକ୍ ୬ବର୍ଷ ତଳେ, ବୈଶାଖ ମାସ ଖରା ଦିନରେ ବାବୁନାକୁ ଏଠିକି ନେଇ ଆସିଥିଲେ । ସେତେବେଳେ ଛୁଆଟା ପ୍ରାୟେ
ବର୍ଷକର ହେଇଥିବ । ସବୁ ଦିନ ପରି ସେଦିନ ବି ଶିଶିର ବାବୁ କିଛି କାମରେ କଚେରି ଯାଇଥିଲେ, ବହୁତ୍ ଗରମ୍ ପଡ଼ିଥାଏ । ଫେରିଲା ବେଳେ ବହୁତ୍ ଶୋଷ ଲାଗିଲା ତାଙ୍କୁ, ଅଟକି ଗଲେ କିଣା ସାହୁ ଜଳଖିଆ ଦୋକାନ ସାମନାରେ ପାଣି ଦୁଇ ଢୋକେ
ପିବାକୁ । ପାଣି ପିଇବା ବେଳେ ତାଙ୍କ ଆଖି ପଡ଼େ ସେ ଛୁଆ ଉପରେ, ନାଳିଆ ଜମାଟେ ପିନ୍ଧି ଥାଏ ଆଉ କିଣା ସାହୁ ଦୋକାନ ପାଖରେ ଗୋଟେ
କୋଣରେ ଠିଆ ହେଇ ବଲ ବଲ କରି ଚାହୁଁଥାଏ ଦୋକାନରେ ଥିବା ମିଠା, ପକୁଡ଼ି, ବରାକୁ
।
ଶିଶିର ବାବୁଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିଲା । ଏତେ ଖରା ହଉଛି ତଥାପି
ଏ କୁନି ପିଲାଟା ଠିଆ ହେଇଛି, ତା ସହିତ କେହି ବି ନାହାନ୍ତି । ପାଣି ପି ସାରି ତା
ପାଖକୁ ଗଲେ, ତାକୁ କୋଳକୁ ନେଇ ପଚାରିଲେ
ଶିଶିର ବାବୁ : ଆରେ ତୋ ନା କଣ, ତୁ ଏଠି କଣ କରୁଚୁ ।
ହେଲେ ପିଲା ଟିର କିଛି ଉତ୍ତର ନାହିଁ, ସେମିତି ଅନେଇ ଥାଏ ।
ଶିଶିର ବାବୁ ପୁଣି ଦୋକାନୀକୁ ପଚାରିଲେ : ଭାଇ ଏ ପିଲାଟି କାହାର, ଏଠି କଣ କରୁଛି । ତା ଘର ଲୋକ କି ତା ବାପା ମା
କୁଆଡେ ଗଲେ ??
ଦୋକାନୀ : ଶିଶିର ବାବୁ ମୁଁ ବି ଜାଣି ନାହିଁ । କିଛି ସମୟ ଆଗରୁ ମୋ
ଦୋକାନରେ ବହୁତ୍ ଭିଡ଼ ଥିଲା, ଅନେକ ଲୋକ ଆସିଥିଲେ ଜଳିଖିଆ
ଖାଇବାକୁ । ତାଙ୍କ ଯିବା ପରେ ମୁଁ ଆଉ ନଜର ଦେଇ ନଥିଲି । ଏଇ ଏବେ ଦେଖୁଛି, ଏଇ ପିଲା ତା ଏଠି ଠିଆ ହେଇଛି ।ମତେ ଲାଗିଲା ବୋଧେ ତା ବାପା ମା କି ଘର ଲୋକ ଏଇଠି ଠିଆ
କରେଇ କୁଆଡେ ଯାଈଥିବେ ।
ଶିଶିର ବାବୁ : ନାଇ, ମତେ ସେମିତି କିଛି ଲାଗୁନି । ବ୍ୟାପାର ଅଲଗା କିଛି ଗୋଟେ ଅଛି ।
ସେ ପିଲାକୁ କୋଳକୁ ନେଇ ପୁଣି ଥରେ ପଚାରିଲେ, ବାବୁରେ ତମ ଘର କୋଉଠି, ତୋ ନା କଣ
କହ । ତୁ କହିଲେ ମୁଁ ତତେ ତମ ଘରେ ଛାଡି ଦେଇ ଆସିବି । ଏତେ ପଚାରିଲା ପରେ ସେ ପିଲା ପାଟିରୁ
ଖାଲି ଗୋଟିଏ ଶବ୍ଦ ବାହାରିଲା "ମାମା" ।
ଶିଶିର ବାବୁଙ୍କୁ ଆଉ ବୁଝିବାକୁ କିଛି ବାକି ନଥିଲା । ଶିଶିର ବାବୁ
ଠିକ୍ ବୁଝି ସାରିଥିଲେ ଯେ କିଛି ଚିହ୍ନକୁ ଲୁଚେଇବାକୁ ଯାଇ ଆଜି ଏ ପିଲାଟା ଅନାଥ । କେଜାଣି ସେ
ପିଲା ମୁହଁକୁ ଚାହିଁ ଶିଶିର ବାବୁ ଭାରି ବ୍ୟାକୁଳ ହେଇ ଉଠୁଥିଲେ । ତାକୁ କୋଳ ନେଇ ପଚାରିଲେ
କିଛି ଖାଇଛୁ, ନୀରହ
ଶିଶୁ ଟି ବରା, ମିଠା ଆଡକୁ ହାତ ବଢେଇ ଦଉଥିଲା ।
ଦୋକାନୀକୁ କହି ତାକୁ ଗୁଟେ ଠୁଁଙ୍ଗାରେ କିଛି ବରା ଆଉ କ୍ଷୀର ଗଜା ଦେଲେ ଆଉ ଖୁଏଇ ବି ଦେଲେ ।
ସେଠୁ ତାକୁ ନେଇ ପାଖ ପୋଲିସ ଷ୍ଟେସନରେ ଯାଇ ପହଞ୍ଚିଲେ । ହେଲେ ସେଠି ପୋଲିସ ବାବୁ ଗୋଟେ ମିଶିଂ ରିପୋର୍ଟ ଲେଖି ଶିଶିର
ବାବୁଙ୍କ ଜୀମାରେ ରସେ ପିଲାକୁ ରଖିବାକୁ କହିଲେ । ଯେହେତୁ ଶିଶିର ବାବୁଙ୍କ ନିଜର ଛୋଟିଆ
tify">ଜରଶ୍ରମ ଟେ ଥିଲା, ପୋଲିସ ନିଃସଙ୍କୋଚରେ ସେ ପିଲାକୁ ତାଙ୍କ ହେପାଜତ
ରଖିଲା ଯେବେ ଯାଏଁ କିଛି ଖୋଜ୍ ଖବର ସେ ପିଲା ଘର ଲୋକଙ୍କର ମିଳି ନାହିଁ ।
ଶିଶିର ବାବୁ ପିଲାଟିକୁ ନେଇ ଆସିଲେ ସାଙ୍ଗରେ । କେମିତି କେଜାଣି
ଗୋଟେ ଅଦ୍ଭୂତ ଶକ୍ତି ତାଙ୍କୁ ଟାଣି ନାଉଥାଏ ସେ ପିଲା ପାଖକୁ ।ଏଇ ପିଲାଟିକୁ ମିଶେଇ ତାଙ୍କ
ଜରାଶ୍ରମରେ ମୋଟ୍ ୧୫ ପିଲା । ଦିନ ବିତି ମାସ ଗଲା ଆଉ କିଛି ଖବର ମିଳିଲା ନାହିଁ । ସେତେବେଳକୁ
ଶିଶିର ବାବୁଙ୍କ ସ୍ନେହର ଡୋରି ପାଲଟି ଯାଇ ଥାଏ ସେ ପିଲା ଟି । ଶିଶିର ବାବୁ ତା ନା ଦେଇଥିଲେ
ବାବୁନା । ଖୁବ୍ ଭଲ ପାଆନ୍ତି ସେ ଜରାଶ୍ରମରେ ସଭିଏ ତାକୁ । ଶିଶିର ବାବୁ ବାବୁନାକୁ ଦଣ୍ଡେ ନା
ଦେଖିଲେ ପାଗଳ ହେଇ ଯାନ୍ତି । ଧିରେ ଧିରେ ବାବୁନା ବଡ଼ ହଉଥାଏ, ଯେତେ ବଡ଼ ହଉଥାଏ ସେତେ ସୁନ୍ଦର୍ ଦେଖା ଯାଉଥାଏ,
ଯେମିତି ସତେ ରାଜା ଛୁଆ ।
ଏଇ ଜରାଶ୍ରମ ବାବୁନା ସବୁ କିଛି ଶିଖିଛି, ନିଜ କପଡ଼ା ଲତା ଧୋଇବା ଆରମ୍ଭ କରିବାଠୁ, ଖାଇ ସାରି ବାସନ ମାଜିବା, ସକାଳୁ ଫୁଲ ତୋଳିବା,ଠାକୁର
ପୂଜା କରିବା, ଗୁରୁଜନଙ୍କ ସେବା କରିବା ଏମିତି
ଅନେକ କିଛି ।
ବାବୁନା ଆଖିରେ କେବେ କେହି ଲୁହ ଦେଖି ନାହାନ୍ତି । ସବୁ ବର୍ଷ
ଜନ୍ମଦିନରେ ଶିଶିର ବାବୁ ତା ପାଇଁ ନୂଆ ସାର୍ଟ ପ୍ୟାଂଟ କରି ଦିଅନ୍ତି, ସେଥିରେ ବାବୁନା ଭାରି ଖୁସି ।
ଏଇ କିଛି ଦିନ ତଳେ ଶିଶିର ବାବୁଙ୍କ ସାଙ୍ଗ ନରେନ୍ ଆଉ ତାଙ୍କ ଭାବି
ପତ୍ନୀ ସ୍ୱାଗତିକା ଆସିଥିଲେ ତାଙ୍କ ଜରାଶ୍ରମକୁ ବୁଲିବାକୁ । ବାବୁନାକୁ ଦେଖି ଭାରି ଖୁସି
ହୋଇଗଲେ । ତାଙ୍କର ବି ପିଲା ଛୁଆ କେହି ନଥାନ୍ତି ।ବାବୁନା ପାଖରେ ତାଙ୍କ ଆଖି ଲାଗି ଯାଇଥିଲା, ସେ ଶିଶିର ବାବୁଙ୍କୁ ଅନୁରୋଧ କରିଲେ ବାବୁନାକୁ
ନିଜ ପୁଅ କରି ନେଇ ଯିବାକୁ । ଶିଶିର ବାବୁଙ୍କ ଇଚ୍ଛା ନଥାଏ ହେଲେ ମନା କରି ପାରିଲେନି । କାଗଜ
ପତ୍ର ଆଇନ୍ ମୁତାବକ ପ୍ରସ୍ତୁତ ହେଲା, ଏବେ ସମୟ ଆସିଲା ବାବୁନାକୁ ନେଇ
ଯିବାର । ବାବୁନା କିଛି ବୁଝି ପାରୁ ନଥାଏ, ଯେ କଣ ସବୁ ହଉଛି । ଜରାଶ୍ରମରେ ସମସ୍ତଙ୍କ ମନ ଦୁଃଖ ଯେ ବାବୁନା
ତାଙ୍କୁ ଛାଡି ପଳେଇବ । ଶିଶିର ବାବୁଙ୍କ ଆଖିରେ ଲୁହ ହେଲେ ଲୁହକୁ ଚିପି ସେ ବାବୁନାକୁ କହିଲେ
ବାବୁରେ ତୁ ଏଇ ଅଙ୍କଲଙ୍କ ସହିତ ଯା, ଆଜି
ଠୁ ଏମାନେ ତୋ ବାପା ମା। ବହୁତ୍ ଖୁସିରେ ରହିବୁ ତାଙ୍କ ପାଖରେ, ବହୁତ୍ ଗେହ୍ଲା ପାଇବୁ । ହେଲେ ବାବୁନା ଯିବାକୁ
ଚାହୁଁ ନଥାଏ । କିନ୍ତୁ ସେ କେବେ ବି ଶିଶିର ବାବୁଙ୍କ କଥା ମନା କରେନି । ତା ସବୁ ଜିନ୍ସ ପତ୍ର
ନେଇ ବାହାରି ଗଲା ନରେନ୍ ବାବୁଙ୍କ ସହିତ ନିଜ ନୂଆ ଘରକୁ ।
ମନ୍ଦିର ଯାଇ ପହଞ୍ଚିଲେ ନରେନ୍ ବାବୁ ତାଙ୍କ ସ୍ତ୍ରୀ ସ୍ୱାଗତିକା ଆଉ
ବାବୁନା । ପୂଜା ଆରମ୍ଭ ହେଲା, ଅନେକ ପ୍ରକାରର ଫଳ ମୂଳ ଭୋଗ
ପାଇଁ ଆଣିଥାନ୍ତି ସ୍ୱାଗତିକା । ନୂଆ ଡ୍ରେସ୍ ପିନ୍ଧି ଥାଏ
ବାବୁନା । ବାବୁନାକୁ ପରିସ୍ରା ଲାଗିଲା, ସେ ପରିସ୍ରା ଗଲା । ହେଲେ ବାବୁନା ସେଠୁ ସିଧା
ଯାଇ ଜରାଶ୍ରମରେ ହାଜର । ଶିଶିର ବାବୁ ଦେଖି ଆଶ୍ଚର୍ଯ୍ୟ, କୁଣ୍ଢେଇ ପକେଇଲେ ତାକୁ ।
ବାବୁନା ଆଖିରେ ଆଜି ପ୍ରଥମ ଥର ଲୁହ ଦେଖିଥାନ୍ତି ଶିଶିର ବାବୁ ।
ବାବୁନା କହୁଥାଏ ଦାଦା ଆପଣ ମୋର ସବୁ କିଛି, ମତେ କିଛି ଦରକାର ନାହି । ମୁଁ ସେଠି ରହି ପାରିବିନି । ମୋ ପାଇଁ ଏଇଟା ହିଁ ସ୍ବର୍ଗ ।
ସେପଟେ ନରେନ୍ ବାବୁ ଆଉ ସ୍ୱାଗତିକା ଦେବୀଙ୍କ ଫୋନ୍ ଆସୁଥାଏ ଶିଶିର
ବାବୁଙ୍କୁ ବାବୁନା ନିଖୋଜ ହେବା କଥା ଜଣେଇବାକୁ ...
ଶୀତଳ ପବନ ବୋହି କିଛି ପତ୍ର ଝଡି ପଡୁଥାଏ ପାଖ ଗଛରୁ ।