Sudhanshu Bal

Drama Inspirational

3  

Sudhanshu Bal

Drama Inspirational

ୱାଟସ୍ ଆପ୍

ୱାଟସ୍ ଆପ୍

3 mins
52


ଏଥର ପୂଜା ଛୁଟିରେ ଯାଇଥିଲୁ ମୁଁ ଆଉ ମୋ ସ୍ତ୍ରୀ ଲିଙ୍କି ଘରକୁ । କଟକିଆ ହେଇ ଥିବାରୁ ଦୁର୍ଗା ପୂଜା କେବେ ମିସ୍ ହୁଏନା ,ଯେତେ ଅଫିସ୍ କାମ ଥିଲେ ପଛେ ଦୁର୍ଗା ପୂଜାରେ ଘରକୁ ଯିବା ନିଶ୍ଚିତ । 


ବେସ୍ ଭଲ ଭାବେ ପୂଜା ଛୁଟି ଟେ କଟିଲା । ଆଉ ତା ଉପରେ ବଉ ର ସୁଆଦିଆ ହାତ ପରଷା ଖାଇବା ଖାଇ ଆଉ ଆସିବାକୁ ଇଚ୍ଛା ହଉ ନଥାଏ । କଥାରେ ଅଛି ପରା ଘର ହିଁ ସ୍ବର୍ଗ । ବିଦେଶରେ ଯାଇକି ରହିଲେ ବି ସେ ଖୁସି ମିଳିବା କଷ୍ଟକର । କିନ୍ତୁ ମୋ ସ୍ତ୍ରୀ ଲିଙ୍କି ବେଶି ଦିନ ଘରେ ରହିବାକୁ ପସନ୍ଦ କରେ ନାହିଁ । ଏଥର ପୂଜା ଛୁଟି ରେ ଘରେ ଥିଲା ବେଳେ ଦେଖିଲି ଯେ ବାପାଙ୍କର ମୋବାଇଲ୍ ଫୋନ୍ ଟି ଅଧା ଭଙ୍ଗା ଅବସ୍ଥା, ସ୍କ୍ରିନ୍ ରେ ହଜାରେ ସ୍କ୍ରାଚ୍ , ଠିକ୍ ସେ ଆଉ ଚାର୍ଜ ନଉନି । ଭାବିଲି ନୂଆ ଆଣ୍ଡ୍ରଏଡ ମୋବାଇଲ୍ କିଣି ଦେଇ ଯିବି ଏଥର । ଲିଙ୍କି ବି ମୋ କଥା ରେ ଏକ ମତ ହେଲା । କିନ୍ତୁ ବାପା ଆମର ଟିକେ ପୁରୁଣା କାଳିଆ ଲୋକ ତାଙ୍କର ସେଇ ତ୍ରେତେୟା ଯୁଗ ନୋକିଆ ମୋବାଇଲ ଜିନ୍ଦାବାଦ । 


ସନ୍ଧ୍ୟାରେ ସ୍ବାମୀ ସ୍ତ୍ରୀ ଦୁହେଁ ମାର୍କେଟ ବାହାରିଗଲୁ । କଟକର ଗୋଟେ ଭଲ ମୋବାଇଲ ଷ୍ଟୋର ରେ ଯାଇ ଅନେକ ନୂଆ ନୂଆ ଆଣ୍ଡ୍ରଏଡ ସେଟ୍ ଦେଖିଲୁ । ଶେଷରେ ସ୍ଥିର କରିଲୁ ଯେ ବାପା ବଉ ଦୁଇ ଜଣଙ୍କ ପାଇଁ ଦୁଇଟା ଆଣ୍ଡ୍ରଏଡ ସେଟ୍ ନେଇକି ଯିବୁ । ବାପା ବେଳେ ବେଳେ କୋଉ କାମରେ ବାହାରକୁ ଯାଇଛନ୍ତି ,ବଉ ପାଖରେ ମୋବାଇଲ ଟେ ଥିଲେ ସୁବିଧା ଅସୁବିଧାରେ ଦରକାର୍ ପଡ଼ିବ । ଏଥର ଘରକୁ ୨ଟି ଆଣ୍ଡ୍ରଏଡ ନେଇ ଆସିଲୁ ।


ମୋବାଇଲ ଟି ଦେଖି ଆଗେ ତ ବଉ କିଛି ସମୟ ଯାଏଁ ଗର ଗର ହେଲା । ରୋଷେଇ ଘରୁ କହୁଥିଲା ଯେ କାହିଁକି ପଇସା ଏତେ ଖର୍ଚ୍ଚ କରୁଛୁ ହେଲେ ଭିତରେ ଭିତରେ ସେ କୋଉଠି ନା କୋଉଠି ଭାରି ଖୁସି ଥିଲା ,ମୁଁ ତା ଆଖିରୁ ପଢି ସାରିଥିଲି । ଏଥର ବେଳେ ଆସି ଯାଇଥିଲା ମୋବାଇଲ୍ ଶିକ୍ଷା ଯୋଗେଇ ଦେବା ପାଇଁ । ଲିଂକି ବାପା ବଉ ଦୁଇ ଜଣଙ୍କୁ ଆଣ୍ଡ୍ରଏଡ ମୋବାଇଲ କେମିତି ବ୍ୟବହାର କରାଯାଏ ଖୁବ୍ ଭଲ ଭାବେ ଶିଖେଇ ଦେଲା । କିନ୍ତୁ ମୁଁ ମାର୍କ କରିଥାଏ,ବଉ ର ଆଗ୍ରହ ବେଶି ଥିଲା । ସେଦିନ ବଉ ପଡିଶା ଘରକୁ ଯାଇଥିଲା ସେଠୁ ଶୁଣି ଦେଇ ଆସିଛି ୱାଟସ୍ଆପ୍ ବିଷୟରେ । ଆଜି ମତେ ଖାଇଲା ବେଳେ ପଚାରୁଥିଲା ଆରେ ଏ ୱାଟସ୍ଆପ୍ କଣ, ମତେ ଟିକେ ଶିଖେଇ ଦିଆନ୍ତୁନି । ମିଶ୍ର ବାବୁଙ୍କ ଝିଅ ଜୁଲି କହୁଥିଲା କୁଆଡେ ୱାଟସ୍ଆପ୍ ରେ ଭିଡ଼ିଓ କରି ସାମ୍ନା ଲୋକ କୁ ଦେଖି ହବ ,କଥା ହେଇ ହବ । ମୁଁ ହସି ଦେଇ କହିଲି ହଉ ବଉ ଆଉ ଅଳ୍ପ ଦିନ ରହିଲା ଆମ ଫେରି ଯିବାକୁ ,ମୁଁ ଲିଙ୍କିକୁ କହିବି ତତେ ଶିଖେଇ ଦବ । 


ଏଥର ଆରମ୍ଭ ହେଇଗଲା ୱାଟସ୍ଆପ୍ ଅଭିଯାନ । ବଉ ଡେଲି ସକାଳ ସନ୍ଧ୍ୟା ଲାଗି ଲିଙ୍କି ଠୁ ସିଖୁ ଥିଲା । କେଇଟା ଦିନରେ ପୁରା ପାରଙ୍ଗମ, ଭିଡିଓ କଲ୍ ଠୁ ଆରମ୍ଭ କରି ଚାଟ୍ କରିବା ଯାଏଁ । ପୂଜା ଛୁଟି ସାରି ଆସିଲା ,ଆମେ ଦୁହେଁ ଫେରି ଆସିଲୁ ପୁନେ । ଏବେ ଡେଲି ସକାଳୁ ଆଉ ବଉ ନୋର୍ମଲ୍ କଲ୍ କରୁନି ସିଧା ଭିଡିଓ କିମ୍ବା ଅଡିଓ କଲ୍ କରି ଦଉଛି ୱାଟସ୍ଆପ୍ ରେ । ବେଳେ ବେଳେ ଲିଙ୍କି ସହିତ ଚାଟ୍ ବି କରୁଛି ।


କିଛି ଦିନ ହବ ମୁଁ ଲିଙ୍କିର ସ୍ଵଭାବ ବଦଳିବା ଦେଖୁଛି । ବଉ ଟିକେ ସକାଳୁ ସକାଳୁ ୱାଟସ୍ଆପ୍ କଲ୍ କରି ଦଉଛି କିମ୍ବା ଅଫିସ ସମୟ ରେ ତାକୁ ଅଡିଓ କଲ୍ କରି ଦଉଛି ବୋଲି ଲିଙ୍କି ଖୁବ୍ ଚିଡୁଛି । ୨ ଦିନ ତଳେ ଲିଙ୍କି କହୁଥିଲା କୁଆଡେ ମୋ ବଉ ତା ନିଦ ଖରାପ୍ କରୁଛନ୍ତି ସକାଳୁ ସକାଳୁ । ସବୁ ବେଳେ ଫୋନ୍ କରୁଛନ୍ତି ତାକୁ । ସେ ବହୁତ୍ ଦିଷ୍ଟର୍ବ୍ ହଉଛି । 


କାଲିର ଘଟଣାର ମତେ ଖୁବ୍ ଆଘାତ ଦେଇଛି, ବଉକୁ ଲିଙ୍କି ବ୍ଲକ୍ ଲିଷ୍ଟ୍ ରେ ପକେଇ ଦେଇଛି । କାଲି ଦିନ ସାରା ବଉ ଯେତେ କଲ୍ କରି କରି ଲାଗି ନାହିଁ । ସନ୍ଧ୍ୟାରେ ମତେ କଲ୍ କରି ପଚାରୁଥିଲା ,ବହୁ ଦେହ ଭଲ ନାହିଁ କିରେ ,ଆଜି ବହୁତ୍ ଥର ଫୋନ୍ ଚେଷ୍ଟା କରିଛି ହେଲେ ,କଣ ଗୋଟେ ଈଂଲିଷ୍ ରେ କହି କାଟି ଯାଉଛି । ବାପା କିନ୍ତୁ ଠିକ୍ ବୁଝି ସାରି ଥିଲେ । 


ଆଉ ବଉର କେତେ ଦିନ ହବ କଲ୍ ନାହିଁ । ମୁଁ ବ୍ୟସ୍ତ ହେଇ ଆଜି ଫୋନ୍ କରିଥିଲି ବାପାଙ୍କୁ ,ପଚାରିଲି ଯେ ବଉ କାହିଁକି ଆଉ କଲ୍ କରୁନି ,ବଉ ବାପାଙ୍କୁ ଠୁ ଫୋନ୍ ନେଇ କହିଲା , ଧନରେ ଆଉ ମତେ ସେ ୱାଟସ୍ ଆପ୍ ଭଲ ଲାଗୁ ନାହିଁ, ମନ ପୁରି ଗଲା । ସେ ମୋବାଇଲ ଟା ମୁଁ ସେଇ ମୋବାଇଲ ଖୋଲରେ ପୁରେଇକି ରଖି ଦେଇଛି । ଏଥର ଆସିଲେ ନେଇ ଯିବୁ ,ଏଇ ବାପାଙ୍କ ମୋବାଇଲ ରେ କାମ ଚଳି ଯିବ ମ । 


ଫୋନ୍ ଟି କଟିଗଲା , ବଉର ସେଇ କେଇ ପଦ କଥା ମୋ କାନରେ ବାରମ୍ବାର ପ୍ରତିଧ୍ଵନି ହଉଥିଲା ।


Rate this content
Log in

Similar oriya story from Drama