STORYMIRROR

Sudhanshu Bal

Tragedy

2  

Sudhanshu Bal

Tragedy

ଅବଶୋଷ

ଅବଶୋଷ

1 min
42


ଆଉ ମୁକ ପରି ଠିଆ କାହିଁକି ହେଉଛୁ,ସବୁ ସରିଗଲା ରେ ।ଆଉ କଣ ସେ ଚିତାରେ ଲୋଟି ହେଲେ ମଣିଷ ଫେରି ଆସିବ କି । ବଡ଼ ଭାଇ କୋହ ଭରା କଣ୍ଠରେ କହୁଥିଲେ। କୁହୁଳି କୁହୁଳି ଜଳୁଥିଲା ଗାଁ ମଶାଣିରେ ବାକି ରହି ଯାଇଥିବା ବାପାଙ୍କ ଦେହର କିଛି ଅଂଶ ।


ଜଗନକୁ କେତେ ଥର ବଡ଼ ଭାଇ ଫୋନ୍ କରି କହିଛନ୍ତି ସମୟ ବାହାର କରି ଗାଁକୁ ଆସେ ,ବାପାଙ୍କ ଦେହ ବି ଏବେ ଆଉ ଭଲ ରହୁନି ,ତାଙ୍କର ଭାରି ଇଛା ସେ ପୁରୀ ଯାଇଁ କଲିଆକୁ ଟିକେ ଦର୍ଶନ କରିବେ।ହେଲେ ପ୍ରତ୍ୟେକ ଥର ଜଗନ ଏଇ ମାସ,ଆର ମାସ ଯାଉଛି କହି ସମୟ ଗଡ଼ାଏ। ଶେଷ ଥର ବାପା ଜଗନ ସହିତ କଥା ହେଲା ବେଳେ କହିଥିଲେ ଏଥର ଗାଁକୁ ଆସିଲେ ସେ ଟିକେ ପୁରୀ ବୁଲି ଯାନ୍ତେ ।


ଜଗନ ପଇସା କମେଇବାରେ ଏତେ ବ୍ୟସ୍ତ ଯେ ବାପାଙ୍କ କଥା ବୋଧେ ଠିକ୍ ଭାବେ ତାକୁ ଶୁଣା ଯାଇ ନଥିଲା । ବାପାଙ୍କୁ ପୁରୀ ସିନା ନେଇ ପାରିଲାନି, ହେଲେ ପୁରୀ ବଡ଼ ଦାଣ୍ଡ ଭୋଗ ଆଉ ନିର୍ମାଲ୍ୟ ଏଥର ନେଇକି ଆସିଥିଲା , ଏବେ ଯାହା ବାପାଙ୍କ ଶୁଦ୍ଧି କ୍ରିୟା କାମରେ ଲାଗିବ ।


ଆଜି ବାପାଙ୍କ ଦଶାହ, ଅନ୍ଧାର ଘରେ ଜଗନ ଏକା ବସିଛି,ଆଖିରେ ଲୁହ । ମିଞ୍ଜି ମିଞ୍ଜି ଜଳୁଥିବା ଦୀ ଟି ହଠାତ୍ ତେଜି ଉଠିଲା, କିଛି ଅଣଚାଶ ପବନ ସତେ ଯେମିତି ଜଗନ କାନ ପାଖ ଦେଇ କହି ଚାଲି ଯାଉଥିଲା "ବାପା ଜଗନ ମତେ ଟିକେ ପୁରୀ ବୁଲେଇ ନେଲୁନୁ " 


ରହିଗଲା କେବଳ ଯାହା ଅବଶୋଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy