STORYMIRROR

Archana Das

Fantasy

4  

Archana Das

Fantasy

ଏ ପ୍ରେମର ନାଁ "ଚକୋଲେଟ୍"

ଏ ପ୍ରେମର ନାଁ "ଚକୋଲେଟ୍"

2 mins
36

          କୁହନ୍ତି ନା ହୃଦୟରେ କାହା ପାଇଁ ଭଲ ପାଇବା ଥିଲେ, ସ୍ୱୀକାର କରିବାକୁ ଚାହୁଁନଥିଲେ ବି ସେ ଅଜାଣତେ କହି ହେଇଯାଏ। ଠିକ୍ ସେହିପରି ଜଣେ ପ୍ରେମିକ ତା ମନରେ ଥିବା ଭାବନାକୁ ପ୍ରକାଶ କରିବାକୁ ଚାହୁଁ ନଥିବା ସତ୍ୱେ ମଧ୍ୟ ସେ ଭାବନା ପ୍ରକାଶିତ ହେଇଥିଲା। ସେ ବି ଡ୍ୟାରୀ-ମିଲ୍କ ଚକୋଲେଟ୍ ରୁ। ଯେତେବେଳେ ସେ ଯାହାକୁ ହୃଦୟରୁ ଚାହୁଁଥିଲେ ସେ ଝିଅର ରେଡ଼କ୍ରସ୍ କ୍ୟାମ୍ପ ରେ ଯିବାର ଥିଲା ୩ ଦିନ ପାଇଁ ଗାଁ ରୁ ବାହାରକୁ। ସେତେବେଳେ ସେ ଏଇ ଖବର ପାଇ ପ୍ରେମିକ ଜଣକ ସେ ଝିଅ ପାଖକୁ ଆସି ତାକୁ ଡ୍ୟାରୀ-ମିଲ୍କ ଚକୋଲେଟ୍ ଦେଇଥିଲେ। ବେଶି ଯତ୍ନ ତ ନେଇ ପାରିବେନି କାରଣ ଏ ଅଧ୍ୟାୟ ପ୍ରେମର ସ୍ୱୀକୃତ ଅଧ୍ୟାୟ ନୁହେଁ ଏ ଖାଲି ଜଣାଶୁଣାର ଅଧ୍ୟାୟ। ଗୋଟିଏ ଗାଁ ରେ ଦୁହିଁଙ୍କ ଘର ଆଗରୁ ଜଣାଶୁଣା, କିନ୍ତୁ ଅପରିଚିତ ଭାବେ। ସେ ଝିଅ ଚକୋଲେଟ୍ କୁ ତା ସହିତ ନେଇଗଲା କ୍ୟାମ୍ପ କୁଓ ସେଠି ଥାଇ ମଧ୍ୟ ତା ମନ ରହିଯାଇଥିଲା ସେଇ ମଣିଷ ଟା ପାଖରେ ଯିଏ ତାକୁ ଯିବା ସମୟରେ ଚକୋଲେଟ୍ ଦେଇଥିଲେ। ସେ ଝିଅ ଭାବୁଥାଏ କେମିତି ଏ କ୍ୟାମ୍ପ ସରିବ ତା ପରେ ସେ ଗାଁ କୁ ଯାଇ ସେଇ ମଣିଷଟା ସହ କିଛି କଥା ହବ।

            ଏମିତି ୩ ଦିନ ପରେ କ୍ୟାମ୍ପ ରୁ ଫେରି ସେ ଝିଅ ଘରକୁ ଗଲା। ଅନେକ ଦିନର କଥା ବାର୍ତ୍ତା ପରେ ପ୍ରେମିକଟି ଝିଅ କୁ ପ୍ରେମର ପ୍ରସ୍ତାବ ଦେଲା। ଏବଂ ଝିଅଟି ମଧ୍ୟ ଏଇ ପ୍ରସ୍ତାବକୁ ସ୍ୱୀକାର କରିନେଲା। କାରଣ ସେ ମଧ୍ୟ ମନେ ମନେ ଏଇୟା ହିଁ ଚାହୁଁଥିଲା।

             ଆଜିକୁ ୫ ବର୍ଷ ହେଇଗଲାଣି ସେଇ ସମ୍ପର୍କକୁ। ଗୋଟିଏ ଗାଁ ଦୁଇ ପ୍ରେମୀ ଙ୍କ ଘର ବୋଲି ଅନେକ କଷ୍ଟ ମଧ୍ୟ ସହିଲେଣି ତଥାପି ଦୁହିଁଙ୍କ ମନରେ ଆଜି ବି ସେତିକି ପ୍ରେମ ଭରି ହେଇଛି ଯେତିକି ପ୍ରଥମରୁ ଥିଲା। ସେଇ ପ୍ରେମିକ ଜଣକ ତାଙ୍କ ପ୍ରେମିକାର ସବୁ ଅଳି କୁ ସହି ଯାଆନ୍ତି। ଝିଅ ଟି ମଧ୍ୟ ଅଳି କରୁଥାଏ। ଯେମିତି ବାପା ସାମ୍ନାରେ ଝିଅ ଅଳି କରେ। ଦୁହେଁ ଦୁହିଁଙ୍କ ଜୀବନ କହିଲେ ଅତ୍ୟୁକ୍ତି ହେବ ନାହିଁ, ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଅତୁଟ ରହିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy