STORYMIRROR

Archana Das

Children Stories Fantasy

4  

Archana Das

Children Stories Fantasy

ବାନ୍ଧବୀର ପ୍ରେମ କାହାଣୀ

ବାନ୍ଧବୀର ପ୍ରେମ କାହାଣୀ

2 mins
52

ମୋ ବାନ୍ଧବୀ ଙ୍କ ପ୍ରେମ କାହାଣୀ ଆରମ୍ଭ ହେଇଥିଲା ତାଙ୍କ ପ୍ରିୟଙ୍କ ସହ ଥରୁଟେ ଦେଖାରୁ।ଥରେ ଦୁଇଥର ଏମିତି ଚାରିଥର ଦୁହେଁ ଦୁହିଁଙ୍କୁ ଚର୍ମଚକ୍ଷୁ ରେ ଦେଖିବା ପରେ ଦୁଇପଦ କଥା ହେବା ପାଇଁ ମନ ଚାହିଁଲା। କିନ୍ତୁ କାହିଁକି?

ବଜାରରେ ହଜାରେ ଚେହେରା, କିନ୍ତୁ ଏଇ ଦୁହେଁ ପରସ୍ପର ଙ୍କୁ କାହିଁକି ଖୋଜିବାକୁ ଲାଗିଲେ ସେଇ ହଜାରେ ଚେହେରା ର ଗହଳି ମଧ୍ୟରେ?କାହିଁକି ନାଁ ଇଏ ହେଉଛି ପ୍ରେମ ଯାହାର ପ୍ରଥମ ଅଧ୍ୟାୟ ଆରମ୍ଭ ହୁଏ ଅଚିନ୍ହା ଓ ଅଜଣା ରୁ। ମୋ ବାନ୍ଧବୀ ମଧ୍ୟ ଯାହାଙ୍କୁ ଜାଣିନଥିଲେ ଯାହାକୁ ଆଗରୁ ଚିନ୍ହି ନଥିଲେ ସେଇ ମଣିଷକୁ ବାରମ୍ବାର ଦେଖିବାକୁ ଚାହିଁଲେ। ମୋ ବାନ୍ଧବୀ କୋଚିଂ ଯିବା ସମୟରେ ତାଙ୍କର ସେଇ ଅଜଣା ମଣିଷ ବି ସେଇ ବାଟରେ କମ୍ପୁଟର ଶିକ୍ଷା ପାଇଁ ଯାଉଥିଲେ। ଅଳ୍ପ କେତେଥର ଦେଖାରୁ ନିକଟତର ହେବାର ଇଚ୍ଛା ଦୁହିଁଙ୍କୁ ଚଞ୍ଚଳ କରିଦେଇଥିଲା।


           ସନ୍ଧ୍ୟା ସମୟରେ ଦିନେ ମୋ ବାନ୍ଧବୀ ଙ୍କ ନିକଟକୁ ଫୋଲୋ ରିକୱେଷ୍ଟ ର ଗୋଟିଏ ନୋଟିଫିକେସନ ଆସିଲା। ସେ ଯେତେବେଳେ ଜାଣିଲେ ଇଏ ସେଇ ଯାହା ସହ କଥା ହବାକୁ ସେ ସୁଯୋଗ ଖୋଜୁଥିଲେ, ତା ପରେ ତୁରନ୍ତ ସେ ଫୋଲୋ ରିକୱେଷ୍ଟ କୁ ଆକସେପ୍ଟ କଲେ। ଅଜଣା ଅଚିନ୍ହା ଙ୍କ ଭଳି ବାର୍ତାଳାପ ଆରମ୍ଭ ହେଲା, ମୋ ବାନ୍ଧବୀ ଏବଂ ସେଇ ଅଜଣା ମଣିଷ ଦିନ ପରେ ଦିନ ଅଧିକ ନିବିଡ଼ ହେବାକୁ ଲାଗିଲେ।ପରେ ପରେ ସେମାନେ ଭଲ ବନ୍ଧୁ ହେଇ ରହିଲେ, ହଁ ଆଜ୍ଞା ପ୍ରେମର ଦ୍ୱିତୀୟ ଅଧ୍ୟାୟ ତ ବନ୍ଧୁତା। ଦୁହେଁ ଦୁହିଁଙ୍କ ବିଷୟରେ ଅଧିକ ଜାଣିବାକୁ ଲାଗିଲେ। 

           କିଛିଦିନ ପରେ ଏଇ ବନ୍ଧୁତା ପ୍ରେମରେ ବଦଳିଲା, ଅଜଣା ଅଚିନ୍ହା ଚେହେରା ଦୁଇଟି ନିଜଠୁ ଅଧିକ ଆପଣାର ହେଇଗଲା, ଏବେ ସେ ଦୁହେଁ ଦୁହିଁଙ୍କୁ ଥରୁଟେ ନ ଦେଖି ରହି ପାରୁନାହାନ୍ତି, କେମିତି ବା ରହିବେ ଦୁଇଟା ଶରୀର ସିନା ଆତ୍ମା ତ ଗୋଟିଏ ହେଇସାରିଛି ନା! ଶରୀର କଣ ଆତ୍ମା କୁ ଛାଡି ବଞ୍ଚି ପାରେ? ଅନେକ ପ୍ରତିଶୃତି ର ତରଙ୍ଗ ତାଙ୍କ ପ୍ରେମର ସମୁଦ୍ର ରେ ଲହଡ଼ି ଭାଙ୍ଗୁଛି। ଦୁହେଁ ଦୁହିଁଙ୍କଠାରୁ ଅଲଗା ନ ହେବା ପାଇଁ ପ୍ରତିଜ୍ଞା କରିଛନ୍ତି। ନା ତାଙ୍କ ପ୍ରେମରେ ଅଛି ସନ୍ଦେହ ନା ଆଉ କିଛି। ତାଙ୍କ ପ୍ରେମର ରଙ୍ଗ ସାର୍ଥକିତ ହେଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍