STORYMIRROR

Archana Das

Children Stories Fantasy

2.6  

Archana Das

Children Stories Fantasy

ଅବାସ୍ତବ ପ୍ରେମ

ଅବାସ୍ତବ ପ୍ରେମ

2 mins
100

ହଁ ଆଜ୍ଞା ଇଏ ସେଇ କାହାଣୀର ଆରମ୍ଭ ମାତ୍ର, ଯାହା ଅତ୍ୟନ୍ତ ଗଭୀର ଓ ଆତ୍ମସ୍ପର୍ଶୀ ବୋଲି ମୁଁ ଭାବେ।କାହାଣୀରେ ଦୁଇଟି ଚରିତ୍ର ସନ୍ନିବେସିତ।

         

         ଏହା ହେଉଛି ବିଜ୍ଞାନର ଯୁଗ ଅର୍ଥାତ ଏହି ସମୟରେ ବିଜ୍ଞାନର ଚାହିଦା ଖୁବ୍ ଅଧିକ।ପ୍ରତିଟି ମଣିଷ ସୋସିଆଲ ମିଡ଼ିଆର ସରଣାପନ୍ନ। ଅବିକଳ ସେହିପରି "ଗତକାଲି" ନାମକ ଜଣେ ଯୁବକ ମଧ୍ୟ ସୋସିଆଲ ମିଡ଼ିଆ ସହିତ ଜଡିତ ଥିଲେ। ସୋସିଆଲ ମିଡ଼ିଆ କିପରି ଅଜଣା ଅଚିନ୍ହା ମଣିଷକୁ ନିଜର କରେଇଦିଏ ସେଇ ସମ୍ପର୍କରେ ଆମେ ଏଇ କାହାଣୀରେ ପଢିବା।

           ପ୍ରେମର ସତ୍ତାକୁ ବୁଝିବା କ୍ଷେତ୍ରରେ ଅଜ୍ଞ ଥିଲା ଗତକାଲି। ଥରେ ଗୋଧୂଳି କାଳ ଅତିକ୍ରମ କରିବା ସମୟେ ସୋସିଆଲ ମିଡ଼ିଆରେ ସମୟ ଅତିବାହିତ କରୁଥିବା କ୍ଷଣେ ସେ "ଆସନ୍ତାକାଲି" ନାମକ ଏକ ଝିଅ ସହ ଆଳାପ କରିବାକୁ ଚାହିଁଲା। ସେ ଝିଅ ମଧ୍ୟ ଅଜ୍ଞ ଥିଲା ପ୍ରେମର ଜଟିଳ ବିଷୟରେ, ଗତକାଲି କୁ ସେ ଯେତେ ଅଣଦେଖା କଲେ ମଧ୍ୟ ସେ ପୁଅ ବୁଝିବାକୁ ନାରାଜ। ମନରେ ଦୃଢତାକୁ ସଂଗ୍ରହ କରି ସେଇ ଝିଅ ସହ କଥା ହେବାକୁ ପ୍ରାଣ ପଣେ ଚେଷ୍ଟା କରୁଥାଏ ଗତକାଲି। ଅସହାୟ ଝିଅ ଆସନ୍ତାକାଲି କେତେବା ଅଣଦେଖା କରିବ, ଇଚ୍ଛା ନଥିବା ସତ୍ୱେ ମଧ୍ୟ ସେ ସେଇ ପୁଅ(ଗତକାଲି) ସହ କଥା ହେବା ଆରମ୍ଭ କଲା।

           ପରେ ପରେ ଏଇ କଥା ବାର୍ତ୍ତା ଏକ ପବିତ୍ର ସମ୍ପର୍କରେ ପରିଣତ ହେଲା। ଯାହା ହେଉଛି "ପ୍ରେମ"। ସେଇ ଅବୁଝା, ଅଝଟିଆ ପ୍ରେମିକ ତା ପ୍ରେମିକାକୁ ହୃଦୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଲା। କଥା ନ ହେବାକୁ ଚାହୁଁନଥିବା ଝିଅ ତା ପ୍ରେମିକ ସହ କ୍ଷଣିକେ କଥା ନ ହେଇ ରହି ପାରୁନଥିଲା। ଏଇ ସମ୍ପର୍କ ରକ୍ତର ନୁହେଁ ବରଂ ଏଇ ସମ୍ପର୍କ ହେଉଛି ହୃଦୟର ଯାହାର ସ୍ୱାଦ ଅମୃତ ଠୁ ବି ମିଠା ଓ ପବିତ୍ର।

            ଦୁହେଁ ଅନେକ ଦିନ ଧରି ଗୋଟିଏ ସମ୍ପର୍କର କାନଭା୍ସ ପ୍ରତିଫଳିତ ହେଉଥିଲେ ରାଗ, ରୁଷା, ଅଭିମାନର ସହ ଭାବପ୍ରବଣ ଅତିରିକ୍ତ ପ୍ରେମରେ ବିତିଯାଉଥାଏ ସମୟ। ପ୍ରେମିକ ଟି ତା ପ୍ରେମିକା କୁ ବାସ୍ତବରେ ଭେଟିବାକୁ ବ୍ୟାକୁଳ ହେଉଥାଏ, କିନ୍ତୁ ତା ପ୍ରେମିକା ସେଇ ସୁଯୋଗରୁ ତାକୁ ବଞ୍ଚିତ କରୁଥାଏ।


             ଆପଣ ଭୁଲିଗଲେ କି? ପୁଅ "ଗତକାଲି" ଓ ଝିଅ "ଆସନ୍ତାକାଲି"। ଗତକାଲି ସହ ଆସନ୍ତାକାଲିର ଭେଟ କେମିତି ହେବ? ଯାହା ଆଦୌ ସମ୍ଭବ ନୁହେଁ ତାହା ହୁଏ କାହିଁକି? କିନ୍ତୁ ମୋର ବିଶ୍ୱାସ ଦୁଇଟି ଶରୀର ଦିନେ ଗୋଟିଏ ବାହୁର ଛାୟା ରେ ଆଶ୍ରୟ ନେବ। ପ୍ରେମ ଶବ୍ଦ ଓ ଅନୁଭୂତି ସବୁ ସାର୍ଥକିତ ହେବ।


             


Rate this content
Log in