STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

2  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଏ କୁରୁମି

ଏ କୁରୁମି

2 mins
237

ପାହାଡ଼ି ଜଙ୍ଗଲର କାନ୍ଥ କୁ ଆଉଜି ହେଇ ପଡି ଥିବା ଛୋଟିଆ ଗାଁ ଟିଏ କୁର୍ମି ପଡା l

ତାରି ସୁଖ ଦୁଃଖରେ ସାଥୀ ହୋଇ ଥିବା ଝରଣାରେ ପଡାର ସବୁ ଜୁଆନ୍ ଧାଙ୍ଗଡ଼ି ଗାଧୋଇ ଠାକୁରାଣୀ ଥାନକୁ ଯିବା ପାଇଁ ବ୍ୟସ୍ତ l କୁରୁମି ବାଦ୍ ପଡିବ କେମିତି । ସେ ବି ସାମିଲ ହେଲା..

କରମା ଗଛର ଫୁଲକୁ ମୁଣ୍ଡରେ ମାରି ମନ ଖୁସିରେ ଗୀତ ଗାଇ ଚାଲିଛି ପୁଣି ଓଦା ସରସର ଦେହରେ ନଜର ପଡ଼ିଗଲା ସହରୀ ବାବୁର, ଯେ କି ସରକାର ଠୁ ଅନୁମତି ପାଇଁ ଗଛ କାଟି ସେଇ ଜଙ୍ଗଲ ଭିତରେ ଗୋଟେ ମହୁଲି ମଦ ଭାଟି ଖୋଲିଛି । ନିଶା ଖୋର ବାବୁର ଆଖି ଦୁଇଟା କୁର୍ମି ଉପରକୁ ଅନୁସରଣ କରୁଥିଲା । ତାରି ନାଆଁ ଗାଆଁ ଠିକଣା ପାଇ ବିଭା ହେବ ବୋଲି ମିଛି ମିଛିକା ତାରି ବୁଆ ଧନୁ ମୁଣ୍ଡାକୁ ଜଗୁଆଳି ଭାବେ ରଖିଲା । ସରଳିଆ ଧନୁ ବି ପହିଲି କଥାରେ ହଁ ମାରି ଦେଲା । ନିଇତି ଭାଟିରୁ ପେଟେ ମଦ ପିଇ ଦିଏ ଓ ରାତିରେ ଘରକୁ ଫେରେ ଆଉ ତାରି ମା ମହୁଲ ଫୁଲ ତୋଳି ସେଇ ଭାଟିରେ ଦେଉଥାଏ ।


ଦିନକର ଘଟଣା... । ସହରୀ ବାବୁ ଦି ପ୍ରାଣୀଙ୍କ ଅନୁପସ୍ଥିତିରେ କୁର୍ମି ପାଖରେ ପହଂଚି କହିଲା.. ହଠାତ୍ ତୋ ବୁଆ ଆଉ ମାଁ ର ଦିହ ଖରାପ ସେମାନଙ୍କୁ ସହରୀ ମେଡିକାଲ ମେଡିକାଲ୍ ନେଇ ଯାଇଛି । ତୋତେ ଯିବାକୁ ହବ।


-ସେ ବିଶ୍ବାସ କରିପାରି ନ ଥିଲା ସହରୀ ବାବୁ କଥାରେ ।

କିଛି ସମୟ ପରେ ବାବୁର ପଇସା ଖିଆ ସମର୍ଥକ ଗାଆଁ ଦିଶାରୀ ବି ସୂଚନା ଦେଲା ଦିହ ଖରାପର । ବାବୁ ସହିତ ସେ ଚାଲିଲା ।

ଚିକିତ୍ସା ବାହାନାରେ ତାକୁ ନେଇଗଲା ଓ ଲଜରେ ରଖି ସବୁ ପୁରୁଷ ପଣିଆକୁ ସାରି ଦେଲା ସେଇ ରାତିରେ । ମୁକୁଳି ପାରିନଥିଲା ସେଇ କାମାନ୍ଧ ବାବୁ ପାଖରୁ । ଆଉ କାହାକୁ ମୁହଁ ଦେଖେଇବ । ଠାକୁରାଣୀଙ୍କ ବିଭା ହେବ ବୋଲି ମୁଣ୍ଡ ଛୁଇଁ ଥିବା ଧାଙ୍ଗଡ଼ାକୁ..ନା ତାରି ବୁଆ ଆଉ ମାଁ କୁ...କୁର୍ମି ଫୁଲ ସେଇଠି ଝଡ଼ି ପଡ଼ିଲା ।

ସହଜେ ସେ ତ ବନ ମୂଲକର ଫୁଲ ।

...

ସନ୍ଧ୍ୟାରେରେ ଧନୁ ଓ ତାରି ସ୍ତ୍ରୀ ଦେଖନ୍ତି କୁର୍ମି ଘରେ ନାହିଁ । ବିବ୍ରତ ହେଇ ପଡ଼ିଲେ । ଏ କୁରୁମି.. କୁ... ରୁ... ମି..,କୁରୁମି. ଲୋ... ଡାକି ଡାକି ଚାରି ଆଡେ ଖୋଜା ଖୋଜିକଲେ।

ହେଲେ ପାଇଲେ ନି । ଶେଷରେ ଧାଙ୍ଗଡ଼ା କଥାରେ ଥାନାକୁ ଗଲେ ଆଉ ଅଭିଯୋଗ କଲେ.. ବାବୁ ଆମକୁ ସାହାର୍ଯ୍ଯ କର.. ଆମ ଝିଅ କୁ ଖୋଜି ଖୋଜି ପାଉନୁ.. ।


@ବିସ୍ମିତା ସାହୁ ଙ୍କ ଗଳ୍ପାଅଂଶ କୁ ନେଇ ଲେଖି ଥିବା ଛୋଟ ଗପ ଟିଏ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy