ଦୁର୍ଘଟଣା
ଦୁର୍ଘଟଣା


------------
ଗାଡ଼ି ଟି ଝିଅଟି ଦେହରେ ଜୋର ସେ ପିଟି ହୋଇ ଚାଲିଗଲା । କିଏ କୁଆଡୁ ଦୌଡ଼ି ଆସି ଘେରି ଗଲେ ତାକୁ ,
କିଏ ପକେଟ୍ ରୁ ମୋବାଇଲ ବାହାର କରି ତାର ଫଟୋ ଉଠାଉ ଥିଲା ତ ଆଉ କିଏ ତା ସାଙ୍ଗ ସୁଖ ଭଲ ମନ୍ଦ ଙ୍କୁ ଫୋନ୍ କରି ଦୁର୍ଘଟଣା ବିଷୟରେ ଜଣାଇ ଦେଉଥିଲା । ଆଉ କିଏ ୧୦୮ କୁ ଫୋନ୍ କରି କହି ଦେଲା । ବିଭିନ୍ନ ପ୍ରକାର ମତ ମନ୍ତବ୍ୟ ଦେଉଥିଲେ ସମସ୍ତେ ।
ହେଲେ ଝିଅଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡି ସେମିତି ଛାଟି ପିଟି ହେଉଥିଲା । ତା ମୁଣ୍ଡ ଫାଟି ରକ୍ତ ବୋହି ଯାଉଥିଲା , ଆଣ୍ଠୁ କହୁଣୀ ହାତ ଛେଲି ହୋଇ ଚୁଡିଦାର୍ କୁ ରକ୍ତରେ ଭିଜାଇ ସାରିଥିଲା । ସାଙ୍ଗରେ ଆଣିଥିବା ପରିବା ବ୍ୟାଗ୍ ବିଛାଡି ହୋଇ ପଡ଼ିଥିଲା ତାକୁ କିଛି ଦୁରରେ ।
ସମସ୍ତ ଙ୍କୁ ସେ ବିକଳରେ ଚାହୁଁଥିଲା ହେଲେ କେହି ଜଣେ ହେଲେ ବି ଆଗେଇ ଆସିନଥିଲେ ତା ଆଡକୁ ସାହାଯ୍ୟ ପାଇଁ , ଯଥେଷ୍ଟ ଦୂରରେ ଠିଆ ହୋଇ ଖାଲି ଆହା ଚୁ ଚୁ କହୁଥିଲେ ଅଯଥା ପାଟି ଗୋଳ କରୁଥିଲେ ।
ଅଧଘଣ୍ଟା ପରେ ୧୦୮ ଗାଡି ଆସି ଝିଅଟିକୁ ନେଇଗଲା ମେଡିକାଲ୍ । ଝିଅଟି ମେଡିକାଲ ରେ ପହଞ୍ଚିବାର ପନ୍ଦର ମିନିଟ୍ ପରେ ଆଖି ବୁଜିଲା । ଡାକ୍ତର ବାବୁ ବାହାରକୁ ଆସି କହିଲେ " ଆଉ କିଛି ସମୟ ଆଗରୁ ଯଦି ଝିଅଟିକୁ ଆଣି ଥାଆନ୍ତ ତେବେ ହୁଏତ ଝିଅଟି ବଞ୍ଚି ଯାଇଥାନ୍ତା "