STORYMIRROR

Jayashree Maharana

Tragedy Others

3  

Jayashree Maharana

Tragedy Others

ଦୁର୍ଘଟଣା

ଦୁର୍ଘଟଣା

2 mins
225

ଜୀବନ ପଥରେ ଚାଲିବା ବେଳେ ଅନେକ ଘଟଣା ଦୁର୍ଘଟଣା ଘଟେ ।କେଉଁକେଉଁ ଘଟଣା ପ୍ରଭାବ ନପକାଇ ଫେରିଯାନ୍ତି ପୁଣି କେଉଁ ଘଟଣା ଦୁର୍ଘଟଣା ଜୀବନର ମୋଡ଼ ବଦଳେଇଦିଅନ୍ତି ।କିଏ ଜାଣିଥିଲା ଏମିତି ଏକ ଦୁର୍ଘଟଣା ଘଟି ପ୍ରମିଳାର ଜୀବନ ବଦଳେଇ ଦେବ ?


  ସେଦିନ ଖୁବ ଖୁସିରେ ସାଙ୍ଗମାନଙ୍କ ସହ କଲେଜ ଯାଉଥାଏ ପ୍ରମିଳା ।ଘରଠାରୁ କଲେଜ ପାଞ୍ଚ କିଲୋମିଟର ।ଆଗ ପଛ ହୋଇ ପ୍ରାୟ 10 ରୁ ଅଧିକ ଝିଅ ଗପସପ କରି ଯାଉଥାନ୍ତି ।ଘରଠାରୁ କଲେଜ ମଧ୍ୟରେ ଗୋଟିଏ ବ୍ରିଜ ପଡେ ।ବ୍ରିଜର ଦୁଇପାର୍ଶ୍ୱ ଖୁବ ଗଭୀର ।ବ୍ରିଜଟି ସତେ ଯେମିତି ପାହାଡ଼ ପରି ଭୂମିଠାରୁ ଦଣ୍ଡାୟମାନ ।ପିଲାଟି ଦିନରୁ ବ୍ରିଜ ଉପର ଦେଇ ଯିବା ଆସିବା କରୁଥିବାରୁ ବିନା ଭୟରେ ଆରାମରେ ଯିବା ଆସିବା କରେ ପ୍ରମିଳା ।ଯେବେ ଦୁର୍ଘଟଣା ଘଟେ ସେ କଣ କହି ଆସିଥାଏ ।ହଟାତ ବ୍ରିଜ ଉପର ଦେଇ ଯାଉଥିବା ସମୟରେ ସମ୍ନାରୁ ଆସୁଥିବା ଗାଡିକୁ ଦେଖି ପ୍ରମିଳା ଟିକିଏ ରାସ୍ତା କଡ଼କୁ ଆସିଯିବାକୁ ଚେଷ୍ଟା କଲା ।କାହିଁକି କେଜାଣି ପ୍ରମିଳା ନିଜ ଉପରେ ଅସ୍ତିତ୍ୱ ହରାଇ ବସିଲା ।ଅସନ୍ତୁଳିତ ହୋଇ ନିଜ ପଥରୁ ସାଇକେଲ ସହ ଖସି ପଡ଼ିଲା ବ୍ରିଜ ତଳକୁ ।ସାଙ୍ଗମାନେ କିଛି ବୁଝିବା ଆଗରୁ ପ୍ରମିଳା ସହ ଘଟିଯାଇଥିଲା ଏମିତି ଭୟଙ୍କର ଦୁର୍ଘଟଣା ।ସେମାନଙ୍କର ଚିତ୍କାର ରେ ରାସ୍ତାରେ ଯାଉଥିବା କିଛି ଲୋକ ଚେଷ୍ଟା କରି ପ୍ରମିଳା କୁ ଉଦ୍ଧାର କଲେ ।ସଂଗେ ସଂଗେ ଆମ୍ବୁଲାନ୍ସ ରେ ଡାକ୍ତରଖାନା ନିଆଯାଇଥିଲା ।ଖବର ପାଇ ଘର ଲୋକ ପହଂଚିସରିଥିଲେ ସେଠାରେ ।ପ୍ରମିଳାର କିନ୍ତୁ ଚେତା ନଥାଏ ।


 ଚେତା ଫେରି ପ୍ରମିଳା ନିଜକୁ ଆବିଷ୍କାର କଲା ଡାକ୍ତରଖାନାର ସେଜ ଉପରେ ।ସାଙ୍ଗସାଥି ,ଆତ୍ମୀୟଲୋକ,ଡାକ୍ତର ନର୍ସଙ୍କ ଗହଣରେ ।ଆଶ୍ୱସ୍ତ ହେଲା ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇ ଜୀବନ ପାଇଥିବାରୁ ।କିନ୍ତୁ ଡାକ୍ତରଙ୍କ କଥା ତାକୁ ହତାଶ କରିଦେଇଥିଲା ।ସେହି ଦୁର୍ଘଟଣାରେ ସେ ହରାଇ ବସିଥିଲା ଚାଲିବା କ୍ଷମତା ।ଅଚଳ ହୋଇଯାଇଥିଲା ଗୋଡ଼ ଦୁଇଟି ।ସବୁ ଦିନ ପାଇଁ ହୁଇଲି ଚେୟାର ସାଥି ହୋଇଗଲା ପ୍ରମିଳାର ।


   ସେଦିନର ସେଇ ଦୁର୍ଘଟଣା ପ୍ରମିଳାର ଭବିଷ୍ୟତର ସୁନେଲି ସ୍ୱପ୍ନ ସବୁ ଧୋଇନେଇଥିଲା ।କେବଳ ଏକ ଅସହାୟ ଜୀବନ ନେଇ ବଂଚି ରହିଛି ସେ ।ଝୁରି ହେଉଛି ଅତୀତକୁ ।ମନେ ମନେ ଭଗବାନଙ୍କୁ ପଚାରୁଛି ତାହାର କାରଣ ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya story from Tragedy