STORYMIRROR

Kiran Mishra

Tragedy

1.0  

Kiran Mishra

Tragedy

ଦୁର୍ଭାଗ୍ୟ

ଦୁର୍ଭାଗ୍ୟ

2 mins
1.1K


ଆଠଦିନ ପରେ ସୁଲିକୁ ଦେଖି ମୁଁ ବିରକ୍ତ ହୋଇ କହିଲି ।'ମୋ ଦେହଖରାପ ଜାଣିଛୁ ,ତୁ ଏତେ ଦିନଧରି କାମ ବନ୍ଦ କରିଦୋଉଛୁ।'ମୋ କଥା ଶୁଣି କୋହମିଶା ସ୍ୱରରେ କହିଲା, 'ମା କାଶଜ୍ୱରଟିକେ ହେଲା, ଔଷଧ ପାଇଁ ଡାକ୍ତରଖାନା ଯାଇଥିଲି ଯେ ଡାକ୍ତର ରକ୍ତ ପରୀକ୍ଷା କରିବାକୁ କହିଲେ ।,ପରୀକ୍ଷାରୁ ଜଣାପଡିଲା ମୋତେ ଟି.ବି ହୋଇଛି।' ଯଦିଓ ମୁଁ ରାଗିଥିଲି ସୁଲି କଥାଶୁଣି ମୋ ମନ ବହୁତ ଦୁଃଖ ହୋଇଗଲା।ଚା' ଟିକେ ବିସ୍କୁଟ ଚାରିଖଣ୍ଡ ତା ହାତରେ ଧରାଇଲି ଖାଇ ସାରିବା ପରେ ହଜାରେ ଟଙ୍କା ଦେଇ କହିଲି,' ନେ ଔଷଧ ଖାଇବୁ ନିଜଦେହ ର ଯତ୍ନ ନେବୁ,ଦେହଭଲ ହେଲେ ଆସିବୁ।' ସୁଲି ଗଲା ବେଳେ ବିକଳ ସ୍ୱରରେ କହିଲା 'ମା ଆଉ କାହାକୁ କାମରେ ରଖିବେନି'।ତାକୁ ଆଉ କାହାକୁ ନରଖିବାର ପ୍ରତିଶ୍ରୁତି ଦେଇ ତାକୁ ବିଦାକଲି।

ସୁଲି ଗଲାପରେ ତାକୁ ରାଗିଥିବାରୁ ନିଜକୁ ଦୋଷୀ ମଣୁଥିଲି।ନିରୀହ ଝିଅ ଟିଏ। ଯେଉଁ ଦିନ ତା ସ୍ୱାମୀ ସନିଆ ତିନୋଟି ଛୁଆ ଓ ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିବା ସ୍ତ୍ରୀକୁ ଛାଡ଼ି ଅନ୍ୟ ଏକ ସ୍ତ୍ରୀକୁ ଧରି ଚାଲିଯାଇଥିଲା ସେଦିନ ସୁଲି ବହୁତ କାନ୍ଦିଥିଲା।ମୋ ଆଗରେ କହିଥିଲା,'ମା! ବାପସିନା ଛାଡିପାରିଲା,ମା 'କଣ ଛାଡ଼ିପାରିବ । ଦେଖିବ ମା, ମୁଁ ଯେମିତି ହେଲେ ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବି।' ଚାରି ବର୍ଷ ବିତିଗଲାଣି ବଡ଼ପୁଅଟି ଷଷ୍ଠ ,ମଝିଆଁ ପୁଅଟି ପଞ୍ଚମ ଓ ସାନ ଝିଅଟି ତୃତୀୟ ପଢିଲେଣି।ଭଗବାନ ବୋଧ ସବୁବେଳେ ଗରୀବର ଟିକେ ସୁଖକୁ ବି ସହ୍ୟ କରିପାରନ୍ତିନି ।

ଦୁଇମାସ ହୋଇଗଲାଣି ,ମଝିରେ ଦିଥର ତାପୁଅ ଆସି ପଇସା ନେଇଥିଲା କହୁଥିଲା ମା ଦେହ ଭଲହୋଇନି ବୋଲି।ଦିନେ ବସ୍ତିର ଗୋଟାଏ ଝିଅ ଆସି ଖବର ଦେଲା, 'ମା! ସୁଲି ପୁଅ ରାଜୁଆ ପକେଟମାର କରୁଥିବାରୁ ପୋଲିସ ତାକୁ ବାନ୍ଧି ନେଇଛି '। ଖବରଟି ପାଇ ମୁଁ ପୁଅକୁ ଧରି ସୁଲିଘରେ ପହଞ୍ଚିଗଲି ।ସୁଲି ବହୁତ କାନ୍ଦୁଥିଲା ପଚାରିଲି 'ରାଜୁଆତ ଭଲପିଲାଟେ ଏମିତି କାହିଁକି କଲା'।

ସୁଲି ତା'ର ଦୁଃଖ କହିବା ଆରମ୍ଭ କଲା। 'ମା! ଦୁଇ ମାସ ଦେହ ଖରପ ହେତୁ ରୋଜଗାର ବନ୍ଦ ହୋଇଗଲା।ବାବୁଘର ସବୁ ଯେତିକି ପଇସା ଦେଲେ ଔଷଧ କିଣାରେ ଗଲା।ପରିବାର ଚଳାଇବା କଷ୍ଟକର ହେଲା।ପିଲାମାନଙ୍କ ପାଠପଢ଼ା ବନ୍ଦ ହୋଇଗଲା। କିଛି ରୋଜଗାର କରିବା ଆଶାରେ ରାଜୁଆକୁ ଗୋଟିଏ ଦୋକାନ ରେ ରଖିଲି କିନ୍ତୁ ପୁଲିସ ବାଲା ଶିଶୁଶ୍ରମିକ ରଖିଥିବା ଅପରାଧରେ ଦୋକାନ ମାଲିକୁ ବାନ୍ଧି ନେଲେ।ଏହାପରେ କୌଣସି ଲୋକ ପିଲାଙ୍କୁ କାମ ଦେବାକୁ ରାଜି ହେଲେନି। ଦୁଇ ଦିନ ଧରି ଚୁଲି ଜଳିନି ।ବୋଧହୁଏ ପେଟ ବିକଳରେ ଏମିତି କରିଛି। ମା! ମୋ ପୁଅ ଖଟିକରି ରୋଜଗାର କରିବାକୁ ଚାହୁଁଥିଲା କିନ୍ତୁ ସରକାରୀ ନିୟମ ତା କରିବାକୁ ଦେଲାନି।ମୋ ପୁଅଚୋର ନୁହେଁ, ସେମାନଙ୍କୁ ଏକଥା ଟିକେ ବୁଝାଇଦିଅ।' ପୁଲିସ କବଳରୁ ରାଜୁଆକୁ ମୁକୁଳାଇବା ର ପ୍ରତିଶ୍ରୁତି ଦେଇ ଫେରିଲି।ଫେରିବା ବାଟରେ ମୁଁ ଭାବୁଥିଲି ,ଏମାନଙ୍କ ସୁବିଧା ପାଇଁ ଯେଉଁ ଯୋଜନା ହେଉଛି ବିଡମ୍ବନାର କଥା ତ ଏମାନଙ୍କ ଠାରେ ଓଲଟା ଫଳ ଦେଉଛି। ସତରେ କ'ଣ ଦୁର୍ଭାଗ୍ୟ ଏମାନଙ୍କ ପିଛା ଛାଡିବନି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy