Ghanashyam Biswal

Tragedy

2  

Ghanashyam Biswal

Tragedy

ଦୁଇଟି ମିଛ

ଦୁଇଟି ମିଛ

1 min
293


ମିଛ -ଏକ

ନିର୍ମଳା ଦେବୀ ହସ୍ପିଟାଲରେ ମାସେ ହେଲାଣି ଚିକିତ୍ସିତ ହେଉଛନ୍ତି l ଡାକ୍ତରୀ ରିପୋର୍ଟ ଅନୁସାରେ ତାଙ୍କୁ କୁଆଡ଼େ ରକ୍ତ କ୍ୟାନ୍ସର ହୋଇଛି l ହେଲେ ଆଶ୍ଚର୍ଯ୍ୟର କଥା ସେ ନିଜେ ଵି ଜାଣି ନାହାନ୍ତି ସେ କେଉଁ ରୋଗରେ ପୀଡ଼ିତ l ଖାଲି ତାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ତାଙ୍କର ଗୋଡ଼ ହାତ ବାରମ୍ବାର ବିନ୍ଧୁ ଥିବାରୁ ତାକୁ ସମ୍ପୂର୍ଣ ରୂପେ ଠିକ କରିବା ପାଇଁ ସେ ଚିକିତ୍ସିତ ହେଉଛନ୍ତି l


ସତକୁ ସତ ନିର୍ମଳା ଦେବୀ ଅତି ପ୍ରସନ୍ନ ଚିତ୍ତରେ ଚିକିତ୍ସିତ ହେଲେ l ଖାଇବା ପିଇବା ଵି ଠିକ ରୂପରେ କଲେ l ଆଉ ବହୁତ ଅଳ୍ପ ଦିନ ଭିତରେ ସମ୍ପୂର୍ଣ ରୂପେ ଆରୋଗ୍ୟ ହୋଇଗଲେ l


ମିଛ -ଦୁଇ

ନିର୍ମଳା ଦେବୀ ଏବେ ବୁଢ଼ୀ ହୋଇଗଲେଣି l ତାଙ୍କ ସ୍ୱାମୀ ମରିବା ଦିନଠୁ ସେ ତ ମରି ଯାଇଛନ୍ତି l ଖାଲି ଦେହରେ ନିଃଶ୍ୱାସ ପ୍ରଶ୍ୱାସ ଯା ଆସ କରୁଛି l


ତାଙ୍କ ଏକ ମାତ୍ର ପୁଅ କୁନା ବାବୁ ଏବେ ନୂଆ ନୂଆ ବାହା ହୋଇଛନ୍ତି l ସେ ପୁରାପୁରି ପତ୍ନୀବ୍ରତା ସ୍ୱାମୀ ଅଟନ୍ତି l ଏବେ ନିର୍ମଳା ଦେବୀଙ୍କର ସେବା କରିବାକୁ ତାଙ୍କର ମୋଟେ ଵି ମନ ନାହିଁ l

ତାଙ୍କ ସ୍ତ୍ରୀ ଗୋଟିଏ ସୁନ୍ଦର ଉପାୟ ପାଞ୍ଚିଲେ l ଆଉ କୁନା ବାବୁ ତା ପର ଦିନ ସକାଳେ ଯାଇ ନିର୍ମଳା ଦେବୀଙ୍କୁ କାନ୍ଦି କାନ୍ଦି କହିଲେ :-

ମାଆ ମୋଟେ ରକ୍ତ କ୍ୟାନ୍ସର ହୋଇ ଯାଇଛି ଲୋ l


ଏତିକି ଶୁଣିବା ମାତ୍ରେ ନିର୍ମଳା ଦେବୀଙ୍କ ଆଖିରୁ ଧାର ଧାର ହୋଇ ଲୁହ ଝରି ପଡିଲା l ସେ ଆଉ କିଛି ଵି ପାଟିରେ କହି ପାରିଲେ ନାହିଁ l

ପର ମୁହୂର୍ତ୍ତରେ ହୃଦଘାତରେ ତାଙ୍କ ଜୀବନ ଗଲା l



Rate this content
Log in

Similar oriya story from Tragedy