ଦୁହିତା
ଦୁହିତା
ସୁମିତ୍ରା ସମ୍ପୂର୍ଣ୍ଣ ଡଉଲ ଡାଉଲ ଦେଖିବାକୁ ଥିଲା। ସେ ଏତେ ସୁନ୍ଦର ଥିଲା ଯେ ଯିଏ ଦେଖିଲେ ଆଖିକୁ ଫେରେଇ ପାରୁ ନ ଥିଲେ। ଛୋଟରୁ ବଡ଼ ପୁରୁଷ ହେଉ କି ନାରୀ କେହି ବି ଏହାକୁ ଦେଖି ଦେବ ତ ଦଣ୍ଡେ ଅନେଇ କି ହିଁ ରହିବ। ସୁମିତ୍ରା ନିଜ ଚେହେରାକୁ ବେଶୀ ଗୁରୁତ୍ତ୍ବ ଦେଉ ନ ଥିଲା ନିଜର ଚରିତ୍ରକୁ ଶୁଭ ଦୃଷ୍ଟିରେ ଦେଖି ସାଇତି ରଖୁଥିଲା। ମନରେ ଭାବୁଥିଲା କି ଭବିଷ୍ଯତରେ ସେ ଦୁହିତାର କର୍ମ ଅବଶ୍ଯ ନିର୍ବାହ କରିବାକୁ ହେବ। ଉଭୟ ସ୍ବାମୀ ଓ ବାପାଙ୍କ ପରିବାରକୁ ପାହାଡ଼ ସଦୃଶ ଶକ୍ତ କରିକି ହିଁ ରହିବ।
ସମୟର ଚକ ବଡ଼ ବଳବାନ। ସୁମିତ୍ରା ସେ ଦିନ ସଞ୍ଜବେଳେ ପୋଖରୀପାଣି ଯାଇଥିଲା। ତିନିଜଣ ଯୁବକ ସୁମିତ୍ରାକୁ ଭିଡି଼ନେଇ ସାଇତା ଧନକୁ ଲୁଟିଲେ। ସୁମିତ୍ରା ଅନେକ ପରିଶ୍ରମ କରିଛି। ସଭିଙ୍କୁ ଗୋଡେ଼ଇ ଗୋଡେ଼ଇ ମାଡ଼ମାରି ଘାଇଲା କରିଛି ହେଲେ ପୁରୁଷ ବଳ ପାଖରେ ହାର ମାନିବାକୁ ବାଧ୍ଯ ହୋଇଛି ତ ସବୁର ଚିଜକୁ ଚିପୁଡି଼ ଦେବାକୁ ଚାରା ହିଁ ନ ଥିଲା। ଆଜି ସେ ଅନ୍ତସ୍ବତ୍ତ୍ବା ହୋଇ ସାରିଛି। ମୁହଁ କାହାକୁ ଦେଖେଇବ ଘରେ କହିଲେ ମଲା ନ କହିଲେ ବି ମଲା। ଅଜାଗା ଏ ଘାଆ ଯେ ବଢୁଛି ନିଆଁଲଗା ମନ ନିତ୍ଯଦିନ ପୋଡି଼ବା ଫଳରେ ନିଜକୁ ଭାରସାମ୍ଯ ହରେଇ ବସିଛି। ସେ ଦିନ ଗାଁ'କୁ ବୁଲିଯାଇ ସେଇ ତିନି ଜଣଙ୍କ ସହ କଥାବାର୍ତ୍ତା ବେଳେ କହିଛି କି ପାର ତ ଆଜି ଭରପୂର ମଜା ଉଠାଇ ନିଅ ହୁଏତ ଆସନ୍ତା କାଲି ଆଉ ଏ ସୁଯୋଗ ଆସି ନ ପାରେ। ସେମାନେ ତିନି ଜଣଯାଙ୍କ ଖୁବ ଭୟଭୀତ ହୋଇଗଲେ। ସୁମିତ୍ରା କଣ କରିବାକୁ ଯାଉଛି ନୀରବ ହୋଇ ଠିଆ ହେବା ଛଡା଼ ଅନ୍ଯ କୌଣସି କିଛି ତୁଣ୍ଡରୁ ବାହାରିଲା ନାହିଁ।
ଏ କଥା ପାଖରେ ଥିବା ଆହୁରି କେଇଜଣ ଲୋକ ଶୁଣିଦେଲେ। ସେମାନେ କିନ୍ତୁ କିଛି ବି ନ କହି ଦୂରରୁ ଭିଡି଼ଓ ରେକଡିଙ୍ଗ୍ କରି ନେଇଥିଲେ। ସୁମିତ୍ରା ସେଠାରୁ ଚାଲି ଯାଇଥିଲା ଦୂରକୁ ଯେଉଁଠି ସେ ଧର୍ଷିତା ହୋଇଥିଲା। ନିଜର ଓଢ଼ଣୀକୁ ଲଗେଇ ଆତ୍ମହତ୍ଯା କରିନେଲା। ରାତି ପାହିବା ପୂର୍ବରୁ ଗାଁ'ଟିରେ ଚହଳ ପଡି଼ଗଲା କି ସୁମିତ୍ରା ପୋଖରୀ ତୁଠ ବରଗଛରେ ଆତ୍ମହତ୍ଯା କରିଛି। ସେତେବେଳକୁ ଫେସବୁକରେ ଭିଡି଼ଓ ରେକଡିଙ୍ଗି ଘୂରି ବୁଲୁଥିଲା। ପୋଲିସ ରାତି ନ ପାହୁଣୁ ସେହି ତିନି ଜଣଙ୍କୁ ଧରିନେଲେ କିନ୍ତୁ ସୁମିତ୍ରା ଅଶରୀରି ହୋଇ ପୋଲିସ ସାମ୍ନାକୁ ଆସିଗଲା ଓ ସେ ଭୀଷଣ ମାଡ଼ ଏହି ତିନି ଜଣଙ୍କୁ ଲଦି ଚାଲିଲା।
ମୃତ୍ଯୁର କୋଳରେ ନ ଶୁଆଇ ଦୀର୍ଘ ଏକମାସ ଯାଏ କୋର୍ଟରେ ପ୍ରହାର କରି ଚେତେଇ ଦେଲା କି ଜଣେ ଝିଅର ଅସଲ ରୂପ କଣ ହୋଇଥାଏ? ସେ ଚାହିଥିଲା ଦିନେ ଦୁହିତା ହେବାକୁ। ଉଭୟ ବାପା ଓ ଶ୍ବଶୂର ଘରର ଲୋକଙ୍କ ଦୀର୍ଘ ଭବିଷ୍ଯତ କାମନା କରିବାକୁ ହେଲେ ତୁମେ ମୋର ସବୁକୁ ବରବାଦ କରିନେଲ ଏବେ ସମୟ ଆସିଛି ମୋର ପରି ତୁମକୁ ଆତ୍ମହତ୍ଯା କରିବାକୁ ହେବ ଅନ୍ଯଥା ନିତି ଏହିପରି ମାଡ଼ ଖାଇଖାଇ ଜୀବନକୁ ବଞ୍ଚାଇ ରଖିବ। ସୁମିତ୍ରା ଦଉଡି଼ ଫିଙ୍ଗିଦେଲା ଆଉ ଏବେ ମୋର ଆଗରେ ହିଁ ଆତ୍ମହତ୍ଯା କରିବାକୁ ଧମକ ଦେଲା। ତିନିଜଣ ଯାକ ଭାବିନେଲେ କି ନିତି ସୁମିତ୍ରା ହାତରୁ ମାଡ଼ ଖାଇଖାଇ ମରିବା ଅପେକ୍ଷା ଆତ୍ମହତ୍ଯା କରି ମରିଯିବା ହିଁ ଶ୍ରେୟସ୍କର। ସେମାନେ ତୁରନ୍ତ ଆତ୍ମହତ୍ଯାକୁ ଆପଣେଇଲେ ଓ ମୃତ୍ଯୁର କୋଳରେ ଶୋଇଗଲେ।
କୋର୍ଟ ଭିତରେ ଏମିତି କେମିତି ହେଲା ବଡ଼ ଚର୍ଚ୍ଚାର ବିଷୟ ହେଲେ ସୁମିତ୍ରା ସିଧା ଜଣେ ପୋଲିସକୁ କହିଗଲା କି ଜଣେ ଅଶରୀରି ହିଁ ଆତ୍ମହତ୍ଯାକୁ ବାଧ୍ଯ କରିଲା ଫଳତଃ ସେମାନେ ମୃତ୍ଯୁର ସ୍ବାଦ ଚାଖିଲେ। ଆଜି ଅଶରୀରି ଆଉ ସେ ରୂପକୁ ଆସୁନାହିଁ ଅର୍ଜିଥିବା କର୍ମଫଳ ପାଇଁ ଈଶ୍ବରଙ୍କ ପାଖରେ ବିନତି କରୁଛି କି ତାକୁ କ୍ରମ ମୁକ୍ତିରେ ନିଆଯାଉ।
ସତରେ ! ଜଣେ ଝିଅ କେତେ କଣ ସ୍ବପ୍ନ ଦେଖିଥାଏ? ଦୁହିତା ହେଲେ ତାକୁ କଣ ସବୁ କର୍ମ ନିର୍ବାହ କରିବାକୁ ହେଲେ ହେଲେ ଏ ସୁମିତ୍ରା ପାଇଲା କଣ? ଖାଲି ଲୁହ ଓ ଯନ୍ତ୍ରଣାକୁ ପାଇ ଆତ୍ମହତ୍ଯାକୁ ଆପଣେଇଲା,ନୁହେଁ?
