STORYMIRROR

CHINMAYEE PRADHAN

Tragedy Inspirational Children

3  

CHINMAYEE PRADHAN

Tragedy Inspirational Children

ଦୁହିତା

ଦୁହିତା

2 mins
202


ପାହାଡ଼ ଉପରୁ ବାଳ ସୂର୍ଯ୍ୟ ମୁଣ୍ଡ ଟେକିଲେଣି। ପକ୍ଷୀମାନେ ଖାଦ୍ୟ ଅନ୍ୱେଷଣରେ ବାହାରି ଗଲେଣି। ସକାଳ ବୁଲା ସାରି ସିଦ୍ଧାର୍ଥ ବାବୁ ଘରକୁ ଫେରୁଥିବା ବେଳେ ମିଶ୍ର ବାବୁ ଦେଖା ହେଇଗଲେ। ଆଉ ଭଲ ଅଛନ୍ତି? ଝିଅ ବାହାଘର କୋଉଠି ଠିକ୍ ହେଲା? ନାଇଁ ସେ ରାଜି ହଉନି। ଗୋଟିଏ ଭଲ ପ୍ରସ୍ତାବ ଅଛି ଆଜ୍ଞା। ଆପଣ କହିଲେ ଆଗେଇବା। ହଉ ଦେଖନ୍ତୁ। ଝିଅ ରାଜି ହେଲା ଗୋଟିଏ ସର୍ତ୍ତରେ। ବାହାଘର ପରେ ବାପଘର ସହିତ ବି ତାର ପୂର୍ବ ପରି ସମ୍ପର୍କ ସେମିତି ରହିବ, ସେ ଚାକିରି ସେମିତି କରିବ। ଦେଖନ୍ତୁ ସମୁଦି ଆମର ତ ଗୋଟିଏ ପୁଅ ଆଉ ଝିଅଟା ବିବାହିତ। ଆପଣଙ୍କ ଝିଅ ଆମଘରେ ବି ଝିଅ ପରି ରହିବ। ବାହାଘର ବଡ଼ ଧୂମଧାମରେ ହେଲା। ସବୁ କିଛି ଠିକଠାକ୍ ଚାଲିଥିବା ବେଳେ ହଠାତ୍ ଦିନେ ଗୋଟିଏ ଝିଅ ଆସି କହିଲା ସେ ସୌରଭ ସନ୍ତାନର ମାଆ ହେବାକୁ ଯାଉଛି। ଏ କଥା ଶୁଣି କେହି ବି ବିଶ୍ୱାସ କରି ପାରିଲେନି। ହେଲେ ସୌରଭ ଓ ତାର ସବୁ ଫଟୋ ଦେଖିଲା ପରେ ସମସ୍ତେ ସବୁ ବୁଝିଗଲେ। ଦେଖ ବାପା ମୁଁ ଆଗରୁ ସୀମାକୁ ବାହା ହେଇସାରିଛି। ସେ ନୀଚ୍ଚ ଜାତିର ଆଉ ଆମ ପ୍ରେମକୁ ତମେ ସ୍ୱୀକାର କରିବନି ବୋଲି ମୁଁ ଘରେ କିଛି ଜଣାଇ ନ ଥିଲି। ମୋର କିଛି ଶୁଣିବା ଦରକାର ନାହିଁ। ତୁ ଏବେ ଏଇ ମୁହୂର୍ତ୍ତରେ ଘର ଛାଡି ଚାଲି ଯା। ନାଇଁ ବାପା ଆପଣ ତାଂକୁ ଘରୁ ବାହାର କରି ଦିଅନ୍ତୁନି। ତୁ ଚୁପ୍ ରହ ଚାରୁ। ସେ ନ ଗଲେ ମୁଁ ଚାଲିଯିବି।ସୌରଭ ସୀମାକୁ ନେଇ ଘର ଛାଡି ଚାଲିଗଲା।


  ଚାରୁ! ତୁ ଛାଡପତ୍ର ଦେଇ ଆମ ଘରକୁ ଚାଲିଆସ୍। ତୋର ସାରା ଜୀବନ ପଡିଛି। ଏଠି ତତେ ଏମିତି ହନ୍ତସନ୍ତ ହେବାକୁ ମୁଁ ଦେବିନି। ଆଉ ଗୋଟେ ଭଲ ପ୍ରସ୍ତାବ ଦେଖି ମୁଁ ତୋର ବିବାହ କରିଦେବି। ତୁ ଭଲରେ ରହିବୁ ମା। ବାପା! ମୋର ଦ୍ୱିତୀୟ ବିବାହ ଯଦି ସେମିତି ହୁଏ, ତାହେଲେ? ସେମିତି ହବନି ରେ ମା। ନାଇଁ ବାପା ମୁଁ ତମ ସାଂଗେ ଚାଲିଗଲେ ଏଠି ମୋ ଶାଶୁ ଶଶୁରଙ୍କ କଥା କିଏ ବୁଝିବ? ସେମାନେ ତ ଅସହାୟ ହେଇଯିବେ। ଆଉ ତା ଛଡା ସୌରଭ ମତେ ଯେତିକି ଭଲପାଇବା ଦେଇଛନ୍ତି ଆଜି ତାର ସନ୍ତକ ମୋ ଗର୍ଭରେ। ମୁଁ ବରଂ ଏଠି ରହି ସେମାନଙ୍କ କଥା ବୁଝିବା ସହ ତୁମ କଥା ବି ବୁଝି ପାରିବି। ତମେ ଭାବିବନି ଯେ ମୁଁ ବାହା ହେଇଗଲି ବୋଲି ଆଉ ମୋର ମୋ ବାପା ବୋଉ ଭାଇ ଭଉଣୀଙ୍କ ପ୍ରତି କିଛି କର୍ତ୍ତବ୍ୟ ନାହିଁ। ମୁଁ ବାହାଘର ପୂର୍ବରୁ ଯେମିତି ଘର କଥା ବୁଝୁଥିଲି ଏବେ ବି ଠିକ୍ ସେହିପରି ବୁଝିବି। ନିରୁର ବାହାଘର, ସାନୁର ପାଠପଢା ସବୁ କିଛି। ଆଉ ଏଥିପାଇଁ ମୋ ଶାଶୁ ଶଶୁରଙ୍କର କିଛି ଅଭିଯୋଗ ମଧ୍ୟ ନାହିଁ। ତା ଶାଶୁ ଏ ସବୁ ଶୁଣୁଥିଲେ। ହଁ ସମୁଦି ସିଏ ଆମର ବୋହୂ ନୁହେଁ ଝିଅ। ନା... ନା... ବରଂ କୁହ ସେ ଆମ ପୁଅ। ନିଜ ପୁଅ ତ ତା କର୍ତ୍ତବ୍ୟ ଭୁଲିଗଲା। ଆମେ ଆଜି ବଞ୍ଚିଛୁ କେବଳ ଚାରୁ ପାଇଁ। ଆପଣ ଆମ ବଞ୍ଚିବାର ରାହା ଛଡେଇ ନିଅନ୍ତୁନି। ହଁ ଭାଉଜ ତମେ ଆମ ଘର ଛାଡି ଯାଅନାହିଁ। ତମେ ତ ଦୁହିତା, ଦୁଇ କୁଳକୁ ହିତା। ହଁ ମା ତୁ ହିଁ ପ୍ରକୃତରେ ଦୁହିତା। ସମସ୍ତଙ୍କ ଆଖିରେ ଜକେଇ ଆସିଥିଲା ଲୁହ। ହେଲେ ଚାରୁ ନିର୍ବିକାର ଭାବରେ ଠିଆ ହୋଇ ଖୋଜୁଥିଲା ଦୁହିତାର ଅର୍ଥ।


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy