Lopamudra Mishra

Tragedy

3  

Lopamudra Mishra

Tragedy

ଦଉଡ଼ି

ଦଉଡ଼ି

1 min
582


ସେ ଘରେ ଦଉଡ଼ି ଆଉ କାହିଁକି ଦରକାର ଥିଲା ? ନିଲୁର ଝିଅ ଆସି ଜିଦି କରିଥିଲା, 'ଅଜା ଝୁଲି ଖେଳିବି, ଦୋଳି ଲଗେଇ ଦିଅ l' ନିଲୁ ଘର ପାଖରେ ଦୁଇଟି ଘର ଛାଡ଼ି ରାଜୁକୁ ଭଲପାଇ ବାହାହେଇଥିଲା l ତା'ରି କୁନିଝିଅ ରାକ୍ଷୀ ପାଇଁ ଅଜା ଦଉଡ଼ି ଆଣି ରଖିଥିଲେ l ରାକ୍ଷୀର ଝୁଲି ଲାଗିପାରିଲାନି l ଝୁଲି ଲାଗିବା ପୂର୍ବରୁ ଘରୁ ଦଉଡ଼ିଟି ହଜିଗଲା l 

ଦଉଡ଼ି ହଜିବାର ଛଅଦିନ ପରେ ନିଲୁ ବି ଦିନେ ରାତିରେ ହଜିଗଲା l ରାକ୍ଷୀ କାନ୍ଦି କାନ୍ଦି ସାରା ରାତି ଶୋଇନଥିଲା l ସକାଳୁ ସକାଳୁ ଲୋକେ ଦେଖିଆସି କହିଲେ ନିଲୁ ଝୁଲୁଛି ପୋଖରୀ କୂଳ ବରଗଛର ଡାଳରେ l ସତରେ କିନ୍ତୁ ନିଲୁ ଝୁଲୁନଥିଲା, ଝୁଲୁଥିଲା ତା' ମୃତଶରୀର l ରାକ୍ଷୀ ପାଇଁ ଆସିଥିବା ଦଉଡିରେ ନିଲୁର ବେକ ପାଖରେ ଗଣ୍ଠିଟେ ପକେଇ ଗଛ ଡାଳରେ କେହି ତା'କୁ ଟଙ୍ଗେଇ ଦେଇଥିଲା l ଗଛ ତଳେ ବହଳ ବହଳ କାଦୁଅ ଥିଲା ବେଳେ ନିଲୁର ପାଦ ଦୁଇଟି ଏକଦମ ପରିଷ୍କାର ଦିଶୁଥିଲା l ସେ ପାଦରେ ଚପଲ୍ ବି ପିନ୍ଧିନଥିଲା l ନିଲୁର ଶରୀରକୁ ଗଛରୁ ଓହ୍ଲେଇ ଅଣାଗଲା ବେଳକୁ ରାକ୍ଷୀ ଆସି ତା ମାଆର ବେକକୁ ବାନ୍ଧି ଦେଇଥିବା ଦଉଡ଼ିଟାକୁ ଖୁବ୍ ଗାଳିଦେଉଥିଲା l ରାକ୍ଷୀ କହୁଥିଲା, "ଆଈ କହେ ରାତିରେ ତୋ କଥା କହିଲେ ତୁ ଆସି ଅଧ ରାତିରେ ଡାକୁ l ମୋ ମାଆ ପଅରଦିନ ବାପାଙ୍କୁ କହୁଥିଲା ଯେ ବାପା ଯଦି ସେ ଜ୍ୟୋତିଦିଦି ସହ ସମ୍ପର୍କ ନକାଟିଦିଅନ୍ତି ମାଆ ବେକରେ ତତେ ଲଗେଇ ଝୁଲି ପଡିବ l ଦଉଡ଼ି ! ତୁ ସେଥିପାଇଁ ମୋ ମାଆକୁ ଡାକିଆଣି ଏଠି ଝୁଲେଇ ଦେଲୁ ? ଦେ ଏବେ ମୋ ମାଆକୁ ଉଠା... । "


Rate this content
Log in

Similar oriya story from Tragedy