Akshayakumar Dash

Action Fantasy Inspirational

4  

Akshayakumar Dash

Action Fantasy Inspirational

ଦୃଘଟଣା

ଦୃଘଟଣା

3 mins
174


ମନୁଷ୍ୟ ଜୀବନରେ ବହୁ ଘଟଣା କେତେ ରୂପରେ ଆସେ ।କେତେବେଳେ ସୁଫଳ ମିଳିଥାଏ ତ ବେଳେ ବେଳେ କୁଫଳ ଦେଇଥାଏ ।ସୁଫଳ ଯେତିକି ଆନନ୍ଦ ଦିଏ କୁଫଳ ଅତ୍ୟଧିକ ଯନ୍ତ୍ରଣା ଦେଇଥାଏ ।ତେବେ କୁଫଳ କାହିଁକି ଆସେ, ଏହାର ଯଥାର୍ଥ ଉତ୍ତର ପାଇବା କୁ ଯାଇ ଭାବୁଛନ୍ତି ବିଭୁଦତ ।ବିଭୁଦତ ଜଣେ ଅବସର ପ୍ରାପ୍ତ ଶିକ୍ଷକ । ଷାଠିଏ ବର୍ଷପରେ ଭାଙ୍ଗିପଡିଛନ୍ତି ଏହି ଦୃଘଟଣା ପାଇଁ । ଦୃଘଟଣା କେତେବେଳେ କେଉଁ ରୂପ ନିଏ କେହି କହିପାରିବେ ନାହିଁ । କେବଳ ଶାସ୍ତ୍ର ମତରେ ବିପଦେ ନ ଉଦବିଗ୍ନମନା ।ବିପଦ ସମୟରେ ଉଦ୍ବିଗ୍ନ ହେବାକୁ ମନା କରାଯାଇଛି ।ଧର୍ଯ୍ୟ ଧରିବାକୁ ପଡିବ ନିଶ୍ଚୟ ।


ଦୃର୍ଘଟଣା କହିଲେ ରାସ୍ତା ରେ କି ଜଳରେ ବା ବିଦୁତ କି ବଜ୍ରାଘାତ ଆଦି ବୁଝୁ । ଏମିତି ବି ରୋଗ ଓ ପାରିବାରିକ କଳହ ହୋଇପାରେ । କିନ୍ତୁ ଏସବୁ ଦୃଘଟଣା ବିଭୁଦତ ଙ୍କର ଘଟିନାହିଁ । ଘଟିଥିବା ଘଟଣା ଭିର୍ଣ୍ଣ ପ୍ରକାର ।କେମିତି କହିବେବା? ଯାହାକୁ କାହାକୁ କହିବାକୁ ନିଜର ଦୃବଳତା ପ୍ରକାଶ ହେବ । ସାଙ୍ଗ ସାଥି ଜାଣିଲେ ଦୋଷ ଲାଦିବେ। ଏହିକଥାକୁ ନିଜ ପରିବାର ର ଅନ୍ୟମାନକୁ କହିଲେ ବି ଲାଭନାହିଁ ।ବରଂ ନିଜ ଦୃବଳତା ପ୍ରକାଶ ହେବ । ସବୁକୁ ବିଚାର କଲେ କାହାକୁ କହି ଗୁଡିଏ ନିରୁକ୍ତ ଶୁଣିବା ଅପେକ୍ଷା ନକହିବା ଭଲ ହେବ । ବିଭୁଦତ ବସି ସୋଚନା କରୁଥିଲେ । ଏହି ପ୍ରକାର ଭୂଲ ହେବାର ମୂଳ କାରଣ କେଉଁଠି ଅଛି । ସାଧାରଣତଃ କେତେକ ଦୃଘଟଣା ସମସ୍ତେ ଜାଣନ୍ତି । କିଛି ସହୃଦୟ ସାଙ୍ଗ ସାଥି କି ପରିବାର ସାହାଯ୍ୟ କରିବାକୁ ଆଗେଇଆସନ୍ତି । ପୁଣି ପ୍ରବୋଧ ଦିଅନ୍ତି । ସମାଧାନ ସୂତ୍ର ବାହାର କରନ୍ତି । ଆଶ୍ୱାସନା ଦିଅନ୍ତି । କିନୁ ଏହି ଦୃଘଟଣାର ପରିଣତି କେବଳ ପତି ପତ୍ନୀ ଓ ପୁତ୍ର ଏହି ତିନିଜଣଙ୍କ ଭିତରେ ସୀମିତ ରଖିବାକୁ ପଡୁଛି ବିଭୁଦତ କୁଂ । 


ପତ୍ନୀ ଆସି କହିଲେ, ଏତେ ଭାବୁଛ କଣ? ଯାହା ଘଟିବାର ଥିଲା ଘଟିଗଲା। ପୁଅକୁ ଦେଖିବା ନା ଟଙ୍କାକୁ ଦେଖିବା । ପୁଅ ଥିଲେ କେତେ ଟଙ୍କା ଦେବ । ବିଭୁଦତ କହିଲେ, ମୁଁ ଟଙ୍କା କଥା ଚିନ୍ତା କରୁନି, ଚିନ୍ତା ମୋର ତୁମ ପୁତ୍ରର ଦାଇତ୍ୱ ହୀନତା ପାଇଁ । ପୁଅର ଦାଇତ୍ୱ ହୀନତା ହେଉ ବା ଅସାବଧାନତା ହେଉ ଘଟିତ ଗଲାଣି , ଏବେ ସମାଧାନ ବାଟ ଦେଖ । ପତ୍ନୀ କହିଲେ, ମୋର ଗହଣା ବିକି ଦେଇଆସ ।ବିଭୁଦତ ପତ୍ନୀ କଂ ମୁଖକୁ ଚାହିଁଲେ, କହିଲେ ତୁମ ଗହଣା ବିକିଲେବି ଭରଣ ହେବନି । ତେବେ କଣ କରାଯିବ, ନିଜ ଘର ବନ୍ଧା ପକାଇ ସୁଝିଦିଅ । ବିଭୁଦତ, ବିରକ୍ତ ହୋଇ କହିଲେ, ତୁମମାନଙ୍କ ନଜର ଏହି ଘରଉପରେ ।ତେଣିକି ଦେଖାଯିବ । ସାରା ଜୀବନ ଭଡା ଘରେ କଟେଇ ଏବେ ରିଟାଇର୍ଡ ହେଲାପରେ ଯାହାସବୁ ପାଇଥିଲେ, ସେଥିରେ ଜାଗାକିଣି ଘର ଖଣ୍ଡିଏ ବନେଇଛନ୍ତି ।ଏହିଘର ବିକିବା କି ବନ୍ଧା ଦେବାକୁ ପଡିବ ଶେଷରେ ଶୁଣି ବିରକ୍ତ ହେଲେ ।


ଚାକିରୀ କାଳ ରେ ଦୁଇଟି ପିଲାକୁ ଇଂଜନିର ପଢେଇବା ଓ ଝିଅ ବିବାହ କରିବା ତାଙ୍କ ଦରମାରୁ । ଆଜିମାଲି ଡୋନେସନ ନେଇ ପଢିବାକୁ ପଡେ ।ଦୁଇପିଲାଙ୍କ ପାଠ ପଢ଼ାରେ ତିରିଶ ଲକ୍ଷ ଖର୍ଚ୍ଚ , ଝିଅର ବିବାହ ରେ ଦଶ ଲକ୍ଷ ,ଜଣେ ଶିକ୍ଷକ ପାଇଁ କଠିନ ଅଟେ । ପତ୍ନୀ କହିଲେ, ତୁମ ନାମରେ ଯାହା ପୈତୃକ ସଂପତି ଅଛି ତାକୁ ବିକ୍ରୀ କରି ଦେଇ ପୁଅର ଲୋନ ସୁଝ ।ବିଭୁଦତ ପତ୍ନୀକୁ କହିଲେ, ବଡ଼ ଭାଇ ତ ଶୁଣୁନାହାନ୍ତି । ସେ ତାକୁ ଆଜକୁ ଚାଳିଶ ବର୍ଷ ଧରି ଦଖଲ କରି ଆସୁଛନ୍ତି । କେଶ କଲେ ମିଳିବ। ଏତେସହଜରେ ସେ ଅଡ଼ୁଆ ଛିଣ୍ଡିବ ନାହିଁ । ପୁଅ ସମସ୍ତ ଶୁଣି ନିଜକୁ ହୀନ ମାନେକଲା। ଛୋଟ ଭୁଲରୁ ବଡ଼ ଭୂଲ ରୂପ ନେଲା ।ଛୋଟ ଭୂଲକୁ ସୁଧାରିବାକୁ ଯାଇ କ୍ଷତି ରେ ପଡି ବଡ଼ ଭୂଲର ରୂପ ନେଲା ।


ବହୁରାଷ୍ଟିୟ କମ୍ପାନୀ ବାଙ୍ଗାଲୋର ରେ ଡାଟା ଆନ୍ନାଲିଷ୍ଟ ରୂପ ବିଭୁଦତକଂ ପୁତ୍ର କାମ କରନ୍ତି ମାସିକ ଦରମା ପଇଁଚାଲିସ ହଜାର ଟଙ୍କା । କୌଣସି ପ୍ରକାର ନିଜର ଖର୍ଚ୍ଚ ଚଳିଯାଏ ।ଘର କୁ କିଛିନଦେଲେବି ବିଭୁଦତ କଂ ପେନସନ ରେ ଦୁଇପ୍ରାଣୀ ଚଳିଯାହାନ୍ତି ।ପୁଅର ଅଫିସର ସହକର୍ମୀ କଂ ପ୍ରଲୋଭନରେ ସେଆର ମାର୍କେଟ ରେ ୨ଲକ୍ଷ ଟଙ୍କା ଲଗେଇ ହାରିଗଲେ । ଏଥିପାଇଁ ଲୋନ କରିଥିଲେ । ଏହି ଲୋନ କୁ ସୁଝିବା ପାଇଁ ଆଇ ପି ଏଲ କ୍ରିକେଟ ଖେଳ ରେ ଟଂକାବାଜି ଲଗେଇଲେ ।ସେଥିରେ ତିନି ଲକ୍ଷ ଟଙ୍କା ହାରିଲେ । ଏହି ପାଞ୍ଚ ଲକ୍ଷକୁ ସୁଝିବା ପାଇଁ ପ୍ରାଇଭେଟ ଟଙ୍କା ଲଗାଣ କାରୀ ସଂସ୍ଥା ରୁ ଲୋନ ଆଣି ଅଧିକା ସୁଧ ଦେଲେ । ଦରମା ଟଙ୍କାରୁ ସୁଝି ନପାରି ଶେଷରେ ମାନସିକ ଭାରସ୍ୟମ ହରେଇ ବସିଲେ । ଚାକିରୀ ଛାଡ଼ିଦେବାକୁ ବସିଲେ । ବିଭୁଦତ ପୁଅର ଅନ୍ୟମନସ୍କ ଅବସ୍ଥା ଦେଖି ବହୁତ ପଚାରିବା ପରେ ସମସ୍ତ କଥା କହି ନିଜର ଭୂଲ ପାଇଁ ପୁଅ ଘର ଛାଡ଼ି ଚାଲିଯିବାକୁ ବସିଲେ । ବିଭୁଦତ ପ୍ରତିଶୃତି ଦେଲେ ଯେ ସେ ସମସ୍ତ ଟଙ୍କା ସୁଝିବେ । 


    ଦୃଘଟଣା କେବଳ ପୁଅର ଘଟିଥିଲା କହିବା ନୁହେଁ ସାରା ପରିବାର ପାଇଁ । ଏହି ଘଟଣା ର ସମାଧାନ କରିବା ଜଣେ ସ୍ୱଳ୍ପ ବେତନ ଭୋଗି ସ୍କୁଲ ଶିକ୍ଷକ ପାଇଁ ବଡ଼ ଦୃଘଟଣା ।


Rate this content
Log in

Similar oriya story from Action