STORYMIRROR

Akshayakumar Dash

Action Inspirational

3  

Akshayakumar Dash

Action Inspirational

ଦକ୍ଷତା

ଦକ୍ଷତା

2 mins
184

କିଛି ବଂଧୁ ମାନଙ୍କ ସହିତ ଅଧିକ ସମୟ କାଟୁ ଥିଲେବି ଆଶୁତୋଷ ମନରେ ଅଶାନ୍ତ ଝଡ ନିର୍ଜନ ମୁହୁର୍ତରେ ବସାବାନ୍ଧି ବିଦାରିତ କରୁଥିଲା !ଅନିଶ୍ଚିତ ଭବିଷ୍ୟତ କୁ ନେଇ !କଲେଜ ପଢା ସାରି ଅଧିକ ପଢିବାକୁ ଅନିଛୁକ !କୌଣସି ଟେକ୍ନିକାଲ ଜ୍ଞାନ ହାସଲ କରିବା ପାଇଁ ଇଚ୍ଛା ଥିଲେବି ଅର୍ଥ ର ପ୍ରତିବନ୍ଧକ !ଯାହାସବୁ ପରିସ୍ଥିତି ଅନ୍ୟ ସାଙ୍ଗକୁ ଠାରୁ ବୁଝୁଛି, ଅଧିକାଂଶ ନୈରାଶ୍ୟ ପ୍ରକାଶ କରି ଭାଗ୍ୟକୁ ଦୋଷ ଦେଇ ଚାଲିଛନ୍ତି !ଯେଉଁ କେତେକ ସାଙ୍ଗ କିଛି ରୋଜକାର କ୍ଷମ ସେମାନେ ବି ନିଜ କାର୍ଯାଳୟ ରେ ବାଧ୍ୟ ବାଧକ ରୂପେ କର୍ମରତ !ଆଶୁତୋଷ କୁ ପଚିଶ ବର୍ଷ ଛୁଇଁଲା, ପିତା ଜଣେ କୃଷକ, ବୟସାଧିକ ହେତୁ ଆଉ ଖଟିବା କଷ୍ଟ ହୋଇପଡୁଛି !ପିତାଙ୍କ ସହ ନୀତି ଝଗଡା, କାରଣ ବିଲରେ ଖଟିବାକୁ ଆଶୁତୋଷ ନାରାଜ!କେବଳ ମାଙ୍କ ପାଇଁ ଘରେ ପଡ଼ିରହିଛି ସେ !ମା ବି ବେଳେ ବେଳେ ବୁଝାଇ କୁହନ୍ତି, ହେଲେ ଆଶୁତୋଷକୁ କହିବାକୁ ପଡେ, ତୁ ଯଦି ବାପାକୁ ପରି ମତେ କହିବୁ ତେବେ ଏଘର ଛାଡି କୁଆଡେ ପଳେଇବି !ଆଉ ଫେରିବି ନାହିଁ !ମା ଚୁପଚାପ ରୁହନ୍ତି !ଦିନେ ମା ଆଶୁତୋଷ କୁ ସଉଦା ଆଣିବାକୁ ପଠେଇଲେ ବଜାର, ଶହେ ଟଙ୍କା ଦେଇ, ଆଶୁତୋଷ ଅନ୍ୟ ମନସ୍କ ହୋଇ ହଜେଇ ଦେଲା ଟଙ୍କା, ସଉଦା ଦୋକାନୀ ର ଟଙ୍କା ସନ୍ଧ୍ୟାକୁ ଦେବ ବୋଲି କହି ଫେଟିଲା ! ଦୁଇ ତିନି ଦିନ ଗଲାପରେ ଦୋକାନୀ ଘରକୁ ଆସି ଟଙ୍କା ମାଗିଲା !ଆଶୁତୋଷ ର ମା କୌଣସି ମତେ ଟଙ୍କା ଦେଇ ଦୋକାନୀକୁ ବିଦା କରିଦେଲା !ଘରକୁ ଫେରି, ଆଶୁତୋଷ ଜାଣିଲା, ମା ତାକୁ ପଚାରିଲେ, କିରେ ସେ ଟଙ୍କା ତ ଦୋକାନରେ ଦେଲୁ ନାହିଁ ତେବେ କଣ କଲୁ? ଆଶୁତୋଷ କହିଲା, ମୋ ଉପର ପକେଟରେ ରଖିଥିଲି,ହଜିଗଲା ମା ପୁଅର କଥା ଶୁଣି ନିରବ ରହିଲା !ମାର ଭିତର କଷ୍ଟ କୁ ଅନୁଭବ କଲା ଆଶୁତୋଷ !ଦୁଃଖ ତାର ପିଛା ଛାଡ଼ୁନାହିଁ !ଅନ୍ତର ଦାହରେ ଛଟପଟ ତାର ପ୍ରାଣ ! କଣ କରିବ ନକରିବ ତା ପାଇଁ ସବୁ ବାଟ କଣ୍ଟା ପୂର୍ଣ୍ଣ !ନିରବ ଓ ନିର୍ଜନ ଭିତରେ ରହିବାକୁ ଉଚିତ ମନେକଲା !ସାଙ୍ଗ ମାନଙ୍କ ପାଖୁ ଗଲାନାହିଁ କି କାହାସହିତ କିଛି କଥା ବାର୍ତା ହେଲାନାହିଁ !କେବଳ ମା ଜାଣେ ପୁଅର ମନ, ମା ତାକୁ ଭରସା ଦେଲେ, ଦୁଃଖ କରନି, ଗଛ ଲଗେଇଲେ ଫଳ ମିଳେନି, ସମୟ ହିଁ ଫଳ ଦେବ !ବାପାକୁ ସାହାଯ୍ୟ କରିବାକୁ ତୁ କାମରେ ମନ ଦେ !ମୁଁ ଭାବୁଛି ତୁ କାମ କଲେ ଭୁଲିଯିବୁ ତୋର ଦୁଃଖ ସବୁ !ଆଶୁତୋଷ ବିଚାର କଲା ମା ଙ୍କ କଥା !ବାପାକୁ ସାହାଯ୍ୟକଳା କାମରେ !ନୀତି ବିଲରେ କାମ କରି ଘରକୁ ଫେରୁଥିବା ବେଳେ ତାକୁ ଅପୂର୍ବ ଆନନ୍ଦ ଲାଗିଲା !ବଗିଚାରେ ବିଭିର୍ଣ୍ଣ ପନିପରିବା ଚାଷ କରି ହାତ ଖର୍ଚ୍ଚ ଉଠାଇବା ସହ ଘର ଖର୍ଚ୍ଚ ତୁଲେଇଲ !ଜଣେ ଉତ୍ତମ କୃଷକ ରୂପେ ଜଣାଶୁଣା ହେଲା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action