STORYMIRROR

Himalini Hota

Horror

3  

Himalini Hota

Horror

ଧର୍ମଶlଳାରେ ରାତି

ଧର୍ମଶlଳାରେ ରାତି

3 mins
167

ଆଜିକୁ ପ୍ରାୟ ୫/୬ ବର୍ଷ ତଳର ଘଟଣା । ପିଲାମାନଙ୍କର ଜିଦକୁ ଏଡେଇ ନ ପାରି ଆମେ ନିଷ୍ପତ୍ତି ନେଲୁ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ଆସିବୁ । ତା ସହ ଭୁବନେଶ୍ୱରରେ ନନ୍ଦନକାନନ ପ୍ରଭୂ ଲିଂଗରାଜଙ୍କ ଦର୍ଶନ ସହ ପାଖାପାଖି ଦର୍ଶନୀୟ ସ୍ଥାନ ସବୁ ବୁଲି ଆସିବୁ । ସପରିବାର ଚାଲିଲୁ ପୁରୀ ଅଭିମୁଖେ । 

ପୁରୀରେ ପହଞ୍ଚି ଲା ବେଳକୁ ପ୍ରାୟ ସନ୍ଧ୍ୟା ୫ଟା । ଧର୍ମ ଶାଳାରେ ଫ୍ରେଶ ହେଇ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢା ଖାଇ ରୁମରେ ପହଞ୍ଚି ଲା ବେଳକୁ ରାତି ପ୍ରାୟ ୯ ଟା ପାଖାପାଖି ହେବ । ଯାତ୍ରା ଜନିତ କ୍ଳାନ୍ତି ଯୋଗୁଁ ସମସ୍ତେ ଜଲଦି ଶୋଇ ପଡ଼ିଲୁ ସେ ଦିନ । 

ପରଦିନ ଭୋର ୫ ଟାରେ ଫ୍ରେଶ ଅପ ହୋଇ ଯୋଜନା ମୁତାବକ ବୁଲିବା ପାଇଁ ବାହାରିଗଲୁ । ପ୍ରଥମେ ସମୁଦ୍ର, ପରେ ନିଷ୍ପତ୍ତି ନେଲୁ ଟୁରିଷ୍ଟ ବସ୍ ଦ୍ଵାରା ସବୁ ଜାଗାକୁ ୨ ଦିନ ଭିତରେ ପିଲାଙ୍କୁ ବୁଲାଇ ଘରକୁ ଫେରିବୁ ବୋଲି । ସେଦିନ ବୁଲାବୁଲି ସାରି ରୁମକୁ ଫେରିଲା ବେଳକୁ ରାତି ପ୍ରାୟ ଦଶଟା । ବାହାରେ ଡିନର ସାରି ଦେଇଥିଲୁ, ପିଲା ମାନେ ବି ଶୋଇବା ପାଇଁ ଚାଲି ଗଲେ ଦିନସାରାର କ୍ଲାନ୍ତି ଯୋଗୁଁ କିଛି ସମୟ ଭିତରେ ସମସ୍ତେ ନିଘୋଡ଼ ନିଦରେ ଶୋଇଗଲେ । ରାତି ଅଧରେ ପାଣି ପିଇବା ମୋର ଗୋଟେ ଅଭ୍ୟାସ । ରୁମରେ ପିଇବା ପାଣିର ବ୍ୟବସ୍ଥା ନଥିବାରୁ ମୁଁ ବାହାରକୁ ଗଲି( ଧର୍ମ ଶାଳା ଭିତରେ) ପାଣି ଆଣିବା ପାଇଁ । ସେତେବେଳକୁ ପ୍ରାୟ ରାତି ଘଣ୍ଟେ ହେବ । ତଳ ମହଲାରେ ଆମେ ରହିଥିଲୁ । ତଳ‌ ମହଲା ରୁ ଉପର ମହଲାର ବାଥରୁମ ଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲା । ରାତି ହୋଇ ଥିବାରୁ ପ୍ରାୟ ସବୁ ରୁମର ଆଲୋକ ମଧ୍ୟ ଲିଭି ଯାଇଥାଏ । କମ ଆଲୋକରେ ମୋତେ ଦେଖାଗଲା ଉପର ବାଥରୁମରେ କେହି ଜଣେ ସାୱାର ଅନ କରି ତା ତଳେ ଠିଆ ହୋଇ ଗାଧେଇବାରେ ଵ୍ୟସ୍ତ ଥାନ୍ତି । ମୁଁ ନିର୍ଦ୍ୱନ୍ଦ୍ୱରେ ବହାରିଗଲି ଲୋକ ମାନେ କେହି ଶୋଇ ନାହାଁନ୍ତି ଭୟ ଲାଗିବନି ଭାବି । ବାହାରକୁ ଆସି ଅକ୍ୱାଗାର୍ଡ ରୁ ପାଣି ଭର୍ତ୍ତି କରୁଛି ମୋ ପଛ ପଟ ସାଇଡ଼ ରୁମ ଭିତରୁ ଶୁଭିଲା ଅସ୍ପଷ୍ଟ ଚିତ୍କାର । ତା ସହ କାନ୍ଦିବାର ଶଦ୍ଦ । ଚମକି ପଡି ଅନେଇଲି ମୁଁ ଭାବିଲି ଆମ ପରି କିଏ ଥିବ ସେ ରୁମରେ । କିନ୍ତୁ କ୍ଷୀଣ ଆଲୋକରେ ଦେଖାଗଲା ଗୋଟିଏ ବଡ଼ ତାଲା ଅଧିକୃତ କରିଛି ରୁମର ଦରଜାକୁ । ପୁଣି ଥରେ ଆଖି ଉପର ମହଲା ଆଡ଼କୁ ଚାଲିଗଲା, ବାଥ ରୁମରେ କେହି ନ ଥାନ୍ତି ଚାରି ଆଡ଼େ କିଟମିଟ ଅନ୍ଧାର । ଅଳ୍ପ କେତେ ସେକେଣ୍ଡ ଭିତରେ ଲୋକଟି ଚାଲିଗଲା ଗାଧୁଆ ସାରି !!! ଆଶ୍ଚର୍ଯ୍ୟ --- ହଁ ଚାଲି ଯାଇଥିବ ଆଉ କଣ ମତେ ଜଗିଥାନ୍ତା ନା କଣ ? ହସ ଲାଗିଲା, ଏ ଭାବନାରେ ମଗ୍ନ ଥିବା ଅବସ୍ଥାରେ ହଠାତ୍ ମୋତେ ଲାଗିଲା କେହି ଜଣେ ମୋତେ ଧକ୍କା ମାରି ଚାଲିଗଲା । ଅଥଚ ଆଗରେ କି ପଛରେ କେହି ନ ଥାନ୍ତି ଭୟରେ ସର୍ବାଂଗ ଶିହରୀ ଉଠିଲା ମୋର । ଚାରିଆଡେ ଦେଖିଲି କେହି କୁଆଡେ ନାହାନ୍ତି । ବୋତଲ ଗୁଡିକ ସେଠି ଫିଙ୍ଗି ଗୋଟା ପଣେ ଥରି ଥରି ରୁମରେ ପହଞ୍ଚି କାହାକୁ କିଛି ନକହି ଶୋଇ ଗଲି ମୁଁ । ପତି ଦେବଙ୍କୁ ଉଠେଇବାକୁ ଚାହୁଁଥାଏ ମାତ୍ର ଉଠେଇଲେ ଏତେ ରାତିରେ କାହିଁକି ବାହାରକୁ ଯାଇଥିଲି କହି ପ୍ରବଳ ଗାଳି ଶୁଣିବି ସେ ହିସାବରେ ତାଙ୍କୁ ମଧ୍ୟ ଉଠେଇ ପାରୁନଥାଏ । 

ଅତ୍ୟଧିକ ଭୟ ଯୋଗୁଁ ନିଦ ବି ହେଉନଥାଏ । ହନୁମାନ ଚାଳିଶା ଆବୃତ କରିବା ରୁ ଟିକେ ଭୟ କମିଲା । ଶୋଇବାର ଉପକ୍ରମ କରୁଛି ହଠାତ୍ ଲାଗିଲା ବାଥରୁମରୁ ସାୱାର ଅନ ହେବାର ଶବ୍ଦ ଉପର ବାଥ ରୁମ ପରି, କେହି ଯେମିତି ଗୁଣୁଗୁଣୁ ହୋଇ ଗୀତ ଗାଉଛି ଓ‌ ଗାଧୋଉଛି । କ'ଣ କରିବି କ'ଣ ନାହିଁ କିଛି ଭାବି ପାରିଲିନି ସ୍ୱମୀଙ୍କୁ ଉଠାଇବାକୁ ଚାହୁଁଛି ଉଠାଇ ପାରୁନାହିଁ ଠାକୁରଙ୍କ ନାମ ଆବୃତ କଲା ବେଳକୁ ଭୟରେ ଭୁଲି ଯାଉଛି । ଏହି ସମୟରେ ହଠାତ୍ ଶୁଭିଲା କବାଟରେ କାହାର କରାଘାତ । କରାଘାତର ଶବ୍ଦ ବଢ଼ି ବଢ଼ି ମୋର କର୍ଣ୍ଣ ଫାଟିଗଲା ପରି ଲାଗିଲା । ତା ସହ ମୋତେ ଲାଗିଲା ମୁଁ ଖଟ ସହ ଘୁରୁଛି । ତା ପରେ ମୁଁ ଆଉ କିଛି ଜାଣିନି । ନିଦ ଭାଙ୍ଗିଲା ବେଳକୁ ମୁଁ ନିଜକୁ ଆବିଷ୍କାର କଲି ହସ୍ପିଟାଲ ବେଡ଼ରେ । ଶୁଣିବାକୁ ପାଇଲି ୨ ଦିନ ହେଲା ମୁଁ ବେହୋସ୍ ହୋଇଥିଲି । ଡାକ୍ତର କହିଥିଲେ ଅତ୍ୟଧିକ ଭୟ ଯୋଗୁଁ ବେହୋସ୍ ହୋଇ ଯାଇଥିଲି ମୁଁ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କଣ ସେ ଭୟ‌ ? ଯା ପାଇଁ ମୁଁ ୨ ଦିନ ଧରି ହୋସରେ ନ ଥିଲି । ଟିକିଏ ଭଲ ଲାଗିବା ପରେ ମୁଁ ସମସ୍ତ ବୃତ୍ତାନ୍ତ କହିଥିଲି । ଏ‌ ବିଜ୍ଞାନ ଯୁଗରେ ଏ ସବୁ କଥା କେହି ବିଶ୍ୱାସ ନ କଲେ ମଧ୍ୟ ଏ ମୋର ଅଙ୍ଗେ ନିଭା କାହାଣୀ ।


Rate this content
Log in

Similar oriya story from Horror