STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

2  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଧନୁ ମୁଣ୍ଡା

ଧନୁ ମୁଣ୍ଡା

1 min
200

ଧନୁ ମୁଣ୍ଡା ଆଜି ଚିନ୍ତିତ...

ସାତ ଦିନ ଭିତରେ ପୋଲିସ୍ ଝିଅ କୁ ଧର୍ଷଣ କରି ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ବ ବୋଲି କହିଥିଲା ହେଲେ ପନ୍ଦର ଦିନ ବିତି ଯାଇଥିଲେ ବି ଏଯାଏଁ କିଛି ସୁରାକ୍ ବି ପାଉନି ।

ତା ଆଗରେ ତା ସ୍ତ୍ରୀ ର ସେଇ ଗୋଟିଏ କଥା ଆଖି ଆଗରେ ଝଲସି ଉଠୁ ଥିଲା "ମୋତେ ଦୟା କରନ୍ତୁ ସାହେବ୍...."

ଧନୁ ଖାଲି ଭୂଇଁ ରେ ତୀର ଘସି ପକାଉ ଥିଲା ରାଗରେ ତମ ତମ୍ ହେଇ।

ଇଛା ହେଉଛି ତାରି ଜୀବନ ନେଇ ଯିବାକୁ ହେଲେ କଣ ଆଉ ସେ ବଳ ଅଛି ଏବେ ଆଇନକାନୁନ ଯାହା କିଛି କରିବ।

ସେ ଭାବି ଚାଲିଥିଲା ଦୋଷ କାହାର??

ଉତ୍ତର ମିଳିଲା ଯେମିତି ତାରି ନିଜର। ସେ ସରକାର ବାଛି ଭୁଲ୍ କରିଛି ପୁଣି ପରିବାର ର ଆଉ ଦି ଟା ବି ଯୋଗ କରି ଦେବା ସହିତ ଗାଆଁ ର ସବୁ ଲୋକକୁ ସରକାର ଗଢିବା ପାଇଁ ଉପଯୁକ୍ତ ଲୋକକୁ ଭୋଟ ଦେଇଦେବା ପାଇଁ ମତେଇ ଥିଲା।

ଆମ ସରକାର ଏକ୍ ନମ୍ବର ସରକାର ଚାହୁଁ ଚାହୁଁ କୋଡ଼ିଏ ବର୍ଷ ବିତିଗଲା ହେଲେ ଆଗରୁ ଯେମିତି ଏବେ ବି ସେମିତି । ଖାଲି ଯୋଜନା ଉପରେ ଯୋଜନା କାହିଁ କିଛି ହେବାର ନାହିଁ...ନାଁ କୁ କେବଳ ନାରୀ କଲ୍ଯାଣ।

ହଁ ହଁ..

ଏବେ କଣ ନା ନାରୀ ଦିବସ ପାଳନ କରିଛି। ଏଇଟାକୁ ନାରୀ ବିଷ ଦିବସ କଲେ ଭଲ ହୁଅନ୍ତା।

ଏମିତି କେତେ କଣ ଭାବି ଚାଲିଥିଲା ସେ...


ନିଜ ଭିତରେ ନିଜ ପ୍ରତି ତାରି ଘୃଣା ଭାବ ଆସି ଯାଉଥିଲା।

ଶେଷ ରେ କିଛି ବାଟ ଗଲା ନାହିଁ। ଘରେ ବସି ପାରିଲା ନାହିଁ କି ଶୋଇ ପାରିଲା ନାହିଁ ଚାଲି ବାକୁ ହେବ... ବହୁତ୍ ଦୂର ଆଉ ସେ କାହାକୁ ଭୋଟ ଦେ.. ବ.. ନି.. ।

ଯଦି ବି ଭୋଟର ସେ ହବ ତେବେ ସେଇଟା ଛ ଖଣ୍ଡ କାଠର ନତୁବା ଫାଶି ଦ.. ଉ... ଡି... . ର..

ସବୁ ଦିନ ପାଇଁ ସେ ତାର....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy