Sangeeta Barik

Tragedy Inspirational

3  

Sangeeta Barik

Tragedy Inspirational

ଧୌର୍ଯ୍ୟ

ଧୌର୍ଯ୍ୟ

2 mins
202



ବିବାହ କରି ଶାଶୂଘର କୁ ଆସିଲା ବେଳେ ମାଆଙ୍କର କଥାଟିକୁ ବ୍ରତ କରି ଆସିଥିଲା ତାପସୀ । "କାହାକୁ ପାଲଟା ଜବାବ ଦେବୁନି । ସବୁ ସହି ଯିବୁ । ସମସ୍ତଙ୍କୁ ଆପଣାର କରିବୁ । ତୁ ଯେତେ ଧୌର୍ଯ୍ୟ ରଖିବୁ ସେତେ ତୋର ସ୍ଥିତି ଦୄଢ ହେବ ସେ ଘରେ । " ସବୁ କିଛି ବହୁ କଷ୍ଟ ସ୍ବୀକାର କରି ସେ ସହି ଚାଲିଥିଲା । ଶାଶୁଙ୍କର ଗାଳି ଯେତିକି ବାଧୁ ନଥିଲା ତାଠାରୁ ଅଧିକ ବାଧୁଥିଲା ତାଙ୍କର ମିଥ୍ୟା ଅଭିଯୋଗ । ସେହି ମିଥ୍ୟା ଅଭିଯୋଗ ଶୁଣି ଶଶୁରଙ୍କର ଗାଳି ବର୍ଷଣ ଅତ୍ୟନ୍ତ ଅସହ୍ୟ ହେଉଥିଲା । ସ୍ବାମୀ ଅଫିସରୁ ଫେରୁଫେରୁ ତାଙ୍କ ପାଖରେ ମଧ୍ୟ ବହୁତ ଫରିୟାଦ କରୁଥାନ୍ତି ତାଙ୍କ ମାଆ । ଯାହାର ପରିଣାମ ଭୋଗୁଥିଲା ତାପସୀ । ତାକୁ ପୄଥିବୀଟା ସମ୍ପୂର୍ଣ୍ଣ ଅନ୍ଧାର ଦେଖା ଯାଉଥିଲା । ସମସ୍ତେ ଯେ ତାକୁ ଆଦରି ନେବେ, ଏ ଆଶା ତାର କ୍ଷୀଣ ହେଇ ଯାଉଥିଲା ଦିନକୁ ଦିନ । ଦୁଇ ବର୍ଷ ପରେ କୋଳକୁ ଆସିଥିଲା ଶିଶୁ କନ୍ୟାଟିଏ । କନ୍ୟା ଏଲିନାର ଜନ୍ମ ହେବା ଦିନ ଘରେ ଖେଳି ଯାଇଥିଲା ନୈରାଶ୍ୟ । ମାଆ ଝିଅଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା ହୋଇ ନଥିଲା । ଅତି ସାଧାରଣ ଭାବେ ଏକୋଶିଆ ପାଳନ ହୋଇଥିଲା । କାହାରି ମୁହଁରେ ହସ ନଥିଲା । ସମସ୍ତଙ୍କର ଆଙ୍ଗୁଳି ଉଠୁଥିଲା ତାପସୀ ଆଡକୁ । ଏପରିକି ସ୍ବାମୀ ତପନଙ୍କର ମଧ୍ୟ । କିଛି ବୁଝି ପାରୁନଥିଲା ତାପସୀ । ତା କୋଳକୁ କନ୍ୟା ଟିଏ ଆସିବା ପାଇଁ କଣ ସେ ଏକୁଟିଆ ଦାୟୀ । ନା ଏହା ଅକ୍ଷମଣୀୟ ଅପରାଧ । ଏତେସବୁ ପରେବି ତାର ନୀରବ ରହିବା ଛଡା ଅନ୍ୟ କିଛି ଉପାୟ ନଥିଲା । ଅଜସ୍ର କଷ୍ଟ ହେଉଥାଏ ତାକୁ । ବେଳେବେଳେ ଜୀବନ ହାରିଦେବା ପାଇଁ ଇଚ୍ଛା ହେଉଥାଏ । କିନ୍ତୁ ଏଲିନାର ମୁହଁକୁ ଚାହିଁ ସବୁ ସହିଯାଏ । ସେ ଜାଣିଛି ତାର ଯଦି କିଛି ହୋଇଯାଏ ଏଲିନାର ଦୁରାବସ୍ଥା ହେବ । ଏଲିନା ଜନ୍ମ ହେବାର ଠିକ୍ ଗୋଟିଏ ବର୍ଷ ପରେ ଘର ଲୋକମାନେ ତାପସୀ ଠାରୁ ପୁଅଟିଏ ଆଶା କରିଥିଲେ । କେବଳ ଆଶା ନୁହେଁ ଦାବୀ ମଧ୍ୟ କୁହାଯାଇପାରେ । ସ୍ବାମୀ ତପନ ମଧ୍ୟ ଏ ବିଷୟରେ ଅନେକ ଥର କହି ସାରିଛନ୍ତି । ତାପସୀ କିନ୍ତୁ ଖୁବ୍ ଭୟଭୀତ ହୋଇ ଯାଇଛି ଏଲିନା ହେବା ପରେ । ଦ୍ବିତୀୟ ସନ୍ତାନ ପାଇଁ ସେ ସମ୍ପୂର୍ଣ୍ଣ ଅମଙ୍ଗ । କାରଣ ଦ୍ବିତୀୟ ସନ୍ତାନ ଯେ କନ୍ୟା ନହେବ କିଏ କହି ପାରିବ । ସମସ୍ତଙ୍କ ଅଜାଣତରେ ଗର୍ଭ ନିରୋଧକ ଗୋଳି ସେ ଖାଇ ଚାଲିଛି । ଦ୍ବିତୀୟ ସନ୍ତାନ ନହେବାରୁ ତାକୁ ଅନେକ କଥା ଶୁଣିବାକୁ ପଡିଛି । ତା ପାଇଁ କାଳେ ତାଙ୍କର କୁଳ ବୁଡିଯିବ ।ସବୁ ସହି ନୀରବ ରହିଛି ସେ । କେବଳ ଗୋଟିଏ ଲକ୍ଷ ଏଲିନା କିପରି ମଣିଷ ହେବ । 


ସମୟ ସହିତ ତାଳ ଦେଇ ଏଲିନା ବଡ ହୋଇଛି । ବିଦ୍ୟା ବୁଦ୍ଧି ରେ ମଧ୍ୟ ପାରଙ୍ଗମ । ସୁନ୍ଦର ଗୀତ ଗାଇ ବକ୍ତୃତା ଦେଇ ଅନେକ ପୁରସ୍କାର ଘରକୁ ଆଣିଛି । ଜେଜେ ଜେଜେମା ତାକୁ ଏତେଟା ଅନାଦର ଆଉ କରି ପାରୁ ନାହାନ୍ତି । ତପନ ବାବୁ ମଧ୍ୟ ଆସ୍ତେ ଆସ୍ତେ ଆପଣେଇ ନେଇଛନ୍ତି ମାଆ ଝିଅଙ୍କୁ । ଅବସ୍ଥାର ପରିବର୍ତ୍ତନ ହୋଇଛି । ଝିଅ ଏଲିନା ଏବେ ପ୍ରସୂତି ବିଭାଗର ଜଣେ ନାମକରା ଡାକ୍ତର । ତାକୁ ନେଇ ଏବେ ସମ୍ପୂର୍ଣ୍ଣ ପରିବାର ଗର୍ବିତ । ବିଳମ୍ବରେ ହେଉ ପଛେ ମାଆ କହିଥିବା କଥା ସତ ହୋଇଛି । ସମସ୍ତଙ୍କୁ ଆପଣାର କରି ସପରିବାର ଖୁବ୍ ଖୁସିରେ ଅଛି ତାପସୀ ।


Rate this content
Log in

Similar oriya story from Tragedy