STORYMIRROR

padmaja pati

Tragedy

1  

padmaja pati

Tragedy

ଧୈର୍ଯ୍ୟ

ଧୈର୍ଯ୍ୟ

2 mins
349


ବାହାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ଲାଗି ରହିଥିଲା l ରାତି ଆସି ଆଠଟା ବାଜିଲାଣି l

ଶାଳିନୀ କାନ୍ଥ ଘଣ୍ଟାକୁ ବାରମ୍ବାର ଚାହୁଁଥିଲା l ସ୍ୱାମୀ ତା'ର ପାଖ ଗାଁ କଲେଜର କିରାଣୀ l ଫେରିବାରେ ତ ଏତେ ଡେରି ହୁଏନା l

ଶାଶୁ ଫୋନ କରିବା ଲାଗି ଦୁଇଥର କହି ସାରିଲେଣି l ସ୍ୱାମୀଙ୍କ ମୋବାଇଲ ଟାୱାର ଲାଗୁନାହିଁ l ବିଜୁଳି ତାର ବୋଧେ ଛିଡି ଯାଇଛି l ଚାରିଆଡ ଅନ୍ଧାର ଦିଶୁଛି l

ତା'ର ଚାରି ବର୍ଷର ପୁଅ ବବଲୁ ମଧ୍ୟ ବାପା କାହିଁକି ଆସି ନାହାନ୍ତି ବୋଲି ପଚାରିକି ଗଲାଣି l ଶାଶୁ ତାକୁ ଖୁଆଇ ଦେଉଛନ୍ତି l ହୁଏତ ଆଉ ଅଧା ଘଣ୍ଟା ପରେ ସେ ଶୋଇ ପଡିବ l

ଶାଶୁ କହୁଛନ୍ତି, " ମାଆ, ରୁଟି ତରକାରୀ କରିଦେ l ପୁଅ ଆସିଗଲେ ଜଲଦି ଖାଇ ଶୋଇ ପଡିବା l ଇଚ୍ଛା ନ ଥିଲେ ବି ରାନ୍ଧିବାକୁ ଗଲା ଶାଳିନୀ l ଶୋଇ ପଡ଼ିଲାଣି ବବଲୁ l

ଏତିକି ବେଳେ ଆମ୍ବୁଲାନ୍ସଟାଏ ଆସି ଅଟକିଗଲା ସେମାନଙ୍କ ଦାଣ୍ଡ ଦୁଆରେ l ଗାଡିରୁ ଓହ୍ଲାଇଲେ ଶ୍ୟାମ ବାବୁ l ସେ ଶାଶୁଙ୍କୁ କାନ୍ଦ କାନ୍ଦ ହୋଇ ସବୁ ଘଟଣା କହିଲେ l ଘରକୁ ଫେରିବା ସମୟରେ ରାସ୍ତା ଦୁର୍ଘଟଣାରେ ତା' ସ୍ୱାମୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା l ମେଡିକାଲରେ ଚିକିତ୍ସାଧୀନ ଥିଲେ ସେ l କିନ୍ତୁ ଡାକ୍ତର ବଞ୍ଚାଇ ପାରି ନ ଥିଲେ l

ଶାଶୁଙ୍କ କଣ୍ଠ ବାଷ୍ପରୁଦ୍ଧ l ଶାଳିନୀ ମୂକ ପାଲଟି ଯାଇଛନ୍ତି ଯେମିତି l ସଦ୍ୟ ସନ୍ତାନହରା ଓ ପତିହରା ସ୍ତ୍ରୀ ଲୋକ ଦୁଇ ଜଣକୁ କ'ଣ ବା କହିବେ ଶ୍ୟାମ ବାବୁ l

ଶାଶୁ କାନ୍ଦ କାନ୍ଦ ହୋଇ କହିଲେ, " ମାଆ, ବବଲୁ ମୁହଁକୁ ଚାହିଁ ଆମକୁ ସବୁ ଦୁଃଖକଷ୍ଟ ସହିବାକୁ ପଡିବ l ଯାହା ତ ହେବାର ହୋଇଗଲା l ମୁଁ ଗାଁ ଲୋକମାନଙ୍କୁ ଡାକିବାକୁ ଯାଉଛି l ତୋ ଶ୍ୱଶୁର ଅକାଳରେ ଚାଲିଗଲା ପରେ କେତେ କଷ୍ଟରେ ମୁଁ ମୋ ପୁଅକୁ ମଣିଷ କରିଥିଲି l

ଶାଳିନୀ କହିଲା, " ବୋଉ, ମୁଁ ବି ପାଠ ପଢ଼ିଛି l ଆମେ ଦୁହେଁ ବବଲୁକୁ ବାପାର ଅଭାବ ଅନୁଭବ କରିବାକୁ ଦେବା ନି l

ଶାଶୁ ତାକୁ ଛାତି ଉପରକୁ ଆଉଜେଇ ଆଣି କହିଲେ, "ମାଆ, ତୁ ଆଜିଠାରୁ ମୋର ବୋହୂ ନୁହଁ ଝିଅ l ମୁଁ ଯାଉଛି ଗାଁ ଭିତରକୁ l ଶ୍ୟାମ ବାବୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ ଶାଶୁବୋହୂଙ୍କୁ l


Rate this content
Log in

Similar oriya story from Tragedy