Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

suchitra pradhan

Tragedy Inspirational Others


4.0  

suchitra pradhan

Tragedy Inspirational Others


ଲୁହ ଭିଜା ରାକ୍ଷୀ

ଲୁହ ଭିଜା ରାକ୍ଷୀ

5 mins 62 5 mins 62


ରାକ୍ଷୀ ଆସିଗଲେ ଅତୀତର ସେ ସବୁ କଥା ଆଜି ବି ଆଖି ଆଗରେ ନାଚି ଉଠି ଯାଏ।ଆଉ ମୋ ହାତରେ ଥିବା ସେହି ରାକ୍ଷୀଟା କେତେବେଳେ ମୋ ଆଖି ଲୁହରେ ଭିଜି ଯାଇଥାଏ ମୁଁ ନିଜେବି ଜାଣିପାରେନା।ଆଜିର ଦିନଟିକୁ ଯେତେ ଚେଷ୍ଟା କଲେ ବି ମନରୁ ସେ କଷ୍ଟ ଯାଏନା।ସତରେ ମୁଁ ବହୁତ ଖୁସି ଥିଲି ଆଜି ବି ମନେ ଅଛି ସବୁ କଥା ।


ମୋର ଦୁନିଆ କହିଲେ ମୋର ପ୍ରିୟ ଭାଇ, ବାପା ଆଉ ବୋଉ।ବୋଉ ତ ସବୁବେଳେ ଖାଲି ଗିରି ଗିରି ହୁଏ ମୁଁ କିଛି କାମ ଧାମ କରେନି ବୋଲି।କିନ୍ତୁ, ବାପା ଆଉ ଭାଇ ମତେ କେବେ କିଛି କୁହନ୍ତିନି।ଭାଇର ଜୀବନ ଥିଲି ମୁଁ।ସତେ ଯେମିତି ଆମେ ଦିଜଣ ଦିଟା ଶରୀର ଆଉ ଗୋଟିଏ ଆତ୍ମା।ବାପାଙ୍କ ଗେଲ୍ଲୀ ଝିଅ ଥିଲି। ଭାଇ ଓ ମୁଁ ନିତି ସନ୍ଧ୍ୟାରେ ବାପାଙ୍କ ଚା ଦୋକାନକୁ ଯାଉ।କିଛି କାମ କିମ୍ବା ବାପାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ଦୋକାନ ବନ୍ଦ କରିସାରିଲା ପରେ ବାପା କିଣିଦେଉଥିବା ସେହି ଲାଲ, ନୀଳ ରଙ୍ଗ ଜରି ଗୁଡେଇ ହୋଇଥିବା ଲଲିପପ୍ । ବାପା ଚା ଦୋକାନ ବନ୍ଦ କରନ୍ତି ଆଉ ଆମ ଦୁଇ ଭାଇ, ଭଉଣୀ ପାଇଁ ଦିଟା ଲଲିପପ୍ ହାତକୁ ବଢ଼େଇ ଦିଅନ୍ତି।ଯେବେ ବି ମୋ ହାତରେ ଲଲିପପ୍ ପଡେ ମତେ ଲାଗେ ମୋ ଦୁନିଆ ଟା ବି ଠିକ ଏହି ଲଲିପପ୍ ପରି କେତେ ମିଠା।ଏହି ଚକଲେଟ ପାଇଁ ଭାଇ ସହିତ ନିତି ଝଗଡା ଲାଗେ।ମୋ ଭାଗ ଚକଲେଟ ଜଲଦି ଜଲଦି ଖାଇ ଦେଇ ଭାଇର ଭାଗରେ ମୋର ନଜର ପଡେ।ଭାଇ ତ କେବେ କିଛି କହେନି ସତେ ଯେମିତି ସେ ବି ଏୟା ଚାହେଁ ଯେ କେବେ ମୁଁ ତା ହାତରୁ ଲଲିପପ୍ ନେଇ ଖାଇବି।ବୋଉତ ବହୁତ ଗାଳି କରେ ।ବୋଉର ଗାଳି ଶୁଣି ଭାଇ କହେ ସୁମି ତୁ ଲଲିପପ୍ ଖାଆ ବୋଉ କଥା ଜମା ଶୁଣେନା।ମୁଁ ଯେବେ ବଡ ହେବି ତୋ ପାଇଁ ଏମିତି ବହୁତ ସାରା ନାଲି, ନୀଳ ରଙ୍ଗର ଲଲିପପ୍ ଆଣିଦେବି।


ସବୁଦିନ ପରି ସେଦିନ ବି ଆମେ ଦୁହେଁ ବାପାଙ୍କ ସହ ଲଲିପପ୍ ଖାଇ ଖାଇ ଖୁସିରେ ଘରକୁ ଫେରୁଥିଲୁ।କୁଆଡେ ଥିଲା ଗୋଟେ ଗାଡି ଆମ ଆଗକୁ ବହୁତ ସ୍ପିଡ଼ ରେ ମାଡି ଆସିଲା।କିଛି ଜାଣିବା ଆଗରୁ ଆମେ ଦୁହେଁ ରାସ୍ତା କଡରେ ଖଣ୍ଡିଆ ଖାଵରା ହେଇ ପଡିଥିଲୁ କିନ୍ତୁ ବାପା ଆଉ ନଥିଲେ ସବୁଦିନ ପାଇଁ ଆମକୁ ଛାଡି ଚାଲି ଯାଇଥିଲେ। ବାପାଙ୍କ ଖବର ଶୁଣି ବୋଉ ବି ଦୁଃଖ ସହି ନପାରି ଆମ ଭାଇ, ଭଉଣୀକୁ ଏକା କରି ଚାଲିଗଲା।ସେଦିନ ରାତିରେ ବାପା, ବୋଉଙ୍କ ଜୁଇରେ ଆମ ସବୁ ଖୁସି,ହସ ହୁତୁହୁତୁ ହୋଇ ଜଳି ଉଠୁଥିଲା।ଆହା କରିବାକୁ ପଦଟେ କିଏ ନଥିଲେ।ସେ ଦିନ ଠାରୁ ଭାଇର ଆଖିରେ କେବେ ଲୁହ ଟୋପଟେ ବି ଦେଖିନି।ଭାଇ ନିଜକୁ କାଠ, ପଥର ପରି କରିଦେଲେ।ମୁଁ ଯେବେ ବାପା, ବୋଉଙ୍କ କଥା ମନେ ପକାଇ କାନ୍ଦେ ଭାଇ ତାଙ୍କର କୋଳରେ ମୋତେ ମୁଣ୍ଡ ଆଉଁସି ଆଉଁସି ଗୀତ ଗାଇ ଗାଇ ଶୁଆଇ ଦିଅନ୍ତି।


ସମୟ ସହିତ ଧୀରେ ଧୀରେ ବଡ ହେବାକୁ ଲାଗିଲି।ବଡ ହେବା ସହିତ ମନରେ ଡର ବି ବଢି ଚାଲିଥିଲା।ସାହିରେ ଥିବା ଝିଅମାନଙ୍କର ବାହାଘର ଦେଖି।ଯେବେ ବି ବାହାଘର ଦେଖେ ଦୌଡ଼ି ଆସି ଭାଇଙ୍କୁ ପଚାରେ ଭାଇ ତମେ ବି ଏମିତି କେବେ କାହା ଘରକୁ ଛାଡିବନିତ? ଭାଇ ହସି ହସି କୁହନ୍ତି ନାଇଁ ଲୋ ସୁମି ତୁ ପରା ମୋର ହୃଦୟ ।ହୃଦୟକୁ ଛାଡି ଦେଲେ କଣ କେହି ମଣିଷ ବଞ୍ଚିବ? ଏମତି କହି ମୋତେ ଛାତି ଭିତରେ ଲଗାଇ ଦିଅନ୍ତି।କହନ୍ତି ଶୁଣେ ମୋ ସୁମି ପାଇଁ ହୃଦୟଟା ଧକ୍ ଧକ୍ ହଉଛି ନା।ଭାଇଙ୍କ କଥାରେ ମୋ ମନ ସବୁବେଳେ ଖୁସି ହୋଇଯାଏ।


ଭାଇ କହିଲେ।ସୁମି ଆଜି ମୁଁ ସନ୍ଧ୍ୟାରେ ଘରକୁ ଫେରିଲେ ବଜାର ଯିବା ତୁ ଟିକେ ଶୀଘ୍ର ଭଲ ଡ୍ରେସ ପିନ୍ଧି ମତେ ଅପେକ୍ଷା କରିଥିବୁ।ହଠାତ କବାଟ ଠକ ଠକ ଶବ୍ଦ ଶୁଣି ଯେବେ କବାଟ ଖୋଲିଦେଖିଲି ଭାଇଙ୍କ ସହ ଆହୁରି ତିନି ଜଣ ଜଣ ପୁରୁଷ ଜଣେ ସ୍ତ୍ରୀ ଲୋକ ଆସିଛନ୍ତି।ଭାଇକୁ କିଛି ପଚାରିବା ଆଗରୁ ଭାଇ ହାତରେ ଧରିଥିବା ଜିନିଷପତ୍ର ମତେ ଦେଇ କହିଲେ ସୁମି ଘର ଭିତରକୁ ଯାଇ ସମସ୍ତଙ୍କ ପାଇଁ ସରବତ କରି ଆଣେ।ମୁଁ କିଛି ବୁଝି ପାରୁନଥିଲି କଣ ହଉଚି ଏ ସବୁ।ସେ ଯାହା ହଉ ଭାଇଙ୍କ କହିବା ହିସାବରେ ମୁଁ ସବୁ କାମ କରିଚାଲିଲି।କିଛି ସମୟ ପରେ ସମସ୍ତେ ଚାଲିଗଲେ।ବହୁତ ଦିନ ପରେ ଭାଇଙ୍କ ମୁହଁରେ ମୁଁ ସେଦିନ ହସ ଦେଖିଲି ।ମୁଁ କିଛି ପଚାରିବା ଆଗରୁ ଭାଇ ମୋ ପାଟି ଭିତରେ ଗୋଟେ ମିଠା ପୁରାଇ ଦେଇ ମତେ ଜୋରରେ ଜାବୁଡ଼ି ଧରି କହିଲେ ସୁମି ମୁଁ ବହୁତ ଖୁସି ଆଜି।ମୋ ଗେଲ୍ଲୀ ଭଉଣୀର ବାହାଘର ଠିକ କରିଦେଲି।ଭାଇଙ୍କ କଥା ଶୁଣି ପାଟି ଭିତରୁ ମିଠାଟା ତଳେ ପଡିଗଲା।ମୁଁ କହିଲି ଭାଇ ମୁଁ ପରା ତମ ହୃଦୟ କେମିତି କାହାକୁ ଦେଇ ଦେବ?ମୋ କଥା ଶୁଣି ଭାଇ ଲୁହ ଛଳ ଛଳ କରି କହିଲେ ଆଲୋ ହୁଣ୍ଡି ଏଇ ପାଖ ଗାଁରେ ହିଁ ତୋ ଶାଶୂଘର।ସବୁଦିନେ ତତେ ଦେଖା କରିବାକୁ ଯିବି।


ସତକୁ ସତ ଧୀରେ ଧୀରେ ଭାଇ ମୋର ବାହାଘର କାମରେ ଲାଗିଲେ।ବାହାଘର ଯେତିକି ପାଖେଇ ଆସୁଥାଏ ମୋର ମନର ଯନ୍ତ୍ରଣା ବଢି ଚାଲୁଥାଏ।ସତରେ ଭାଇଙ୍କୁ ଛାଡି ଘର ଛାଡି ମୁଁ ଚାଲିଯିବି।ଏମତି ଭାବନା ଭିତରେ ମୋର ବାହାଘର ଦିନ ଆସି ପହଁଚିଲା।ଶେଷରେ ମୋର ବାହାଘର ବି ହୋଇଗଲା।


ବାହାଘରର କେତେ ଦିନ ଯାଏଁ ଲାଗୁଥିଲା ଯେମିତି ମୁଁ ବହୁତ ଭାଗ୍ୟବତୀ।ଶାଶୁ, ଶଶୁର,ସ୍ୱାମୀ ସୁଶାନ୍ତ ବି ବହୁତ ଭଲ ଥିଲେ।ଭାଇ ବି ପ୍ରତିଦିନ ଆସି ମୋତେ ଦେଖା କରିଯାଆନ୍ତି।ମୁଁ ଭାଇଙ୍କୁ ଜବରଦସ୍ତି ମୋ ହାତ ରନ୍ଧା ଖୁଆଇ ହିଁ ଛାଡେ।ଦିନେ ଭାଇଙ୍କୁ ଭାତ ବାଢ଼ିବା ସମୟରେ ଶାଶୁ କହି ଉଠିଲେ କେତେଦିନ ଏମତି ଭାଇ ଭଉଣୀ ପ୍ରେମ ଚାଲିବ? ନିଇତି ମାଗଣାରେ କେତେଦିନ ଖାଉଥିବଏଠାରେ? ସେ ସବୁ ଶୁଣି ଭାଇ ଖାଇବା ଥାଳିରୁ ଉଠି ଚାଲିଗଲେ।ବହୁତ ଦିନ ଯାଇଁ ଭାଇ ମୋତେ ଦେଖା କରିବାକୁ ବି ଆସିଲେନି।ମନ ଭିତରେ କେତେ କଣ ଗୋଳେଇ,ଘାଣ୍ଟେଇ ହେଲା।ଭାବିଲି ଘରକୁ ଯାଇ ଭାଇଙ୍କୁ ଟିକେ ଦେଖାକରି ଆସିବି।କିନ୍ତୁ ଶାଶୁ ସିଧା ସିଧା ମନା କରିଦେଲେ।କହିଲେ ତୋ ଭାଇ ରାକ୍ଷୀରେ ଭାର ତା ସହିତ ଯୌତୁକ ବାବଦରେ ବାକି ଥିବା ଟଙ୍କା ଧରି ଆସିବ ତେବେ ଯାଇ ଭାଇ,ଭଉଣୀ ଦୁହେଁ ମିଶିବ ନ ହେଲେ ନାହିଁ।ମୋତେ ନା ଭୋକ ନା ଶୋଷ କିଛି ବି ନଥିଲା।କେବେଳ ଦିନ ଗଣୁଥିଲି କେବେ ଆସିବ ରାକ୍ଷୀ?


ଦେଖୁ ଦେଖୁ ରାକ୍ଷୀ ଆସିଗଲା।ସକାଳୁ ଉଠି ଗାଧୋଇ ସବୁ କାମ ସାରି ରାକ୍ଷୀ ଥାଳିକୁ ସଜେଇ ଭାଇଙ୍କ ବାଟକୁ ଜଗି ବସିଥିଲି।କେବେ ଭାଇ ଆସିବେ ଆଉ ମୁଁ ତାଙ୍କ ହାତରେ ରାକ୍ଷୀ ବାନ୍ଧିବି।ଦିନ ଯାଇ ସଞ୍ଜ ଆସିବାକୁ ଗଲା କିନ୍ତୁ ଭାଇ ଆସିଲେନି।ଶାଶୁ କହି ଉଠିଲେ କି ଭାଇ ଲୋ ତୋର? କେତେ ଭାଇ ଭାଇ ହଉଛୁ ।ଟଙ୍କା ଯୋଗାଡ କରିପାରିନଥିବ ତୋ ଭାଇ କୋ ମୁହଁରେ ଭଉଣୀ ଦ୍ୱାର ମାଡ଼ିବ? ଶାଶୁଙ୍କ ପ୍ରଶ୍ନର କିଛି ଉତ୍ତର ମୋ ପାଖରେ ନଥିଲା।କେବେଳ ହାତରେ ଧରିଥିବା ରାକ୍ଷୀ ଓଦାରେ ଭିଜି ଯାଇଥିଲା।ମୋ ଲୁହକୁ ଦେଖି ସୁଶାନ୍ତ ମତେ ହାତ ଧରି ଭାଇ ପାଖକୁ ନେଇଗଲେ।ଯେବେ ଭାଇ ଭାଇ କହି ଘର ଭିତରକୁ ଗଲି ଘର ଭିତରେ ବହୁତ ଲୋକ କିଛି ବୁଝିବା ଆଗରୁ ଘର ଅଗଣାରେ ଧଳା କପଡ଼ାରେ ଘୋଡେଇଥିବା ଚାଦର ପବନରେ ଉଡି ମୁହଁ ପାଖକୁ ଚାଲି ଆସିଲା।ମୁହଁରୁ କପଡା କାଢ଼ିବା ଆଗରୁ ସୁଶାନ୍ତ ମୋ ଆଖି ଦୁଇଟିକୁ ଭିଡି ଧରି ଛାତି ଭିତରେ ଲୁଚେଇ ଦେଲେ।ହାତ କାଢି ଯେବେ ଦେଖିଲି ସବୁ ସରି ଯାଇଥିଲା।ଦୌଡ଼ି ଯାଇ ଭାଇ ଭାଇ କହି ବହୁତ ଡାକିଲି ଛାତି ଉପରେ ମୁଣ୍ଡ ରଖିଲି କିନ୍ତୁ ସେ ଧକ୍ ଧକ୍ ଶୁଣି ପାରିଲିନି।ମୁଁ ସ୍ତବ୍ଧ ପାଲଟି ଗଲି।ଆଖିରୁ ଲୁହ ବି ଦି ଟୋପା ବାହାରିଲାନି।ଭାଇଙ୍କ ପାଇଁ ଏଇଟା ମୋର ଶେଷ ରାକ୍ଷୀ ହେଇଯିବ ବୋଲି କେବେ ଭାବି ନଥିଲି।ଭାଇ ଶୋଇପଡିଲେ ଚିର ନିଦ୍ରାରେ।ହଜି ଗଲା ମୋର ସବୁ ଖୁସି ସବୁ ହସ।କିଛି ସମୟ ପରେ ପଡିସା ଘର ରାମ ଭାଇ ଆସି କହିଲେ ସୁମି ଲୋ ତୋ ଭାଇ ବହୁତ ଚେଷ୍ଟା କରୁଥିଲା କିନ୍ତୁ ତୋ ପାଇଁ ଟଙ୍କା ଯୋଗାଡ କରିପାରିଲାନି।ମୋ ପାଖକୁ ସକାଳେ ମନ ଦୁଃଖରେ ଆସିଥିଲା ଟଙ୍କା ପାଇଁ ।ତୋ ପାଖକୁ ଯିବ ବୋଲି ସଅଳ ସଅଳ ଗାଧୋଇ ସାରିଥିଲା।କଣ ହେଲା କେଜାଣି ?ମୁଁ ଟଙ୍କା ଧରି ଯେବେ ଆସିଲି ତୋ ଭାଇ ଘର ଆଗରେ ଟଳିପଡି ଛଟପଟ ହୋଉଥିଲା।ଯେବେ ମେଡିକାଲ ନେଲି ଡ଼କ୍ଟର କହିଲେ ହାର୍ଟ ଆଟାକରେ ସେ ସମସ୍ତଙ୍କୁ ଛାଡି ଚାଲିଗଲା।ମୋ ହାତକୁ ଗୋଟେ ବ୍ୟାଗ ଧରେଇ ଦେଇ କହିଲେ ଏଇ ନେ ତୋ ଭାଇ ତତେ ଦବାକୁ କହିଥିଲେ।ବ୍ୟାଗ ଯେବେ ଖୋଲିଲି ଦେଖିଲି ମୋର ପ୍ରିୟ ନାଲି, ନୀଳ ରଙ୍ଗ ଗୁଡେଇ ହୋଇଥିବା ସେହି ପୁରୁଣା ଲଲିପପ୍।ସେ ସବୁ ମିଠା ବଦଳରେ ପିତା ହେଇ ଯାଇଥିଲା ମୋ ପାଇଁ ।ଯେଉଁ ହାତରେ ଆଜି ରାକ୍ଷୀ ବାନ୍ଧିଥାନ୍ତି ସେହି ହାତରେ ଆଜି ଭାଇକୁ ଧରି ସ୍ମଶାନ ଯାଉଥିଲି।ସତରେ କେତେ ଦୁର୍ଭାଗ୍ୟ ମୋର।


ଆଜି ବି ପ୍ରତି ରାକ୍ଷୀରେ ଭାଇର ଫୋଟୋ ପାଖରେ ଗୋଟିଏ ରାକ୍ଷୀ ଥୋଇଦିଏ।ଭାଇଙ୍କୁ ପଚାରେ ତମେ କେମିତି ଏମିତି ମତେ ଠକି ଦେଇ ଚାଲିଗଲ ? ଆଜିବି ସାଇତି ରଖିଛି ସେହି ଚକଲେଟ ଜରି।


Rate this content
Log in

More oriya story from suchitra pradhan

Similar oriya story from Tragedy