Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Pratap Mishra

Tragedy Inspirational


4.5  

Pratap Mishra

Tragedy Inspirational


ଦୃଢ଼ ବିଶ୍ୱାସ

ଦୃଢ଼ ବିଶ୍ୱାସ

6 mins 283 6 mins 283

ବିକାଶ ମଣ୍ଡଳୀ ଓରଫ୍ ବିକୁ, ସକାଳ ହେଲେ ନିତ୍ୟ କର୍ମ ପୂଜା ଧ୍ୟାନ ସାରି ,ସାଇକେଲ ରେ ଗତ ଦିନର ବଳକା ପାଉଁରୁଟି,ବିସ୍କୁଟ,ଭଜା ବାଦାମ ଇତ୍ୟାଦି ଲୋଡ୍ କରି ମହାଜନ ପାଖକୁ ଗଲା । ଆଜି ପୁଣିକିଛି ସାମଗ୍ରୀ ନେଇ ତା ନୀତି ଦିନିଆ ରୋଜଗାର ମାର୍ଗ ତଥା ଗ୍ରାହକ ଙ୍କ ନିକଟ କୁ ଯାଇ ବିକ୍ରୀ କରିବା ସହ ପରିବାର ଗୁଜୁରାଣ ମେଣ୍ଟାଇବା ଅର୍ଥ ପ୍ରାପ୍ତି କରି ସଂଧ୍ୟା ରେ ଘରକୁ ଲେଉଟି ଆସିବ । କିନ୍ତୁ ମହାଜନ ଆଜି ସଫା ସଫା ବାରଣ କଲେ ସେ ବାକି ରେ କିଛି ଦେବେ ନାହିଁ । କାରଣ ପୂର୍ବ ଋଣ ଫେରସ୍ତ ; କଥା ଦେଇ କଥା ରଖିବା କୁ ବିକି ସମର୍ଥ ହୋଇପାରିଲା ନାହିଁ । ତେବେ ବିକି ବହୁତ୍ ମର୍ମା ହତ ହେଲା । ସେ ଜଣେ ଗ୍ରାହକ ଙ୍କ ବରାତ୍ ପୂରଣ କରିବା କୁ ଆଜି ପ୍ରତିଶ୍ରୁତି ଦେଇଛି ,ଗ୍ରାହକ ତା ପାଇଁ ଦେବ ତୁଲ୍ୟ । ଯେମିତି ହେଲେ ତାଙ୍କ ଆବଶ୍ୟକତା ପୂରଣ କରିବାକୁ ହେବ ବରଂ ସେ ଓ ତା ପରିବାର ଉପାସ୍ ରେ ରହିଯାନ୍ତୁ କିଛି ବାଧା ନାହିଁ । କିନ୍ତୁ ଗରାଖ ଅସନ୍ତୋଷ ନ ହୁଅନ୍ତୁ । ତେଣୁ ସେ ମହାଜନ ଙ୍କୁ ବହୁତ୍ ନେହୁରା ହେଲା ଏବଂ ଦୃଢ ପ୍ରତିଶ୍ରୁତି ଦେଲା ଆଜି ଯାହା ବିକ୍ରୀ କରିବ ସବୁ ଟଙ୍କା ମହାଜନ ଙ୍କୁ ଦେଇ ଘରକୁ ଯିବ । ଶେଷ ରେ ରାଜି କରାଇ ସାମଗ୍ରୀ ନେଇ ବ୍ୟାପାର କୁ ଗମନ କଲା ।


ମନେ ମନେ ଈଶ୍ୱର ଙ୍କୁ ମୁଣ୍ଡିଆ ଟେ ମାରି ଆଶ୍ବସ୍ତ ହୋଇ ଦୃଢ ବିଶ୍ୱାସ ନେଇ ଗଲା ଜେ ସବୁ ସମାନ ବିକ୍ରୀ ଯଦି ହୁଏ ତେବେ ଋଣ ପରିଶୋଧ ହୋଇଯିବ ଏବଂ ପରିବାର ଭୋକ ମେଣ୍ଟାଇବା ପାଇଁ କିଛି ଟଙ୍କା ବି ବଳକା ହୋଇପାରିବ । ଏଥି ପାଇଁ ଈଶ୍ୱର ନିଶୟ ସହାୟକ ହେବା ସଙ୍ଗେ ସଙ୍ଗେ ଗ୍ରାହକ ବି ଖୁସି ହେବେ ଯେ ବରାତ୍ ଅନୁସାରେ ବାଞ୍ଛିତ ଚିଜ ଯୋଗାଇବା ରେ ସଫଳ ହେବ ବିକି । ଏମିତି କଳ୍ପନା କରୁକରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ସେ ଯାଇ ପାରି ଥିଲା । ସର୍ବ ପ୍ରଥମେ ଗ୍ରାହକ ଙ୍କ ଵରାତ୍ କରାଯାଇଥିବା ସାମାନ ଯୋଗାଇ ତା ପରେ ଅନ୍ୟ ଚିଜ ବିକ୍ରୀ କରିବା ଭାବି ଅଗ୍ରସର ହେଲା । କିନ୍ତୁ ଆଜି ସେ ଗ୍ରାମ ରେ କିଛି ନିଆରା ଚିତ୍ର ଦେଖିବାକୁ ମିଳୁଛି । ଗାଆଁ ଆରମ୍ଭ ରେ ଶୋକ ର ଛାୟା ଖେଳି ଯାଇଛି । ସମସ୍ତେ ବିସର୍ଣ୍ଣ ଏବଂ ବ୍ୟସ୍ତ । କାହା ପାଖେ ସମୟ ହିଁ ନାହିଁ ,କିଏ ବି କିଛି କହୁନାହିଁ । ଭାରି ବ୍ୟସ୍ତ ସହ ସାମଗ୍ରୀ ବିକିବା ଚିନ୍ତା ଘାରି ହେଉଥାଏ । ପୁଣି ପଇସା ଫେରସ୍ତ କଥା ମନେ ପଡ଼ିଗଲା ପରେ ଆହୁରି ବ୍ୟଗ୍ର ହୋଇ ଉଠେ । କାରଣ ମହାଜନ କୁ ପଇସା ନ ଫେରାଇ ଲେ ଆଗାମୀ ଜିବନ ଦୁର୍ବିସହ  ହୋଇଯିବ ।


 ହେଲେ ଉପର ବାଲା ଠାରେ ଦୃଢ଼ ବିଶ୍ଵ୍ୱାସ ବିକି ନିଶ୍ଚୟ ସଫଳ ହେବ । ଆଶା ଆଶଙ୍କା ଛାଡ଼ି ଗ୍ରାାହକ ଙ୍କ ଦୁଆରେ ହାଜର ହେଲାସେଠି ଯାହା ଦେଖିଲା ତା ପାଦ ତଳୁ ମାଟି ଅଲଗା ହେଲା ପରି  ଭାବିଲା । ସାମଗ୍ରୀ ବ ରା ତ୍ କରି ଥିବା

ଏହି ଘର ର ଗ୍ରାହକ ଆଉ ଏ ଦୁନିଆ ରେ ନାହାନ୍ତି । ଏ କି ଅବସ୍ଥା ବିକି କରିବ କଣ? ଜବାବ୍ ଏଇଠି ଫେଲ୍ଲ ମାରିଲା । ସାହୁକାର ପାଖେ ବି ଫେଲ୍ଳ୍ ହେଲେ ତ କଥା ସରିଲା । ବିଷାଦ ମନେ ଘଟଣା ଯାହା ହଉ ଗ୍ରାହକ ମରିବା ଘଟଣା ଜାଣିବା ମନ ବଳାଇ ପାଖେ ଥିବା ସ୍ୱଜନ ଙ୍କୁ ପଚାରି ବୁଝିଲା । ଗ୍ରାହକ ଥିଲେ ଜଣେ ବୃଦ୍ଧା । ପେନସନ ଟଙ୍କା ରେ ପୁଅ ବୋହୁ ଙ୍କ ପାଖେ ପଡି ଥିଲେ । ପେନସନ ଯାହା ଆସେ ସେ ବୋହୂ ହାତକୁ ପୁଅ କୁ ଚାହିଁ ମାସ କୁ ମାସ ବଢ଼ାଇ ଦେଇ ଜୀବନ କାଳ ବିତାଉ ଥିଲେ । ଘର ଗୁମର କିଏ ବା ଜାଣେ?


ବୃଦ୍ଧା ଙ୍କ ଉତ୍ତର ବୟସ ଉପନୀତ ଜାଣି ଦୁଃଖ କଷ୍ଟ୍ ଯାହା ହେଲେ ବି ଦୁଇ ଓଳି ପେଟକୁ ଗଣ୍ଡେ ଖାଇ ହରି ନାମ ଜପି ପିଣ୍ଡ ନିର୍ବାଣ ନିମନ୍ତେ ପୁଅ ବୋହୂ ପାଖେ ପଡି ରହିଥିଲେ । ଦୁଃଖ ଅଧିକ ବେଳେ ବିକି କୁ କହି ଦେଉ ଥିଲେ । କାରଣ ବିକି ଗରୀବ ହେଲେ କଣ ହେଲା?ଦରଦୀ ମଣିଷ ଟିଏ । ଦିନେ ଦିନେ ମା ବୁଢ଼ୀ ର ବେଦନା ଶୁଣି ସେ ଆଣି ଥିବା ସାମଗ୍ରୀ ରୁ ବିନା ପଇସା ରେ ଖାଇବାକୁ ଦେଇଦିଏ । ଏମିତି ଦୁଃଖୀ ଓ ମ୍ରିୟମାଣ ଙ୍କୁ ଦେଖିଲେ ବିକି ର ହୃଦୟ ଜମା ମାନେ ନାହିଁ । ସେ ନିଜ ଗ୍ୟାନ୍ତୀ କୁଟୁମ୍ବ ଭାବେ ଓ ସେମାନଙ୍କ ର ଆଶିଷ ଏବଂ ସନ୍ତୋଷ ରେ ତାର ମନେ ଭାରି ଖୁସି ।


ଏମିତି ଏ ବୁଢ଼ୀ ମାଆ ମନର କଥା କୋହ ଏବଂ ଟଙ୍କା ହାତେଇ ବୋହୂ ପେଟ କୁ କେମିତି ମାରେ ଓ ମାଆ କେତେ ଦିନ ଭୋକରେ ଦିନ କାଟି ଦିଏ ନିଜ ପୁଅ ବି ଜାଣେନା । ଜାଣିଲେ ବି କିଛି ଫଳ ମିଳେ ନା । କାରଣ ପୁଅ ବୋହୂ ର ଇସାରାରେ ଚାଲେ । ଖାଲି ପେନସନ ପଇସା ପାଇଁ ଘରେ ରଖିଛି ଯାହା । ବୃଦ୍ଧା ଶ୍ରମ ଯିବାକୁ ଇଚ୍ଛା କିନ୍ତୁ ପୁଅ ର ବଦନାମ୍ ହେବ ଓ ପ୍ରାଣ ଗଲେ ପାଣି ଟୋପାଏ ପର ହାତ ରୁ ମିଳିବ କି ନା କିଏ ଜାଣେ । ? ତେଣୁ ସେ ମା ଏଠି ପଡି ରହିଛନ୍ତି । ବିକି ଏ ସବୁ ଜାଣି ଚୁପ୍ ଥାଏ । ଯେବେ ଆସେ, ବୁଢ଼ୀ ମାଆ କିଛି ମାଗୁ କି ନା ସେ ଜୋର୍ କରି ତା ହାତ ରେ ଦେଇ ଚାଲି ଯାଏ । ମା ପଇସା କଥା କହିଲେ କୁହେ ମା ପଇସା ମୋର କଣ ହେବ ? ତୋ ଠାରୁ ନେବି । ତୁ ସରାଗେ ନେଲେ ତୋ କାମ ରେ ମୋ ଶ୍ରମ ଲାଗିଲେ ଭଗବାନ ଙ୍କୁ ଦେଲା ଭଳି । ତୁ ଖୁସି ହେଲେ ମତେ ଅନେକ ଗ୍ରାହକ ମିଲିଯିବେ ଓ ମୋର ବେପାର ଜମି ଯିବ ।

ବୁଢ଼ୀ ମା ହସି ଦିଏ । ପାକୁଆ ପାଟି ରେ ଚମ 

ଧୁଡୁଧୁଡୁ, ହାତ ଟା ଟେକି ମୁଣ୍ଡ କୁ ଆଉଁସି କଲ୍ୟାଣ କରେ ଯା ବାପା ତୋର କିଛି ଅସୁବିଧା ହେବନି । ଯେତେ ସମସ୍ୟା ଆସିଲେ ବି ତୁ ପାର କରି ନେବୁ । ବିକି ମୁଣ୍ଡିଆ ଟେ ମାରି ଫେରି ଆସେ ।


କିନ୍ତୁ ପୂର୍ବ ଦିନର ଘଟଣା ଟିକେ ଅଲଗା ଥିଲା । କାଲି ଆସିଥିଲା । ମା କୁ ଦେଖିଥିଲା ,ମା କାନ୍ଦୁଥିଲା । ପଚାରି ବୁଝିଲା ସେ ତିନି ଓଳୀ ହେଲା ଖାଇନି । ଘରେ ଗଣ୍ଡଗୋଳ । ପୁଅ ବୋହୁ ମିଶି ପ୍ରହାର କରିଛନ୍ତି ଟଙ୍କା ପାଇଁ । ଖାଇବା କୁ ଦେଉ ନାହାନ୍ତି । କାନ୍ଦି କାନ୍ଦି ବିକି କୁ ସମସ୍ତ ଘଟଣା ଘର ଲୋକ ଙ୍କ ନଜର ରୁ ଦୂରେଇ ଯାଇ କହିଥିଲା । ବିକି କହିଲା ମାଆ ତୋ ପୁଅ, ଯଦି ନ ହେଲା ମୁଁ ତୋ ପୁଅ ଭଳି । ଚାଲ୍ ପୋଲିସ ପାଖକୁ ନେଇଯିବି ସେଠାରେ ସବୁ ନିଷ୍ପତି ହେବ । ଅନ୍ତତଃ ତୁ ଶାନ୍ତି ରେ ଟିକିଏ ରହିବୁ । ମାଆ ମନା କଲା । କହିଲା ନାହିଁ ରେ ପୁଅ, ମୋର ଆଉ କେତେ କାଳ? ପୁଅ ର ଇଜ୍ଜତ ଗଲେ ମୋର ସବୁ ଗଲା ସେ ତାର କର୍ମ ଫଳ ଭୋଗିବ । ତୁ କାଲି ମୋ ପାଇଁ ଭଲ କାଜୁ ଦିଆ ବିସ୍କୁଟ ଆଉ କମଳା ଟିକେ ଆଣିଦେଇଥା ।

ତୋର ଯାହା ପଇସା ମୋଠାରୁ ନେଇଯିବୁ । ମୋର ପେନସନ ପଇସା ରୁ ଦେବି ।


ତା ପରେ ବିକି ଫେରି ଯାଇ ଥିଲା । ସକାଳୁ ଆସିଲା ବେଳକୁ ଏ ଘଟଣା । ତେଣେ ଋଣ ଫେରସ୍ତ ଚୁକ୍ତି । ମୁଣ୍ଡ ଟା ଚକ୍କର ଖାଉ ଥାଏ । କିଛି ନିଷ୍ପତି ନେବା ବେଳକୁ କିଏ ଜଣେ ଧକ୍କା ଦେଇ କହିଲା , ଏ ! ବୁଢ଼ୀ ମରି ଯାଇଛି । ତୋର ଏଠି କିଛି କାମ ଆଉ ନାହିଁ । ଯା ଆଉ କୋଉଠି ବେପାର କରିବୁ ।

ବିକି ଚମକି ଉଠିଲା । ଧୀରେ ଧୀରେ ସାଇକେଲ ପାଖକୁ ଯାଇ ଆସ୍ତେ ଆସ୍ତେ ଗତିଶୀଳ ହେଲା । ହେଲେ କରିବ ଜଣ,? ମାଆ ପାଇଁ ଯାହା ବାରାତ୍ ହୋଇଥିଲା ମା କୁ ମୁଣ୍ଡିଆ ଟେ ଦୂର ରୁ ପକାଇ ତାର ବାରଣ୍ଡା ରେ ସେ ସବୁ ବ୍ୟାଗ୍ ରେ ପୁଟୁଳି ବାନ୍ଧି ,ବୁଢ଼ୀ ମାଆ ର ନାତି କୁ କହି ସେ ଖାଦ୍ୟ ସାମାନ ଥୋଇ ଦେଇ ପ୍ରତ୍ୟାବର୍ତ୍ତନ କରି ଫେରିବା ବାଟକୁ ଆଗେଇଲା । ଏତେ ବେଳକୁ ମଧ୍ୟାହ୍ନ ପାର ହେଲାଣି । ଗାଁ ମାଇପେ ଫୁସୁରୁ ଫାସର୍ ହୋଇଥିବା କଥା ଗୁଡ଼ାକ କାନରେ ବାଜୁ ଥାଏ । ପୁଅ ବୋହୁ ମିଶି ମା କୁ ମାରି ଦେଇ ଛନ୍ତି । ଏକଥା ସରପଞ୍ଚ କାନକୁ ଗଲାଣି । ସରପଞ୍ଚ ପୋଲିସ ନେଇ ଆସୁଛନ୍ତି ।


ଏମିତି ଅନେକ କଥା ଚାଲିଥାଏ ସେଇ ଗାଆଁ ପାର ହୋଇ ଆସିଗଲା ବିକି । ଏବଂ ଦୁଃଖ ରେ ଗତିଶୀଳ ହେଲା ବେଳକୁ ପଛରୁ କିଏ ଜଣେ ଡାକ ଛାଡ଼ିଲା ଏ ରୁଟି ବାଲା ରହ । ଦେଖିଲା ପୁଲିସ ବାବୁ । କଥା କଣ ବୁଝିଲା ବେଳକୁ ଜଣା ଗଲା ଜେ ସେ ବାବୁ ଜଣକ ବିକି ର ସମସ୍ତ ସାମଗ୍ରୀ ଖରିଦ କରିବା କୁ ଚାହୁଁ ଛନ୍ତି । କାରଣ ବୁଢ଼ୀ ହତ୍ୟା ହୋଇଛି ଗାଁ ଚାରି ଆଡେ଼ କଡା ପହରା ଲାଗିବ । ଆସାମୀ ଧରା ନ ପଡ଼ିଲା ପର୍ଯ୍ୟନ୍ତ ଡ୍ୟୁ ଟି ହେବ । ପୁଲିସ ମାନଙ୍କୁ ଖାଦ୍ୟ ସରକାର ଯୋଗାଇବ । ବିକି ତାର ଉଚ୍ଚିତ୍ ଦାମ୍ କହିଲା ବାବୁ ରାଜି ହୋଇ ଗଲେ । ଟଙ୍କା ତକ ଦେଇ ସବୁ ସାମଗ୍ରୀ ନେଇ ଗଲେ ।


ବିକି ର ଅସହ୍ୟ ଯନ୍ତ୍ରଣା ମଧ୍ୟରେ ଗରୀବ ସଂସାର ତାର ,ଋଣ ପରିଶୋଧ ଇତ୍ୟାଦି ଭାବି ଦୃଢ଼ ମନ ରେ ବିଶ୍ବାସ ଥିଲା ସେ ଯେମିତି ହେଲେ ଋଣ ପରିଶୋଧ କରିବ । ଆଜି ବୁଢ଼ୀ ମାଆ କଥା ସତ ହେଲା । ସିଏ ସବୁଦିନ ପାଇଁ ଚାଲିଗଲା । କିନ୍ତୁ ଜୀବନ ସାରା ଆର୍ଥିକ ବୋଝ ରୁ ମୁକ୍ତ କରି ମମତା ବୋଝ ଲଦି ଚାଲିଗଲା ।

କାନ୍ଦି କାନ୍ଦି ଆସୁ ଥାଏ ସାହୁକାର ପାଖକୁ । ଋଣ ଟଙ୍କା ବଢ଼ାଇ ,ମୁଁ ତୁମ ଋଣ ମୁକ୍ତ ହେଲି ଆଜ୍ଞା କହି ଜୁହାର ଟେ ପକାଇ ଘରକୁ ଯାଉ ଥାଏ ।  


ପରିବାର ପାଇଁ ସଉଦା ନେଲା ବେଳେ ହେଜୁଥାଏ , ବୁଢ଼ୀ ମା ର ପେନସନ ପଇସା ଆସୂ ଥିଲା ସେ ଅଖିଆ ଅପିଆ ନିଜ ପୁଅ ହସ୍ତରୁ ମଲା । ମୋର ତ ଏ ବେପାର ମୋ ର ଶେଷ ଅବସ୍ଥା ରେ ରୋଜଗାର ତ କିଛି ନଥିବ । ପୁଣି ବଳ ବୟସ ଖସିଲେ ଆଉ ସାଇକେଲ ପେଲି କି ବେପାର କରିବି?

ଏତିକି ବେଳେ ବୁଢ଼ୀ ମା ର କଥା ଓ ଭଗବାନ ଙ୍କ ପ୍ରତି ଦୃଢ ବିଶ୍ବାସ କର୍ତ୍ତବ୍ୟ ନିଷ୍ଠା ର ଅଦମ୍ୟ ସାହସ ନେଇ ଜୀବନ ବିତାଇବା ନିଷ୍ପତି ନେଇ ସାରିଥିଲା ।



Rate this content
Log in

More oriya story from Pratap Mishra

Similar oriya story from Tragedy