Rekharani Sahu

Tragedy Inspirational Others

4  

Rekharani Sahu

Tragedy Inspirational Others

ଡଙ୍ଗା

ଡଙ୍ଗା

3 mins
219


  କେଇ ଖଣ୍ଡ କାଠ ପଟା ଆଉ କେଇଟା କଣ୍ଟା । ତା ସହ କାତ ଟିଏ ଆଉ ବଡ ଦଉଡି ଟେ । ଏତିକିରେ ତ ପ୍ରସ୍ତୁତ ସେ । ନଦୀ ହେଉ ଅବା ଅଗଭୀର ନାଳ କି ହେଉ ସେ ସାଗର । ଅଥଳ ଜଳକୁ ପାର କରିବାର କ୍ଷମତା ଥାଏ ତାହାର। ନାବିକ ଟିଏ ନିଜକୁ ପ୍ରସ୍ତୁତ କରିଥାଏ ତ କେବେ ସେ କାଳିଆ କୁ ଚାହିଁ ଚାହିଁ ନାଆ ବାହିଯାଏ। ନା ଡର ଭୟ ନା ସେ ହୁଏ ଆତୁର । ମନରେ ଇଚ୍ଛା ଶକ୍ତି ଦୃଢ଼ ରଖି କରାଏ ସେ ନଦୀ ପାର । ଗରାଖ ମାନେ ବି ଖୁସି କାହିଁକି ନା ସେମାନେ ନାଉରିଆ କୁ ବିଶ୍ୱାସ କରି ପରିହୁଅନ୍ତି ନଦୀର ସୁଅ । ମଜା ନିଅନ୍ତି ଜୀବନର। ସେଇ କେତୋଟି ପାଉଣାରେ ପୁରି ଉଠେ ନାବିକର ଉଦର । ସେ ସେମିତି କରି କରି ପେଟ ପୋଷିବା ସହ ଚଳାଏ ତା ପରିବାର । ଆତ୍ମ ସନ୍ତୋଷ ଥାଏ ମନରେ। ଆଉ ନୂଆ ଦିନ ଟିଏ ହେଲେ ସେ ସହଳ ବାହାରିପଡି ଚାଲେ ସେଇ ଡଙ୍ଗା ପାଖକୁ । ପୁଣି ନୁଆ ସ୍ବପ୍ନ ବୁଣିବାକୁ । ନାନାଦି ଗୀତ ଗାଇ ପଥିକ କୁ ନଦୀ ପାର କରିବାକୁ । 


  ନଦୀ ପାର ହେବା ପାଇଁ ସିନା ଡଙ୍ଗା ଦରକାର ହୁଏ । ହେଲେ ଜୀଵନ ନଈ ପାର ହେବାକୁ ଡଙ୍ଗା କାହିଁ ? କାହିଁ ସେ କାତ ଯିଏ ଅହୁଲା ମାରି ପରିକରିଦେବ ସେ ଜଳ ପଥ । ଯେଉଁ ପଥରେ ଜୀବନ ହୁଅଇ ହନ୍ତ ସନ୍ତ । ବେଳେବେଳେ ସେ ନଦୀ ଏତେ ବୁଡାଇ ରଖେ ଯେ ଅଣନିଶ୍ଵାସି ହୋଇ ଶ୍ୱାସରୁଦ୍ଧ ହୋଇ ଉଠେ । ସେଥିରେ ଡଙ୍ଗା ବି ନିଜେ କାଠ ବି ନିଜେ , କଣ୍ଟା ବି ନିଜେ । ଆଉ ଦଉଡି ବି ନିଜେ । ଯିଏ ନିଜକୁ କାତ ସଜାଏ । ଯିଏ ନିଜକୁ ଡଙ୍ଗା ସଜାଏ । ଯିଏ ନିଜକୁ ପଥିକ କରି , ପାଉଣା କୁ ଅଣ୍ଟିରେ ଭରି ପାରି କରେ ନିଜକୁ ଏ ସଂସାର ଜନିତ ଅତଳ ସାଗରରୁ । କାହାକୁ କିଛି କହିପାରେନା । ପ୍ରତିବାଦ ବି କରିପରେନା । ଆଉ କରିବ ବା କାହାକୁ । କିଏ ବା ଶୁଣିବ ତା କଥା । କିଏ ବା ବୁଝିବ ତା ବ୍ୟଥା । ଆଉ କାହିଁକି ବା ବୁଝନ୍ତେ କୁହ ।


    ନିଜ ଅର୍ଜିତ କର୍ମ ଫଳ , ତାହା ପ୍ରାପ୍ତ ହୁଅଇ ହୋଇଲେ ଉଚିତ୍ ବେଳ ।

ଜୀବନ ନଈର ସାହାରା କେହି ନାହିଁ । କାହାକୁ ସାହାରା କରିବା ବୃଥା ବି ଅଟଇ । ଏଠି ସମ୍ପତ୍ତିର ସବୁ ସାଥୀ , ବିପଦ ଥିଲେ କେହି ନପଚାରନ୍ତି । ଜେତେ ଯାଏ ନିଜେ ନିଜ ପାଇଁ ପଥ ଖୋଲିବ ସେଇ ପଥରେ ଜୀଵନ ନଈରେ ପାର ହୋଇବ । କାହାକୁ ବା ଦୋଷାରୋପ କରିବ । ଆଉ କିଏ ବା ତୁମ ଦୋଷ ମୁଣ୍ଡେଇବ। ଏମିତି ସମୟ ସରି ସରି ଯିବ । ସେଇ ଡଙ୍ଗା ପୁଣି ନିଜ କୋକେଇ ନିଜେ ସଜେଇବ । ସେତେବେଳେ ତ ଶରୀର ମୃତ ଘୋଷିତ ଥିବ ଆତ୍ମା ଖାଲି ଶରୀର ଦେଖି ଖିଲି ଖିଲି ହସୁଥିବ । ନା ସେଇ ପୁନେଇ ଜହ୍ନ ର ମୂଲ୍ୟ ଥିବ , ନା ଅମାବାସ୍ୟା ର ନିର୍ଜନତା ଅନ୍ଧକାର ର ଭୟ ଥିବ । ଏଠି ଖାଲି ଆତ୍ମା ଜୀଵନ ନଈ ରୁ ମୁକ୍ତ ଭାବି ନିଜେ ନିଜେ ହସୁଥିବ । ଏଇ ତ ଡଙ୍ଗା ଯାହା ଜୀବନ ଦଙ୍ଗା ରୁ ପାରି ହେବାକୁ ନିଜକୁ ପ୍ରସ୍ତୁତ କରୁଥିଲା ଆଉ ମୁକ୍ତି ବି ସମୟ ଚକ୍ର ର ଦାସ ସାଜି ପାଇ ବି ଗଲା । 


ନିଜ ଡଙ୍ଗା ପାଇଁ ନିଜେ ପ୍ରସ୍ତୁତ ହୁଅ । ଆଉ ଜୀବନ ନଈରେ ପାରି ହେବା ପାଇଁ ଉଚିତ୍ କର୍ମ କରୁଥାଅ । ନୋହିଲେ ଶରୀର ର ମୋହ ମାୟା ତ ତୁଟିବ ଆଉ ତା ସହ ଆତ୍ମା ବି ଛଟପଟ ହୋଇ ପୂର୍ଣ୍ଣଜନ୍ମ ପାଇବା ପାଇଁ ନୂଆ ଶରୀର ଟେ ଖୋଜି ବୁଲିବ ।



Rate this content
Log in

Similar oriya story from Tragedy