Dr Jharana Satapathy

Action Crime Others

4.0  

Dr Jharana Satapathy

Action Crime Others

ଡିକ୍ଟେଟିଭ୍ କର୍ଣ୍ଣଲ

ଡିକ୍ଟେଟିଭ୍ କର୍ଣ୍ଣଲ

2 mins
236


   

ଏକ ଅଜଣା ଅଚିହ୍ନା ନମ୍ବରରୁ ଝିଅର ଆଓ୍ବାଜ ଶୁଣି ଚମକିପଡିଲେ ଚିନ୍ମୟ ବାବୁ।ଗୋଡହାତ ଥରି ଉଠିଲା। କପାଳରୁ ଗମଗମ ହୋଇ ଝାଳ ବାହାରିଆସିଲା।


ବାବା ମତେ ବଞ୍ଚାଅ......।


ହାଲୋ .....ହୋଲୋ.... ରାନୀ ତୋର କଣ ହୋଇଛି ? ତୁ କାହାନମ୍ବରରୁ ଫୋନ କରୁଛୁ ?


ହାଲୋ..... ହାଲୋ.....। 


ବ୍ୟସ୍ତବିବ୍ରତ ହୋଇପଡିଲେ ଚିନ୍ମୟ ବାବୁ। ସଙ୍ଗେ ସଙ୍ଗେ ଶ୍ରୀମତି ସୌମ୍ୟଶ୍ରୀ ଦେବୀଙ୍କୁ କୁ ଫୋନ ଲଗାଇ ପଚାରି ନେଲେ ଝିଅ କେଉଁଠି ? 


ଉତ୍ତରରେ ଶ୍ରୀମତୀଙ୍କ ମୁହଁରୁ ଶୁଣିଲେ ସିଏ ତ ଖେଳୁଛି ବାହାରେ। 


ଆରେ କଣ କହୁଛ ତୁମେ ? 


ଏଇଲେ ଏକ ଅଜଣା ନମ୍ବରରୁ କଲ ଆସିଥିଲା ମତେ ରାନୀ ନିଜେ କହୁଥିଲା ବଞ୍ଚାଅ ....ପାପା ବଞ୍ଚାଅ..... ପାପା। ମୁଁ ସେ ନମ୍ବରକୁ ସଙ୍ଗେ ସଙ୍ଗେ କଲ୍ ଵେକ୍ କରିଲି ତାହା ସୁଇଚ୍ଅଫ୍ ଦେଖାଇଲା। 


ତା ମାନେ ମୋ ଝିଅ ....... ଏକମୁହାଁ ହୋଇ ଦୌଡି ଚାଲିଲେ ସୌମ୍ୟଶ୍ରୀ ଦେବୀ ଗେଟ୍ ଖୋଲି ବାହାରକୁ। ଦେଖିଲେ ଗେଟ୍ ଵାହାରେ ଅନ୍ୟପିଲାମାନେ ଖେଳୁଛନ୍ତି କିନ୍ତୁ ଝିଅ ସେଠି ନାହିଁ। ମନରେ ସନ୍ଦେହ ଉପୁଜିଲା। ସାହି ପଡୋଶି ସାଙ୍ଗସାଥୀ ସମସ୍ତଙ୍କୁ ଫୋନକରି ବୁଝିନେଲେ କିନ୍ତୁ କିଏ କିଛି କହିପାରିଲେ ନାହିଁ। ସେ ଅଜଣା ନମ୍ବରକୁ ଫୋନ କରି ଥକିଗଲେ କିନ୍ତୁ କିଛି ଉତ୍ତର ମିଳିଲାନାହିଁ। ଖାଲି ସୁଇଚ୍ ଅଫ୍ ଦେଉଥିଲା। 


ଏକାଥରକେ ହତାସରେ ଭାଙ୍ଗି ପଡିଲେ ସ୍ବାମୀ ଏବଂ ସ୍ତ୍ରୀ ଦୁହେଁ ।


ପାଞ୍ଚଛଅ ଘଣ୍ଟାପରେ ପୁଣି ପୁନର୍ବାର କଲ୍ ଆସିଲା ଅନ୍ୟ ଏକ ନମ୍ବରରୁ ଏହା ଚିନ୍ମୟଙ୍କ ମୋବାଇଲ ନମ୍ବର । ଝିଅକୁ ଯଦି ନେବାକୁ ଚାହୁଁଛ ପୋଲିସକୁ ନ ଜଣାଇ ଏକାଥରକେ ପଚାଶଲକ୍ଷ ଟଙ୍କା ନେଇ ଆସ।


ଚିନ୍ମୟ ଵାବୁ ହାଲୋ ହୋଲୋ କହି ପଚାରିଲେ ତୁମେ କିଏ କହୁଛ ! 


ଓଲଟା ଶୁଭିଲା ମୋ ପରିଚୟ ଜାଣିବା ଦରକାର ନାହିଁ। ତୁମକୁ ଯାହା କୁହାଗଲା ତାହା କର ନହେଲେ ତୁମ ଝିଅ ଖତମ୍। 


ପାପା....ପାପା.....।


ଚିନ୍ମୟ ବାବୁ କାଳେ ଏ ବିଷୟରେ ପୋଲିସକୁ ଖବର ଦେଲେ ଝିଅର ଜୀବନ ପ୍ରତି ବିପଦ ଥିବା ଯୋଗୁଁ ତାଙ୍କ ସାଙ୍ଗ ଵାଦଲବାବୁଙ୍କ ଉପଦେଶ ଅନୁସାରେ ଏକ ଡିକ୍ଟେଟିଭଙ୍କ ସାହାଯ୍ୟ ଲୋଡିଥିଲେ। ଜଣେ ଭଲ ଡିକଟେକ୍ଟିଭ ହିସାବରେ କର୍ଣ୍ଣଲ ସାରଙ୍କୁ ଭଲଭାବରେ ଜାଣନ୍ତି ଵାଦଲବାବୁ। ବାଦଲ ବାବୁ ଏବଂ କର୍ଣ୍ଣଲ ବାବୁଙ୍କ ଘନିଷ୍ଟତା ଛୋଟବେଳର। ଜାସୁସିରେ ଦୁହେଁ ଧୂରନ୍ଧର । 


ଏହି କଥା ଶୁଣି ଏକାସଙ୍ଗେ ଏ କେସଟିକୁ ହାତକୁ ନେଇଥିଲେ କର୍ଣ୍ଣଲ ବାବୁ ତାଙ୍କୁ ସହଯୋଗ କରିଥିଲେ ବାଦଲବାବୁ ସତେଯେମିତି ଚାଚା ଚୌଧୁରୀ ଏବଂ ସେର୍ଲକ ହୋଲମ୍ସ ଉଭୟ ମିଶି ଏ କେସଟାକୁ ଲଢୁଛନ୍ତି।


କଚେରୀ ଘଣ୍ଟାର ରାତ୍ର ଏକ ଘଣ୍ଟର ଢାଉଁ ଢାଉଁ ଶବ୍ଦରେ ଚାରିଆଡେ ଅନ୍ଧାର ନିସ୍ତବ୍ଧଧା ଝିଙ୍କାରିର ଝିଂ ଝିଂ ଶବ୍ଦ କଳା କୋଟଟିଏ ସହ ଟୋପିଟିଏ ପିନ୍ଧି ଡିକଟେକ୍ଟିଭ କର୍ଣ୍ଣଲ ସାର୍ ବାହାରିପଡିଲେ ଅନୁସନ୍ଧାନରେ। 


ମୋବାଇଲ ଟ୍ରାକିନ୍ଗରୁ ଜଣାପଡିଲା ସହର ଵାହାରର କିଛି ଦୂରରେ ବହୁଦିନରୁ ବନ୍ଦହୋଇଥିବା ଏକ କଳକାରଖାନା ମଧ୍ୟରୁ ଏହି ଅଜଣା ନମ୍ବର ଦୁଇଟିରୁ କଲ୍ ଆସୁଛି । ତାମାନେ ଚିନ୍ମୟ ଵାଵୁଙ୍କ ଝିଅ ସେଠି। 


କର୍ଣ୍ଣଲ ସାର୍ ପ୍ରଥମେ ଚିନ୍ମୟ ବାବୁଙ୍କ ଟିକିନିଖି ଖବର ଜାଣିବାକୁ ଚେଷ୍ଟା କଲେ।

 

----ଚିନ୍ମୟ ବାବୁ କଣ କରନ୍ତି? 


-----ତାଙ୍କର ବନ୍ଧୁତା କାହା ସହିତ ଅଛି ?


-----ସେ ବିଜନେସ୍ ରେ କାହାକୁ ସାମିଲ କରିଛନ୍ତି ?


-----କାହା ସହିତ ଆଗରୁ ଶତ୍ରୁତା ରହିଛି ନା ନାହିଁ ? 


------ପ୍ରତିଦିନ ଘରକୁ କିଏ କିଏ ଆସନ୍ତି ?


ଏସବୁ ଟିକିନିଖି ଖୋଳତାଡ କଲେ। କର୍ଣ୍ଣଲ ସାର୍ ଜାଣିବାକୁ ପାଇଲେ 

ଚିନ୍ମୟ ବାବୁ ତାଙ୍କ ବ୍ୟବସାୟ ଓଡିଶା ସାରା କରନ୍ତି । କୋଟାଧିପତିର ମାଲିକ। ଟେଣ୍ଡରକୁ ନେଇ ବହୁଦିନ ତଳେ ବଚସା ହୋଇଥିଲା କିଛି ଟେଣ୍ଡର ମାଫିଆଙ୍କ ସହ। 


ସେହି ସୂତାଖିଅକୁ ଧରି ଅନ୍ବେଷଣ ଆରମ୍ଭ କଲେ ଡିକ୍ଟେଟିଭ୍ କର୍ଣ୍ଣଲ ସାର୍ ।  


ଠିକ୍ ସେହି ସମୟରେ ପୁଣି ଥରେ ଏକ ଅଜଣା ନମ୍ବରରୁ କଲ୍ ଆସିଲା ଚିନ୍ମୟବାବୁଙ୍କୁ। ଏଇ ଜାଗାକୁ ଆସି ପଚାଶ ଲକ୍ଷ ଟଙ୍କା ଦିଅ ବଦଳରେ ତୁମ ଝିଅକୁ ନିଅ। ଏ ଵିଷୟକୁ ପୋଲିସକୁ ଖବର ଦେଲେ ଝିଅର ଜୀବନ ପ୍ରତି ବିପଦ ଅଛି। 


ଏହାଜାଣି ପାରି ସଙ୍ଗେ ସଙ୍ଗେ ଡିକ୍ଟେଟିଭ୍ କର୍ଣ୍ଣଲ ଏକ ଗାଡି ନେଇ ବାଦଲବାବୁଙ୍କ ସହ ଲୁଚିଛପି ପହଞ୍ଚିଗଲେ ସେ ସ୍ଥାନରେ। ଚିନ୍ମୟବାବୁ ପଚାଶ ଲକ୍ଷ ଟଙ୍କା ଵେଗକୁ ନେଇ ସେ ମାଫିଆକୁ ଦେଵାଵେଳେ ସେ ମାଫିଆ ଓଲଟା ଧରାପଡିଗଲା କର୍ଣ୍ଣଲଙ୍କ ହାତରେ। ପୋଲିସ୍ ଆସି ମାଫିଆକୁ କାଵୁ କରିଥିଲା। ରାନୀକୁ ମାଫିଆଙ୍କ କବଳରୁ ମୁକ୍ତ କରିଥିଲେ। କର୍ଣ୍ଣଲ ସାର୍ ଏବଂ ବାଦଲ ଵାବୁ ଦୁଇଜଣ ଏ କେସ୍ ଟିକୁ ହାତକୁ ନେଇ ଠିକ୍ ଚାଚା ଚୌଧୁରୀ, ସେଲର୍କ ହୋଲମ୍ସ ଭଳି ଜଣେ ଜଣେ ଡିକ୍ଟେଟିଭ୍ ହିସାବରେ ଜାସୁସୀ ଭଳି ଚରିତ୍ର ନିଭାଇ ସମାଧାନ କରିଥିଲେ।


Rate this content
Log in

Similar oriya story from Action