Pallabi Das

Tragedy Inspirational

3  

Pallabi Das

Tragedy Inspirational

ଦାୟିତ୍ଵବୋଧ ପିଲାଦିନ

ଦାୟିତ୍ଵବୋଧ ପିଲାଦିନ

4 mins
366



ହାଡ ଭଙ୍ଗା ଶୀତ , ସେଥିପାଇଁ ପ୍ରାୟ ସନ୍ଧ୍ୟା ସାତ ଟା ବେଳୁ ଗାଁ ରେ ସମସ୍ତେ ଶୋଇଗଲେଣି । ବେଳେ ବେଳେ କୋଉ କୋଉ ଘରୁ ଛୋଟ ଛୁଆ ଙ୍କ କାନ୍ଦିବା ସ୍ଵର ଶୁଣା ଯାଉଥିଲା । ପତ୍ର କି ଫଳଟେ ଝଡ଼ି ପଡ଼ିଲେ ବୁଲା କୁକୁରମାନଙ୍କ ର ଭୁକିବା ସ୍ଵର ଗହୀର ନିଦ କୁ ଭାଙ୍ଗି ଦଉଥିଲା । ଜଗନ୍ନାଥ ମନ୍ଦିର ପଛରେ ଥିବା ନେପନ ର ନୁଆଣିଆ ଚାଳ ଘର ଭିତରେ ଲଣ୍ଠନ ର ଧିମା ଆଲୁଅ ରେ ଦିଶୁଥିଲେ ତିନୋଟି ଶୋଇଥିବା ପ୍ରାଣୀ । ଜାଡ ରେ ନେପନ ଟାଙ୍କିଏ ମଦ ପିଇ ତାର ଛିଣ୍ଡା କମ୍ବଳ ସାଥିରେ ବାକି ଲୁଗା ପଟା ଘୋଡେଇ ହୋଇ ଶୋଇଥାଏ । କିଛି ଦୂରରେ ତା ପୁଅ ମୁନା ଆଉ ଝିଅ ମୁନି ଦୁହେଁ ଗୋଟେ ପତଳା କମ୍ବଳ ଘୋଡେଇ ହୋଇ ଶୋଇଥାନ୍ତି । ରାତି ଯେତିକି ଅଧିକା ହଉଥିଲା ଜାଡ ସେତେ ଅଧିକ ହଉଥାଏ । ଭାଇ କୁ ଶୀତ ରେ ଥରୁଥିବା ଦେଖି ମୁନି ତା ଦେହରେ ପଡ଼ିଥିବା କମ୍ବଳ ର ଅଧା ଅଂଶକୁ ବି ଭାଇ ଦେହରେ ଘୋଡେଇ ଦେଲା । କମ୍ବଳ ରେ ଶୀତ ନ କମିବାରୁ ନିଜର ଆଉ ଭାଇ ର ସବୁ ଲୁଗା କୁ ଚାଦର ପରି ଭାଇ ଦେହରେ ଘୋଡେଇ ଦେଲା । କାନ ଆଉ ମୁହଁ ଥଣ୍ଡାରେ ଥରି ଯାଉଥିଲା, ସେଥିପାଇଁ ଘୋଡ଼ା ମଦୁଆ ବାପା ଦେହରେ ପଡିଥିବା ଗାମୁଛାକୁ ବାହାର କରିଆଣି ନିଜ କାନ ମୁହଁ କୁ ଗୋଡେଇ ଦେଇ ଲଣ୍ଠନଟା ଧରି ବାରିପଟ କୁ ଚାଲିଗଲା । ଭାଗବାନଙ୍କ ପାଖରେ ଲାଗିଥିବା ବାସି, ଶୁଖିଲା ଫୁଲ ଗଦା ରୁ ମେଞ୍ଚାଏ ଶୁଖିଲା ଫୁଲ ହାତରେ ଧରି କାନ୍ଥ କଡ଼ରେ ନିଆଁ ଲଗେଇ ବସିଗଲା । ମୁନି ର ହାତ ପାଦ ଥଣ୍ଡାରେ ବଧିରା ହୋଇଯାଇଥିଲା । ଟିକେ ନିଆଁ ପାଖରେ ବସିବାରୁ ଆରାମ୍ ଲାଗୁଥିଲା । କିଛି ସମୟ ବସିବା ପରେ ହଠାତ୍ ତାକୁ ପଛ ଆଡୁ କାହାର ପାଦ ର ସ୍ଵର ଶୁଣିବାକୁ ମିଳିଲା , ପଛ ବୁଲି ଦେଖେ ତ ସାନ ଭାଇ ମୁନା ଠିଆ ହୋଇଛି । ତାକୁ ଦେଖି ମୁନିର ମୁଁହ ରୁ କିଛି ଶବ୍ଦ ବାହାରିବା ପୂର୍ବରୁ ସେ ଆସି ବସି ଯାଇଥିଲା ତା ଆଗରେ ଆଉ ହାତ ଦିଟା ନିଆଁକୁ ଦେଖେଇ କହିଲା - "ଦିଦି, ମତେ ନିଦ ଲାଗୁନି ତୁ ଯା ଶୋଇପଡ଼ିବୁ, ମୁଁ ଟିକେ ସମୟ ନିଆଁ ପାଖରେ ବସେ" । ମୁନି ବୁଝି ପାରିଥିଲା ଭାଇ ତାର କାହିଁକି ଶୋଇ ପାରୁନି । ଭାଇ ର ଡର ଯ - "କାଳେ ଶୋଇ ନ ପାରି ଭଉଣୀ ର ଦେହ ଖରାପ୍ ହୋଇଯିବ, ଆଉ କାଲି ସକାଳେ ପୁଣି ମାଡ ଖାଇବ ମହାଜନ ଠାରୁ " । ଦିନ ଯାକ ଗଧ ପରି ଖଟି ଘର ଚଳାଉଥିବା ମୁନି ଯ ନିଜ ପାଇଁ ଚିନ୍ତିତ ନାହିଁ, କେମିତି ବୁଝାଇବ ତା ଅବୁଝା ଭାଇ କୁ । କେବଳ ଚିନ୍ତା ଅଛି ତ ସାନ ଭାଇ ର ଦାୟିତ୍ବ ଠିକ୍ ଭାବରେ ତୁଲାଇବା ପାଇଁ । ସେଥିପାଇଁ ତ ମହାଜନ ଘରେ କାମ ପାଇଟି କରି ପଇସା ଏକାଠି କରୁଛି ଭାଇ କୁ ମଣିଷ କରିବାକୁ ସେଥିରେ ପୁଣି ବାପା ର ମଦ ଖର୍ଚ, ସବୁ କିଛି ବୁଝିବାକୁ ପଡୁଛି ତାକୁ । ଯେହେତୁ ଜଙ୍ଗଲ ଘର ପାଖକୁ ଲାଗି କରି ଥିଲା ସେଥିପାଇଁ ମୁନି କୁ ଡର ଥିଲା ବନ୍ୟା ଜନ୍ତୁ କାଳେ ଆସିଯିବେ ଘର ପାଖକୁ ସେଥିପାଇଁ ଭାଇକୁ ଡରେଇବାକୁ ଲାଗିଲା କିନ୍ତୁ ଭାଇ ତାର ନିଆଁ ପାଖରେ ବସି ହସିଦେଲା , ମୁନି ଭାଇ କୁ ବାଆଁରେଇ ସାଙ୍ଗରେ ଧରି ଶୋଇବାକୁ ଚାଲି ଗଲା ଘର ଭିତରକୁ । ଭାଇ କୁ ଅତି ଯତ୍ନ ରେ ଘୋଡେଇ ଦେଇ ନିଜେ କିଛି ଅଂଶ ଘୋଡେଇ ହୋଇ ଶୋଇଗଲା ।


ଶୋଇଲା ବେଳେ ନୀତି ଦିନ ପରି ଭଗବାନଙ୍କ ନିକଟରେ ଭାଇ ର ମଙ୍ଗଳ କାମନା କରି ଭାଇର ମୁଣ୍ଡ ଥାପୁଡ଼େଇ ଶୋଇଗଲା । ମନରେ ସ୍ଥିର କରି ଦେଇଥିଲା ନିଜ ସାଥିରେ ନିଜ ଘରର ଭବିଷ୍ୟତ ସୁନ୍ଦର ଭାବରେ ଗଢିବାକୁ । ସେଥିପାଇଁ ଉତ୍ତମ ସ୍ୱାସ୍ଥ୍ୟ ଆଉ ଉତ୍ତମ ନିଦ୍ରା ନିହାତି ଆବଶ୍ୟକ । ତହିଁ ଆର ଦିନ ଘର ଭିତରକୁ ସୂର୍ଯ୍ୟ କିରଣ ଟିକେ ତୀର୍ଯ୍ୟକ ଭାବରେ ପଡୁଥିବାରୁ ମାଟି ଘରଟା ଟିକେ ଉଷୁମ୍ ଲାଗୁଥିଲା ସେଥିପାଇଁ ମୁନି ସଖାଳୁ ଟିକେ ସମୟ ଅଧିକା ଶୋଇଗଲା । ଦିନ ନଅ ଟା ବେଳେ ଉଠି ମହାଜନ ଘରକୁ ଯିବାକୁ ବାହାରିବା ପୂର୍ବରୁ ସାନ ଭାଇକୁ ଚାରି ଆଡ଼େ ଖୋଜିବାକୁ ଲାଗିଲା, ଭାଇକୁ କୋଉଠି ନ ପାଇ ସ୍କୁଲ ଯାଇଥିବ ଭାବି ମହାଜନ ଘର କୁ ଚାଲିଲା । ଦିନ ସାରା କାମ ରେ ଠିକ୍ ରେ ମନ ଲାଗିଲାନି । ମହାଜନ ର ଘର କାମ ଜଲଦି ସାରିଦେଇ ଘର କୁ ଟିକେ ଜଲଦି ଫେରି ଆସିଲା, କାରଣ ମନରେ କୌତୁହଳ ଜାତ ହଉଥିଲା ଜାଣିବାକୁ କି ନୀତି ଭାଇ ଏତେ ସଖାଳୁ କିଛି ନଜଣେଇ କୁଆଡ଼େ ଯାଉଛି । ଘର ଆଗ ବାରଣ୍ଡା ରେ ଭାଇ ର ଆସିବା ରାସ୍ତା କୁ ଅନେଇ ବସି ରହିଥିଲା ପ୍ରାୟ ତିରିଶ ମିନିଟ୍ ରୁ ଅଧିକା ସମୟ । ଭାଇ ଖଣ୍ଡେ ଦୂରରୁ ମୁନି କୁ ଦେଖି ହାତ ଦିଟା କୁ ପଛ ଆଡ଼େ ଲୁଚେଇ ଆଗକୁ ବଢ଼ି ଚାଲିଲା । ମୁନି ତା ଭାଇକୁ ଦେଖିବା ମାତ୍ରେ ଆରମ୍ଭ କରିଦେଲା ତାର ପ୍ରଶ୍ନ ପୁଟୁଳି, ଭାଇ ତାର ନଶୁଣିବା ପରି ଚାଲି ଗଲା ଘର ଭିତରକୁ ଆଉ ମୁନି ବି ତା ପଛରେ ଚାଲୁଥିଲା । ହଠାତ୍ ମୁନି ର ଗୋଡ଼ ଗୋଟେ ଘର ର ବନ୍ଧ ପାଖରେ ଯାଇ ଝୁଣ୍ଟେଇ ହୋଇ ପଡିଲା ଠିକ୍ ସେତିକିବେଳେ ଭାଇ ର ହାତ ଦିଟା ଦୌଡ଼ି ଆସିଲା ତାକୁ ସମ୍ଭାଳିବାକୁ । ହଠାତ୍ ମୁନି ଚିଲେଇ ଦେଲା ଭାଇ ର କଳା ହାତ ଦିଟା କୁ ଦେଖି, ହାତ ଦିଟା କୁ ଘୋଷାରି ନେଇ ଲଣ୍ଠନ ର ଆଲୁଅରେ ଭଲ ଭାବରେ ଦେଖିବାକୁ ଲାଗିଲା । କୋଇଲା ର କଳା ଅଂଶ ଲାଗିଥିଲା । ମୁନି ହାତରୁ ନିଜ ହାତ ଦିଟା ଛଡ଼େଇ ନେଇ ମୁନା କହିଲା - "ଦିଦି, ଇଏ ସବୁ କିଛି ନୁହେଁ ବାସ୍ ମୋ ପଢ଼ା ଖର୍ଚ ମୁଁ ନିଜେ ଉଠେଇବାକୁ ଚାହେଁ ।" 


ଭାଇ ତାର କେବେ ଏତେ ବଡ଼ ହୋଇ କାମକୁ ଯିବାକୁ ଲାଗିଲାଣି ମୁନି କୁ ଜଣା ନଥିଲା । କୋଇଲା ବୁହା ହାତ ଦିଟା କୁ ଦେଖି ମୁନି ର ମନରେ ବହୁତ୍ କଷ୍ଟ ହେଲା । ଆହୁରି ଅଧିକା ରୋଜଗାର କରିବାକୁ ନିଷ୍ପତ୍ତି ନେଇ, ଭାଇ ର କଳା କଳା ପାପୁଲି ଦିଟା ରେ ଟିକେ ମଲମ ଲଗେଇ ଦେଇ ଚାଦର ଖଣ୍ଡିକ ଘୋଡେଇ ଦେଇ ଶୁଆଇ ଦେଲା ।  



Rate this content
Log in

Similar oriya story from Tragedy