STORYMIRROR

Akshayakumar Dash

Action

2  

Akshayakumar Dash

Action

ଦାମ ଭାଇର ଚାଷ

ଦାମ ଭାଇର ଚାଷ

2 mins
33

ଆମ ଗାଁର ଲୋକ ଦାମ ଭାଇ।ଆମ ପଡିସା। ଦୁଇଭାଇ କ୍ରୁଷ୍ଟିୟା ଓ ଦାମ ଭାଇ ।କ୍ରୁଷ୍ଟିୟା ବଡ କଲିକତାରେ ରହି ମୋଟ ଟାଣେ ।ତାଙ୍କର ତିନି ପୁଅ। ଦାମଭାଇ ଗାଁରେ ରହି ଚାଷକରେ ମୂଳ ଲାଗେବି। ଦାମଭାଇ ଆମ ଘରେ ହଲ କରେ। ବିଲ କୁ ଶଗଡରେ ଖତନିଏ,ଧାନ ଶଗଡରେ ଲଦି ପାଖ ଧର୍ମଶାଳା ବଜାରକୁ ପେଡେଇ ଆଣେ ।ବାଡିଘରେ କାମକରେ। ରେତେବେଳେ ମଜୁରୀ ଦିନକୁ ଷାଠିଏ ଟଙ୍କା ଥିଲା । ବାଡିରୁ ଜାଳ ପନିପରିବା ପର୍ବ ପର୍ବାଣୀରେ ନଡିଆ କଦଳୀ ଆମ୍ବ ପଣସ ଏମିତି ବି ମୋ ବୋଉ ବେଳେବେଳେ ତରକାରୀ ଦିଏ ।ପ୍ରାୟ ସବୁବେଳେ ଆମ ଘରେ ଥାଏ ।କେଉଁଦିନ ବି ଖାଇଦିଏ । ପରିବାର ଲୋକ ପରି ଲାଗେ ।ରଜ କି ଦଶହରା ରେ ବାପା ତାପ।ଇଁ ଲୁଙ୍ଗି ଗାମୁଛା ଓ ଗଂଜି କିଣି ଦିଅନ୍ତି ।ତାର ବଳିଷ୍ଟ ଚେହେରା ଓ କାର୍ଯ୍ୟ ଦକ୍ଷତା ଆମ ପରିବାର କୁ ସାହସ ଭରସା ଦେଉଥିଲା । ପିଲାବେଳେ ଦାମ ଭାଇ କାନ୍ଧରେ ବସି ମୁନିସୀ ମେଳଣ ଦେଖିବାକୁ ଯାଏ । ତାସହିତ ଶଗଡ଼ ରେ ବସି ବଳଦ ଅଡେଇ ଖତ ଶଗଡ଼ ରେ ନିଏ ।ବେଳେ ବେଳେ ମୋର ଭୂଲ ଦେଖିଲେ ମତେ ସେ ଗାଳି ଦିଏ । ପୁଣି ମତେ ଗେଲ କରି ପାଖକୁ ଡାକେ । ଗଛରୁ ପିଜୁଳି ତୋଳି ଖାଇବାକୁ ଦିଏ। ବେଳେ ବେଳେ ମୋର ଜିଦି ବା ଅଭିଯୋଗ କିଛି ଥିଲେ ସେବି ସମାଧାନ କରେ । ହାଟକୁ ତାସହିତ ଗଲେ ଜଳଖିଆ କିଣି ଖାଇବାକୁ ଦିଏ ।ଆମେ ଛ ଭାଇ।କିନ୍ତୁ ଦାମ ଭାଇ କେମିତି ମୋ ଭାଇଙ୍କ ଠାରୁ ନିଜର ଲାଗେ । ଦାମ ଭାଇ ବୋଉ କୁ ଭାରି ମାନେ। ଖୁଡି କୁ ପଚାରି ସବୁ କାମ କରେ ।ବୋଉ ବି ତାକୁ ଉଚିତ ପରାମର୍ଶ ଦିଏ । ଦାମ ଭାଇ ବିଭା ହେଲାପରେ ତାର ଦୁଇଟି ପୁଅ। ସେମାନଙ୍କୁ ବୋଉ ଆମ ପିଲାବେଳର ପୋଷାକ ଖେଳନା ଓ ପଢିବାକୁ ଯିବାରୁ ବହିପତ୍ର ଦିଏ । ଦାମ ଭାଇ ଆମ ଘରକୁ ନ ଆସିଲେ ସେଦିନ ଘରଟା ଖାଲି ଖାଲି ଲାଗେ । ବଢି ଭୋରୁ ବିଲକୁ ହଲ ନେଇ ଚାଷ କରେ ।ଗୋଟାଏ ରେ ଫେରେ ପୁଣି ଖରାଟିଆ ଚାଷ ୩ଟାରୁ ସଂଜ କୁ ଫେରେ ।ଧାନ ବଛେ, ଖେଳୁଆ କରେ ଧାନ କାଟେ ବୁହେ ଓ ଅମଳ କରି ପେଡେଇ ଆଣିଦିଏ ।ସମ୍ପୂର୍ଣ ଚାଷ ଦାଇତ୍ୱ ତା ଉପରେ । ଘର ଲୋକେ ତାକୁ ମାନନ୍ତି । ଘରକୁ କୁଣିଆ ଆସିଲେ ଦାମ ଭାଇ କୁ ଖୋଜନ୍ତି । ସମସ୍ତେ ଜାଣନ୍ତି ଦାମ ଭାଇ ଘର ସମ୍ଭାଳେ ।ଏମିତି ବି ଆମବଂଧୁ ଘରକୁ ଦାମ ଭାଇ ଶଙ୍ଖୁଳିବାକୁ ଯାଏ । ଆମ ବାଡ଼ିରେ ପରିବା ଚାଷ ରୁ ପୋଖରୀ ରୁ ମାଛ ଧରିବାକୁ ଦାମ ଭାଇ ଲୋଡ଼ା ।ଦାମ ଭାଇ ବାପାକୁଁ ସାହସ ଦିଏ।ବେଳ ପଡିଲେ ବାପାଙ୍କ ଭୂଲ ଦେଖିଲେ ଦାମ ଭାଇ କହିଦିଏ। ବୋଉ ପାଖରେ କକେଇଙ୍କ ଅଭିଯୋଗ ଶୁଣାଏ ।ବୋଉ ସମାଧାନ କରେ ।ପ୍ରାୟ କୋଡିଏ ବର୍ଷ ହେବ ଦାମଭାଇ ଆମର ପରିବାର ପରି ଥିଲା । ବାପା ଚାଷକୁ ବଖରା ଦେଲେ । କ୍ରମସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action