ଦାଦନର କୋହ
ଦାଦନର କୋହ
ସବୁଦିନ ଭଳି ସକାଳୁ ସକାଳୁ ଉଠି ବାଲ୍କୋନୀର ଡୋରଟି ଖୋଲିଦେଲି ।ସଙ୍ଗେ ସଙ୍ଗେ ମୋ' ନଜର ଚାଲିଗଲା ମୋ' ସାମ୍ନାରେ ଥିବା ଆମ୍ବ ଗଛଟି ପାଖକୁ ଲାଗିଥିବା ଆପାର୍ଟମେଣ୍ଟରେ କାମ କରୁଥିବା ଶ୍ରମିକ ମାନଙ୍କ ଉପରେ। ସେମାନଙ୍କର ମୁହଁ ଦେଖି ଲାଗିଲା ଖାଲି ଯେମିତି ବିକଳ ହୋଇ କିଛି କହୁଛନ୍ତି ଭଗବାନଙ୍କ ଉଦ୍ଧେଶ୍ୟରେ।ଡ଼ହ ଡ଼ହ ଖରା ଘର ଭିତରରେ ରହିବା ବି କଷ୍ଟ ସେଥିରେ ପୁଣି ସିଡିରେ ଚଢି ସିମେଣ୍ଟ କଢ଼େଇ ମୁଣ୍ଡରେ ବୋହି ଦିନ ସାରା ପାଞ୍ଚ ଦଶ ତାଲା ଉପରୁ ଚଢିବା ଓହ୍ଲାଇବା କେତେ କଷ୍ଟ ସେକଥା ଅନୁଭବି ଛଡ଼ା କେହି ବୁଝିପାରିବେ ନାହିଁ। ତା ଭିତରୁ ଗୋଟିଏ ପିଲା ଥରେ ଆସି ପାଣି ଟିକେ ପିଇବାକୁ ମାଗିଥିଲା ମତେ ଆଉ କିଛି ସମୟ ଘର ବାରଣ୍ଡାରେ ବସିଥିଲା,ଖାଇବା ସମୟରେ। ଘଣ୍ଟାଏ ବିଶ୍ରାମ ପାଇଁ ମାଲିକ ଛୁଟିଦିଏ। ସେହି ସମୟରେ ମୁଁ ସେ ପିଲା ସହ କଥା ହୋଇ ଯାହା ଜାଣିଲି ତାହା ହିଁ ଖୁବ୍ ହୃଦୟ ବିଦାରକ ଥିଲା। ସେ ଓଡ଼ିଶା ବାହାରର ପିଲା ଦଲାଲ୍ ଟିଏ ତାକୁ ଅଧିକ ଟଙ୍କା ଦେବ ବୋଲି କହି କଣ୍ଟ୍ରାକଟର ପଡିଆରେ କିସରେ ଲଗେଇଛି।ନିଜେ ପଇସା ଖାଉଛି ତାକୁ ବହୁତ କମ୍ ପଇସା ଦେଉଛି।ଘରେ ତାର ରୋଗୀଣା ମାଆ , ସ୍ତ୍ରୀ ଓ ବର୍ଷକର ଝିଅ।ଘରକୁ ଯିବାକୁ ବି ଦେଉନି।ବିଚରା କହୁ କହୁ କାନ୍ଦି ପକାଇଲା।କେତେ କଷ୍ଟରେ ଥାଏ ସେ ଆଗୁଆ ଦଶ ହଜାର ଟଙ୍କା ନେଇ ମାଆର ଚିକିତ୍ସା କରେଇ ଥିଲା ବୋଲି ପଡ଼ିରହିଛି ମାସ ମାସ ଧରି।ମାଆର ଶେଷ ସମୟ ଦେଖିବା ଯେମିତି ତା ଭାଗ୍ୟରେ ନାହିଁ। ତା ଭିତର କୋହକୁ ମୁଁ ଠିକ୍ ଅନୁଭବ କରି ପାରୁଥିଲି,ପଢ଼ି ପାରୁଥିଲି ତା ମନର ଅବ୍ୟକ୍ତ ଭାବ ଓ ଭାଷାକୁ ଖୁବ୍ ନିକଟରୁ।ଏଇ ହେଲା ଦାଦନର କୋହ ଜଣକ ଜୀବନ ଯେମିତି ଶହ ଶହ , ହଜାର ହଜାର ଦାଦନ ମାନଙ୍କର ଜୀବନର ଚିତ୍ର ଖୁବ୍ କରୁଣ, ମର୍ମାହତ। ମୁଣ୍ଡ ଗୁଞ୍ଜିବାକୁ ଛାତ ଅଛି ନା ପେଟକୁ ପର୍ଯ୍ୟାପ୍ତ ପରିଣାମ ର ଦାନା।ହା ହତାସଭରା ଜୀବନ।କୋହଭରା ଖୁବ୍ ବେଦନା ଦାୟକ ଯନ୍ତ୍ରଣା ଜର୍ଜରିତ।
ଏମିତି ପ୍ରତି ପୂଜା ଦିନ ହେଉ,କିମ୍ବା କେହି ଲୋକଙ୍କ ଘରେ କିଛି ପୂଜାପାଠ ହେଉ ,ଗଛଟି ଉପରେ ଆମେ ଏମିତି ଅତ୍ୟାଚାର କରିଥାଉଁ । ଆଉ ମାର୍ଗଶୀର ମାସ ଗୁରୁବାର କଥା କଣ କହିବି ?ବୁଧବାର ଉପରଓଳି ଗଛଟିକୁ ଛିନ୍ନଛତ୍ର କରିଦେଇଥାନ୍ତି ଆମ ଲୋକମାନେ । ପୂଜା ପାଇଁ ଗୋଟିଏ ଡାଳ ନେବାବଦଳରେ,ପାଞ୍ଚ ଟି ଡାଳ ଭାଙ୍ଗି ପକେଇ ଦିଅନ୍ତି ।
ପୂଜା କରିବା ନିହାତି ଦରକାର ।ଆମର ପୂର୍ବ ପିଢିର ପୁରୁଖାମାନେ ମଧ୍ଯ ପୂଜା କରୁଥିଲେ । ସେତେବେଳେ ସେମାନେ ଖଣ୍ଡିଏ ଡାଳ ଭାଙ୍ଗିଲେ ଗୋଟିଏ ଗଛ ଲଗେଇବାକୁ ପ୍ରଯତ୍ନ କରୁଥିଲେ । କିନ୍ତୁ ଆମେ ଗଛଟିଏ ଲଗେଇବା ବଦଳରେ,ଗଛଟିକୁ ପୂଜା ନାମରେ ଏମିତି ନଷ୍ଟ ଭ୍ରଷ୍ଟ କରିବା,ପ୍ରକୃତି ପ୍ରତି ବହୁତ ବଡ ଉପହାସ ନୁହେଁ କି ? ତା'ପରେ ଆସିଲା ବେଲ ଗଛଟି କଥା । ସୋମବାର ହେଲା ମାତ୍ରେ ,ତା' ଉପରେ ଆମର ଆକ୍ରମଣ ଆରମ୍ଭ ହୋଇଯାଏ । କିଏ ପାଞ୍ଚଟି ତ କେହି କେହି ଶହେ ଆଠ ପତ୍ର ଠାକୁରଙ୍କ ଉପରେ ଚଢେଇ ଥାନ୍ତି । ଏମିତି ଯଦି ଜଣେ ଜଣେ ଶହେଆଠ ଶହେଆଠ ପତ୍ର ଭାଙ୍ଗି ନିଅନ୍ତି, ତା'ହେଲେ କଣ ହେବ ଗଛ ଟିର ଅବସ୍ଥା ??
ଠାକୁର ପୂଜା,ବେଲପତ୍ର ଅର୍ପଣ କରିବା ଆମର ପୂଜାର ପଦ୍ଧତି । ଆମେ କରିବା ନିହାତି ଉଚିତ କଥା । କିନ୍ତୁ ଶହେଆଠଟି ବେଲପତ୍ର ବଦଳରେ ଯଦି ଗୋଟିଏ ପତ୍ର ନେଇ ଶହେଆଠ ପତ୍ରର ଭାବନା ମନରେ ଆଣି ,ଶହେଆଠ ଥର ଠାକୁରଙ୍କ ନାମ ନେଇ ପ୍ରାର୍ଥନା କରିବା ,ଠାକୁର କ'ଣ ଆମ ପ୍ରାର୍ଥନା ସ୍ବୀକାର କରିବେ ନାହିଁ ?
ସେଇଭଳି ନିମ ଗଛ ଟିଏ । ସେ ପ୍ରକୃତି ର ଏମିତି ଗୋଟିଏ ଅସାଧାରଣ ସୃଷ୍ଟି ,ସେ ଗଛଟିର ଆମକୁ କେବେ ଯତ୍ନ ନେବାକୁ ପଡେ ନାହିଁ । କିନ୍ତୁ ; ସେ ଗଛଟିର ଆମ ମଣିଷ ସମାଜକୁ ଦାନ ଅତୂଳନୀୟ । ସେ ଏମିତି ଅଯତ୍ନରେ ଜନ୍ମ ହୋଇ ଅଯତ୍ନରେ ବଡ ହୋଇଥାଏ । ଏମିତି ସେ ଆମର ନଜରକୁ ଆସେ ନାହିଁ କେବେ । ଯେମିତି ବସନ୍ତ ଋତୁ ଆରମ୍ଭ ହୋଇଯାଏ , ଗଛଟି କଢ ଫୁଲରେ ନିଜକୁ ଟିକେ ସଜାଇବାକୁ ଚେଷ୍ଟାକରେ , ସେତେବେଳେ ଆମର କୁଦୃଷ୍ଟି ପଡିଯାଏ ,ତା' ଉପରେ।ଆଉ ତାର ହାଡ ଗୋଡ ଭାଙ୍ଗି ଆମେ ତାକୁ କୁରୂପ କରି ଦେଉ । ଏଇଟା ପ୍ରକୃତି ପ୍ରତି ଆମର ଅନ୍ୟାୟ ନୁହେଁ କି ? ସେମିତି ବରକୋଳି ଗଛ ଟିଏ । ଆଛା ,ଭାବି ଦେଖିଲେ ଥରେ,ବରକୋଳି ଗଛଟିଏ କିଏ କେବେ ଆମେ ଲଗେଇଥିଲେ ?
ସେ ଆମ ପାଇଁ ପ୍ରକୃତିର ଅବଦାନ। ତାକୁ ଆମେ ପ୍ରତି ପୂଜାଦିନରେ ଖୋଜୁ । କିନ୍ତୁ ଚାପରେ ସେ ଗଛଟି ପ୍ରତି ଆମର କେବେ ଧ୍ୟାନ ବି ନଥାଏ । ସେ ଗଛ ଏବେ କମି କମି ଆସିଲାଣି ।
ସାଆଁଡା ଗଛଟିଏ ଆମ ପ୍ରକୃତିର ଏକ ଅଙ୍ଗ ଥିଲା । ଥିଲା ବୋଲି କହିବାର କାରଣ ହେଲା,ସେ ଗଛ ଆଉ ଆମେ ଦେଖିବାକୁ ପାଉନାହୁଁ।
ଏବେ ଆମର ସମୟ ଆସିଛି । ପ୍ରକୃତି ଆମକୁ ଜଗୋଉଛି,ଚେତେଉଛି, ଆମକୁ ଆହ୍ବାନ କରୁଛି । ଆମକୁ ତା'ର ଯତ୍ନ ନେବା ଦରକାର । ପ୍ରକୃତିର ଯତ୍ନ ନେବା ଆମର ତା' ପ୍ରତି ଅବଦାନ ନୁହେଁ , ପ୍ରକୃତି ଆମ ମାନବ ଜାତିର ଜୀବନ । ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା । ଆସନ୍ତୁ ସମସ୍ତେ ଶପଥ ନେଇ ,ଗୋଟିଏ ଗୋଟିଏ ଗଛ ଲଗେଇ ନିଜ ନିଜକୁ ବଞ୍ଚେଇବାର ଚେଷ୍ଟିତ ହେବା । ଏବେ ଏମିତି ସମୟ ଆସିଛି,ଗୋଟିଏ ଗଛ ବଦଳରେ ତିନୋଟି ଗଛ ଆମେ ଲଗେଇପାରିଲେ ଆମ ପରିବେଶ ବଞ୍ଚି ପାରିବ । ଏମିତି ତ ପ୍ରାକୃତିକ ବିପର୍ଯ୍ୟୟରେ ଶହଶହ ଗଛ ପ୍ରତି ବର୍ଷ ନଷ୍ଟ ହୋଇଯାଉଛି । ତା' ସହ ଆମମାନଙ୍କର ଅସହଯୋଗ ପ୍ରକୃତିକୁ ହତୋତ୍ସାହିତ କରି ଦେଉଛି !
