Kalpana Kumari Pradhan

Tragedy

4.5  

Kalpana Kumari Pradhan

Tragedy

ଚପଲ ହଳେ

ଚପଲ ହଳେ

2 mins
354


ମା ସୁରେଶ୍ୱରୀ ଙ୍କ ଦର୍ଶନ ଅଭିଳାଷ ନେଇ ପହଞ୍ଚିଲି ମନ୍ଦିର ରେ l ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ କରିବା ବେଳେ ମୋ ଆଖିରେ ପଡ଼େ ଏକ ଦୃଶ୍ୟ l ଆଖି ମୋର ଫେରି ପାରେନି ତା ଠାରୁ l

ମଧ୍ୟ ବୟସ୍କ ସ୍ତ୍ରୀ ଲୋକଟି l କାଖରେ ତାର ଦଶ ମାସ ର ଶିଶୁ କନ୍ୟା ଟିଏ l ମୁଣ୍ଡ ଉପରେ ଧରିଥାଏ କାଠ ବିଡା l ଉଦୁ ଉଦିଆ ଖରା ବେଳ l ତା ପଛ ରେ ଏକ କୁନି ଝିଅ ଟିଏ l ହାତରେ ତାର ଶାଗୁଆନ ପତ୍ର ଟିଏ ଧରି ଖୁବ ଆନନ୍ଦ ରେ ନାଚି ନାଚି ଚାଲିଥିଲା l ଫୁଙ୍ଗୁଳା ପାଦ କୁ ଯେମିତି ଏ ପିଚୁ ରାସ୍ତା ର ତାତି ଛୁଉଁ ନଥିଲା l

ମୁଁ ଚାହଁ ରହିଥାଏ ସେମାନଙ୍କୁ l ଯେଉଁ ଦେବୀ ମନ୍ଦିର ରେ ପୂଜିତା ଏହି ମା ଭିତରେ ମୁଁ ସେ ସ୍ୱରୂପ ସ୍ପଷ୍ଟ ବାରିପାରୁ ଥାଏ l ସେ ତ ଶକ୍ତି, ଶ୍ରଦ୍ଧା, ସ୍ନେହ ପୁଣି ଅମୃତ ଦାୟିନୀ l କିଛି ଦୂରରେ ଏକ ଝଙ୍କାଳିଆ ଆମ୍ବ ଗଛ ମୂଳେ କ୍ଲାନ୍ତି ଦୂର କରିବା ପାଇଁ ଅଟକେ ସ୍ତ୍ରୀ ଲୋକଟି l ମୁଣ୍ଡ ଭାରକୁ ଓଲ୍ହାଇ ଦେଇ ଗୋଟିଏ ପାଖରେ ଦଶ ମାସ ର ଶିଶୁ ଅନ୍ୟ ପାଖରେ ପଛେ ଆସୁଥିବା ଝିଅ ଟିକୁ ବସାଇ ଦିଏ l ପଣତରେ ମୁଁହ ପୋଛି ତାର କଅଁଳିଆ ପାଦ ଦୁଇ ଟିକୁ ଆଣି ଗେଲ କରିଦିଏ l

ଅଣ୍ଟା ରେ ଖୁଞ୍ଚି ଥିବା ପୁ୍ଟୁଳି ରୁ ଚୁଡା ଗୁଡ଼ ବାହାର କରି ଖୁଏଇ ଦିଏ ତା ନୟନ ପିତୁଳା ମାନଙ୍କୁ l ଗୁଣୁ ଗୁଣୁ ଗୀତ ଗାଇ କେତେ ସ୍ନେହ ଢାଳିଦିଏ l

ସମ୍ଭାଳି ପାରେନି ମୁଁ ନିଜକୁ l ପଚାରି ବୁଝିଲି - ସ୍ତ୍ରୀ ଲୋକଟି ସ୍ୱାମୀ ପରିତ୍ୟକ୍ତା l ଏଇ ଦୁଇ ଝିଅ ଙ୍କୁ ନେଇ ତା ସଂସାର l ସେଥିପାଇଁ ସେ କେବେ ଦୁଃଖ ଅନୁଭବ କରିନି l ନିଜେ ଚେଷ୍ଟା କରି ଯାହା ରୋଜଗାର କରେ ସେଥିରେ ଦୁଇ ଭଉଣୀଙ୍କ ପେଟ ପୁରାଏ l ସାଇ ପଡିଶା ବି ସହଯୋଗ କରନ୍ତି l କିନ୍ତୁ ସେ କାହା ଭରସା ରେ ନିଜ ଛୁଆ ଙ୍କୁ ଛାଡେନି, ସେ ଯାହା ବି କର୍ମ କରେ ନିଜ ସାଙ୍ଗରେ ସେମାନଙ୍କୁ ସାଥିରେ ନିଏ l ଶୈଶବ ରେ ପିଲା ଗୁଡିକ ର ଏପରି ସଂଘର୍ଷ ଦେଖି ମୋ ମନ ଭାରି କଷ୍ଟ ପାଏ l ସେ କୁନି ଝିଅ ପାଇଁ ହଳେ ଚପଲ କିଣି ଯେବେ ମୁଁ ବଢ଼ାଇ ଦିଏ ମା ଟି ଖୁସି ରେ ଗଦ ଗଦ ହୋଇଯାଏ l କିନ୍ତୁ କୁନି ଝିଅ ଟି ଖନେଇ ଖନେଇ କହେ -ଦିଦି ଦିଦି ତୁମେ କାହିଁ ପପଲ ଆଣିଲ? ମୋ ମା ଆଉ ମୋତେ ଗେଲ କରିବନି

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି -ଆରେ ମାମା କାହିଁକି ?

ସେ କହିଲା -ମୁଁ ଯେବେ ଖାଲି ପାଦରେ ଚାଲୁ ଥିଲି ଏ ପିଚୁ ରାସ୍ତାରେ ମୋ କଷ୍ଟ ମୋ ମା କୁ ଭାଲି ବାଧୁଥିଲା l ସେ ସୁଯୋଗ ପାଇଲେ ମୋତେ କୋଳେଇ ନେଇ କେତେ ଗେଲ କଡୁଥିଲା l ଉଁ ଉଁ

ଆଖି ମୋର ଲୁହ ରେ ଓଦା ହୋଇଗଲା l



Rate this content
Log in

Similar oriya story from Tragedy