STORYMIRROR

ରଞ୍ଜିତ ରଞ୍ଜନ ବାରିକ

Abstract

2  

ରଞ୍ଜିତ ରଞ୍ଜନ ବାରିକ

Abstract

ଚୋରୀ ଚୋରୀ

ଚୋରୀ ଚୋରୀ

1 min
2.8K

 କେତେବେଳେ ଏ ଶରୀର ରୂପି ପୃଥିବୀଟା ଉପରେ ପ୍ରେମ ରୂପୀ ବିଜୁଳିଟା ଘଡ଼ଘଡ଼ି ଶବ୍ଦ କରି ପ୍ରବେଶ କଲା‌ ମୁଁ ଜାଣିପାରିଲିନି। କିନ୍ତୁ ବାରମ୍ବାର ସେହି ଚିହ୍ନା ମୁରୁକି ହସା ଚେହେରାଟା ହୃଦୟର ସ୍ମୃତି ପଟଳରେ ଦିବାନିଶି ଆଲାରାମ ବଜେଇବାରେ ଲାଗିଛି। ଆଜି କାହିଁ ସମଗ୍ର ଦୁନିଆ ଆଖିରେ ଅନ୍ଧପୁଟୁଳି ବାନ୍ଧି ତାକୁ ଆଲିଙ୍ଗନ କରି ତା କୋମଳ ଓଠରେ ଚୁମ୍ବନର ଇନ୍ଦ୍ରଧନୁଟିଏ ଆଙ୍କିବାକୁ ଇଛା ହେଉଛି। ତଥା କଥିତ ସମାଜରେ ଚୋରୀ ଏକ ଅପରାଧ। ବସନ୍ତ ଯେତେବେଳେ ମୃଦୁ ମଳୟ , ପ୍ରୀତିର ବାସ୍ନାକୁ ଚୋରେଇ ଆଣି ଧରାପୃଷ୍ଠକୁ ଅବତରଣ କରେ ସେତେବେଳେ ବସନ୍ତ ହେଇଥାଏ ସମସ୍ତଙ୍କ ପ୍ରିୟ ଭାଜନ। କିନ୍ତୁ ମୁଁ ଆଜି ଅପରାଧୀ। ଚୋରୀ ଚୋରୀ କରୁଛି ମୋ ପ୍ରେମିକା ସହ ଚୋରା ପିରତି। ସେ ଆମଠୁ ଛୋଟ ଜାତି। କେବେ ସୃଷ୍ଟି ଏ ଜାତିର ଜାଣେନା ହେଲେ ଏତିକି ଜାଣିଛି ଜନ୍ମ ହେଲାବେଳେ ଶରୀରର କୌଣସି ଅଙ୍ଗ ରେ ଜାତି ଧର୍ମ ରଥାପା ବାଡ଼େଇ କେହି ମଧ୍ୟ ସଂସାରକୁ ଆସିନଥାଏ।ଆଉ କେତେଦିନ ତାହେଲେ ପ୍ରେମ କରିବି ମୁଁ ଚୋରୀ ଚୋରୀ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ରଞ୍ଜିତ ରଞ୍ଜନ ବାରିକ

Similar oriya story from Abstract