STORYMIRROR

ରଞ୍ଜିତ ରଞ୍ଜନ ବାରିକ

Abstract Tragedy

3  

ରଞ୍ଜିତ ରଞ୍ଜନ ବାରିକ

Abstract Tragedy

ଦୂରତା

ଦୂରତା

1 min
12.1K

କରୋନା ପାଇଁ ଆଜି ମୁଁ ତୁମ ମାନଙ୍କ ଠାରୁ ସାମାଜିକ ଦୂରତା କୁ ପାଳନ କରିଛି। ଆପଣମାନେ ବୋଧହୁଏ ମୋତେ ଘୃଣା କରୁଥିଲେ। ବାସ୍ତବ ଟା କିନ୍ତୁ ମୋ ମାନସିକତା ରେ କିଛି ପରିବର୍ତ୍ତନ ଆସୁନାହିଁ। ଆପଣମାନେ ସାମାଜିକ ଦୂରତା ରକ୍ଷା କରନ୍ତୁ ଦେଖିବେ କରୋନା ନିଶ୍ଚୟ ସାରିବା। ମୁଁ ମୋ ପାଇଁ ଭୟଭୀତ ହୋଇ ଆପଣମାନଙ୍କ ଠାରୁ ଦୂରରେ ଛିଡ଼ା ହୋଇ ନାହିଁ। ମୁଁ ପ୍ରବାସୀ ଟା ପରା ଆପଣ ମାନେ ମୋ ସଂସ୍ପର୍ଶରେ ଆସିଲେ ମୋ ରାଜ୍ୟ ହାରିଜିବ । ମୁଁ ସହ୍ୟକରିପାରିବିନି। ସମସ୍ତେ ମୋତେ ପ୍ରଶ୍ନ କରୁଛନ୍ତି ତୁ ଯଦି ଆମ ମାନଙ୍କ ସହିତ ଚାହୁଁଛୁ ତାହେଲେ ଏଠାକୁ ଆସୁଥିଲୁ କାହିଁକି? ମୁଁ ପରିସ୍ଥିତିରେ ପଡି ମୋ ପରିବାରର ଭରଣପୋଷଣ ପାଇଁ ମୋ କର୍ତ୍ତବ୍ୟ ସମ୍ପାଦନ ପାଇଁ ଆସିଥିଲି ସତ କିନ୍ତୁ ମୋ ଶୟନେ ,ସପନେ, ଜାଗରଣରେ ମୋ ମାଟି ମାଆ ପ୍ରତି ମୋର ଭକ୍ତି କେବେବି ଊଣା କରିନି।ମୋର ଗୋଟିଏ ଲକ୍ଷ ଯୋଉ ମାଆ କୋଳରେ ଜନ୍ମ ନେଇଥିଲି ସେଇ ମାଆ କୋଳରେ ଚିରନ୍ତନ ନିଦ୍ରାରେ ଶୋଇବାକୁ ଇଛା ସର୍ବଦା ଜାଗ୍ରତ ହୋଇ ରହିଛି। ସେଥିପାଇଁ ଫେରିଆସିଛି। ଆଗରୁ ଯେତେବେଳେ ଆସୁଥିଲି କେତେ ଆଦର ପାଉଥିଲି ମୋର ସେ ଆଦର ଆଉ ଲୋଡା ନାହିଁ।କେବଳ ମାଟି ମାଆ କୋଳରେ ଟିକେ ଆଶ୍ରୟ ଲୋଡ଼ା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ରଞ୍ଜିତ ରଞ୍ଜନ ବାରିକ

Similar oriya story from Abstract