Dipti lekha Mishra

Tragedy

3  

Dipti lekha Mishra

Tragedy

ଚୋରା ପ୍ରେମ

ଚୋରା ପ୍ରେମ

2 mins
535



ଆଉ ଦୁଇ ଦିନ ପରେ ଆସିବ ଆମ ଉତ୍କଳର ଏକ ପର୍ବ ହୋଲି ।ସମସ୍ତେ ବିଭିନ୍ନ ପ୍ରକାରରରଙ୍ଗ କିଣି ଆଣିଛନ୍ତି ।ତାକୁ ସୁନ୍ଦର କରି ସଜାଈବା ପାଇଁ ଚେୟାର ଟେବୁଲ ବି ପ୍ରସ୍ତୁତ ଅଛି ।ବିଭିନ୍ନରକମର ଡିଜାଈନ କରି ତା ଉପରେ ସଙ୍ଗ ଥାଳି ଥୋଇବା ବୋଲି ଗାଁର ସମସ୍ତେ ବସି ଏକ ସଭା କରିଥିଲେ ଏବଂ ତା'ର ଶେଷକୣତି ପାଇଁ ବି ପ୍ରସ୍ତୁତି ପ୍ରାୟ ସରିଆସିଥିଲା । 


    ହଠାତ କଣ ହେଲା କେଜାଣି ସମସ୍ତେ ହୋ ହାଲ୍ଳା ହୋଇ ପାଟି କରୁଛନ୍ତି ଭାବି ମିନାକ୍ଷୀ କବାଟ ଖୋଲି ବାହାରକୁ ଆସିଲା ।ଦେଖିଲା ପ୍ରବଳ ଭିଡ ।ସେ ଭିଡରରହସ୍ଯ ଜାଣିବାକୁ ଯାଏ ତ ଲାଲ ଲାଲରକ୍ତ ଚାରିଆଡେ ପଡିଛି ।ସେ ଆଶ୍ଚର୍ଯ୍ୟ ହୋଇଗଲା ଏବଂରହସ୍ୟ କଣ ବୋଲି ପଚାରିବାରୁରୁପମର ଅବସ୍ଥା ଭାରୀ ସାଂଘାତିକ ।କଣ ହେଲା କିଏ ବାଡାଇଛି ନା କଣ ଖାଈଦେଇଛି ?ଏ ପ୍ରକାରର ଆଲୋଚନା କରୁଥିବା ବେଳେ ଆମ୍ବୁଲାନ୍ସ ଆସି ପହଂଚିଗଲା ।ସାଙ୍ଗରେ ତାର ବୁଢା ବାପା ବି ବସିଲେ ।ରୁପମ ଗାଡିରେ ବସିବା ପରେ ଡାକ୍ତରଖାନା ଆଡକୁ ମୁହାଁଇଲା ଗାଡି ।

    ମିନାକ୍ଷୀ ସାଙ୍ଗେ ସାଙ୍ଗେ ଘରକୁ ଗଲା ଆଉ ଭୋ ଭୋ ହୋଈ କାନ୍ଦି ଉଠିଲା ।ବାପା ବୋଉ ଉଠି ପଚାରିଲେ ଆଲୋ କାହିଁକି କାନ୍ଦୁଛୁ ?  ମିନାକ୍ଷୀ କହିଲା ତମ ନିଦ ଭାଙ୍ଗିନଥିଲା ।ମୁଁ କବାଟ ଖୋଲି ଯାଏ ତ ଦେଖିଲି ତାଙ୍କରୁପମ ଏମିତି ଅବସ୍ଥାରେ ପଡିଛି ।ସେରକ୍ତ କେମିତି ପଡିଛି ଯାଉନ ଦେଖିବ ।ବାପା ବୋଉରକ୍ତ ଦେଖି ବିଚଳିତ ହୋଇପଡିଲେ ।କଣ ହୋଇଛି ଜାଣିବାକୁ ଡାକ୍ତରଖାନା ଗଲେ । ସେଠାରେ ଜାଣିବାକୁ ପାଇଲେ କ୍ୟାନ୍ସରର ଶେଷ ଅବସ୍ଥା ।ଡାକ୍ତରରୂପମକୁ ଘରକୁ ଛାଡିଦେଲେ ।


ମିନାକ୍ଷୀକୁ ଦେଖିରୂପମ ବି କାନ୍ଦୁଥିଲା ।ଆଉ ଅଳ୍ପଦିନର କଥା ଏଣୁ ମୁଁ ଭଲ ପାଉଛି ବୋଲି କହିବିନି ଭାବିଲାରୂପମ ।ମିନାକ୍ଷୀ ବି ସେମିତି ଭାବିଲା ଏମିତି ଅବସ୍ଥା ଯେରୂପମର ମୋ ଭଲ ପାଈବା କଥା କହିଲେ ଅପମାନ ଛଡା କିଛି ମିଳିବନି । ଏହା ଭାବି ଭାବିରାତି ହୋଇଆସିଲା ଏବଂ ଶୋଈପଡିଛି ମିନାକ୍ଷୀ ।ଦିନସାରା ଭଲରେ ଦିଗୁଣ୍ତା ଭାତ ବି ଖାଇନି ପିଲାଟା ।ବାପା ଭାବିଲେ ଆହା ଝିଅ ଆମରରକ୍ତ ଦେଖି ଡରିଯାଈଛି ।ହଉ ହଉ ଟିକେ ଶୋଇପଡୁ କହି ବାପା ବୋଉ ବି ଶୋଇପଡିଲେ ।


    ରୂପମର ଅବସ୍ଥା ସୁଧୁରିବା ବଦଳରେ ବିଗିଡିଯାଈଛି ।ପୁଣି ଥରେରକ୍ତବାନ୍ତି କରି ସବୁଦିନ ପାଇଁ ଶୋଇପଡିଲାରୁପମ ।ବାପା ତାର କାନ୍ଦି କାନ୍ଦି ନୟାନ୍ତ ।ଗାଁ ଲୋକରୁଣ୍ତ ହୋଇସାରିଛନ୍ତି ।ପାଟି କରି ଉଠିଲା ନିଦରୁ ମିନାକ୍ଷୀ ଏବଂ କବାଟ ଖୋଲି ଦେଖିଲା ବେଳକୁ ସତକୁ ସତ ଏମିତି ହୋଇଛି ଯେମିତି ସ୍ବପ୍ନଟି ଦେଖିଥିଲା ।ସେଈଠି ହିଁ ଚେତା ବୁଡିଗଲା ମିନାକ୍ଷୀର ।ବାରମ୍ବାର ସେରକ୍ତ କଥା ମନେ ପକାଇ ମିନାକ୍ଷୀ ଆଜିଯାଏଁ ମୂକ ହୋଇପଡିରହିଛି ।

    ପ୍ରାୟ ଦୁଇ ବର୍ଷ ପରେ ଜଣେ ଲାଲ ହୋଲିକୁ ପକାଇ ଥିଲା ମିନାକ୍ଷୀ ଉପରେ ।ଅଜାଣତରେ ଅବଶ୍ୟ ପକାଇଥିଲା ହେଲେ ସେ ହୋଲିରଙ୍ଗ ଆଉରୂପମର ସେଦିନ ଘଟଣାରରକ୍ତ ଭିତରେ ତଫାତ ବାରିପାରିନଥିଲା ମିନାକ୍ଷୀ ଆଉ ବଡ ପାଟି କରିରୁପମ ବୋଲି ଡାକିଥିଲା ।ବାସ ସେଦିନ ହିଁ ଥିଲା ତା ଦେହରେ ଶେଷ ହୋଲିରଙ୍ଗ ବୋଳା ।

  


Rate this content
Log in

Similar oriya story from Tragedy