Pabitra Das

Romance Tragedy

3  

Pabitra Das

Romance Tragedy

#ଚିଠିରେ_ଚିଠିରେ-"ତୁମବିନା"

#ଚିଠିରେ_ଚିଠିରେ-"ତୁମବିନା"

2 mins
11


ହେ ମୋର ଅଦୂରର ଅଦେଖା ଯନ୍ତ୍ରଣା ! ତୁମ ବିନା ଏ ମନ ଏ ଜୀବନ ସତରେ ବଡ଼ ଆନମନା । ତୁମ ବିନା ଏ ପୃଥିବୀ ଯେମିତି ଲାଗେ ମୋତେ ସ୍ୱର ହୀନ, ବେସୁରା । ସବୁ କୋଳାହଳ ବି ଏ ଆଖିକୁ ଅଦୃଶ୍ୟ ମନେହୁଏ । ଆଉ ସବୁ ନୀରବତା ବି ମନକୁ ବାରମ୍ବାର ଆନ୍ଦୋଳିତ କରିପକାଏ । 

 ତୁମେ ଥିଲାବେଳେ, ସବୁ ଯେମିତି ପୃଥିବୀରେ ଜୀବନ୍ତ ଲାଗୁଥିଲା, ଦିନରେ ବି ଆକାଶ ତାରାମୟ ଲାଗୁଥିଲା । ଚନ୍ଦ୍ରର ଆଲୋକ ବି ଦିନରେ ଅନୁଭବ କରିପାରୁଥିଲି । ସେତେବେଳେ ସବୁବେଳ ଲାଗୁଥିଲା ବସନ୍ତ ବସନ୍ତ । 

ଫୁଲମାନେ ଗୀତଗାଉଥିଲେ, ମୋ ଚୈାହଦୀରେ ସବୁ ସମୟରେ। କୋଇଲି ଉଚ୍ଚ ତାନରେ ତୋଳିଦେଉଥିଲା, ପ୍ରେମର ରାଗିଣୀ । ସବୁ ଅସୁନ୍ଦର ଭିତରେ ବି ମୁଁ ସୁନ୍ଦରତାକୁ ଉପଲବ୍ଧି କରିପାରୁନଥିଲି । ସତରେ ପ୍ରେମର ରଙ୍ଗ ବଡ଼ ବେଫଜୁଲ । 

ସେ ଛିଟା ଦେହରେ ଥରେ ବାଜିଲେ ଦେହ ମନ ଶିହରି ଉଠେ, ଆକ୍ତାମାକ୍ତା ହୋଇଯାଏ ସବୁ ଯେମିତି । ଆଜି ତୁମେ ମୋ ଦେହଠୁ ଅନେକ ଦୂରରେ । ଅନ୍ୟ ଉପାନ୍ତରେ । ମୋ ସୀମା ସରହଦରୁ ବହୁତ ଦୂରରେ । କିନ୍ତୁ ତୁମର ମନ ସବୁବେଳେ ମୋ ଛାତିରେ, ମୋ ହୃଦୟରେ ।  

ଯେତେ ଚେଷ୍ଟା କଲେ ମଧ୍ୟ ତୁମକୁ ଦୂରେଇ ପାରୁନି, ଏ ମନରୁ । ଭୁଲି ପାରୁନି ସେ ଆଖିକୁ ସେ ଠାଣିକୁ । କଥା କୁହା ଓଠକୁ । ସତରେ ତୁମେ ବଡ଼ ଜିଦଖୋର ।  

ସେଦିନ କହିଥିଲ ଗୋଟେ କଥା ହୁଏତ ତୁମେ ଭୁଲି ଯାଇଥବ । ଯାହାକୁ ଥରେ ମୁଁ ମନ ଦିଏ ନା, ତାକୁ କେବେ ବି ଭୁଲିବାକୁ ଦିଏନି । ସାରା ଜୀବନ ତା ପାଖେ ପାଖେ ରହେ । ଏବେ ଭାବୁଛି ସବୁ ସତ । ତୁମେ ଆଉ ତୁମ ପ୍ରେମ । ତୁମେ ଦୂରରେ ଥାଇ ବି ଆଜି ମୋ ପାଇଁ ଅଦୂର । ତୁମେ ମୋ ଦେହରେ ମନରେ ଆତଯାତ ହେଉଥାଅ ସବୁବେଳେ । ତୁମକୁ ଭୁଲିବା ସତରେ ମୋ ପାଇଁ ମୁସ୍କିଲ ନୁହେଁ ତ ଅସମ୍ଭବ । ଅସମ୍ଭବ ବି ଲାଗେ, ମୋତେ ତୁମ ବିନା ଏ ଜୀବନ । 



Rate this content
Log in

Similar oriya story from Romance