STORYMIRROR

Pabitra Das

Tragedy Inspirational

2  

Pabitra Das

Tragedy Inspirational

ବୋଝଲାଗେ ଜୀବନ

ବୋଝଲାଗେ ଜୀବନ

2 mins
31


ମେଘୁଆ ଆକାଶରେ ବର୍ଷାର ତାଣ୍ଡବ ।ସାରା ଆକାଶର ଦେହରେ ପଇଁତରା ମାରେ ଚକମକ ବିଜୁଳି ।ଘଡଘଡି ଶବ୍ଦରେ ପ୍ରକମ୍ପିତ ହୁଏ ଦେହ ମନ ସବୁ । ତଥାପି ବିନି ଏ ସବୁକୁ ଖାତିର ନ କରି ବିଲକୁ ଦୈାଡୁଥାଏ ଏକା ନିଃଶ୍ବାସରେ । ଭାତହାଣ୍ଡି ଫୁଟୁଥିଲା ବାଡିପଟ ଚୁଲିରେ ।ଦୀନା ମା' ଘରେ ଆସି ଡାକ ପକେଇ କହିଲା ବଳିଆ ବିଲରେ ପଡ଼ିଛି ।ଉଠିପାରୁନି ।ତଳା ରୋଇବାକୁ ଯାଇଥିଲା, ଘଡଘଡି ମାରି ଦେଲା ପାଖ,ତାରଖୁଣ୍ଟି ଉପରେ ।ସେ ବିଲରେ କାମ କରୁଥିଲା ପଡିଗଲା ଯେ ନାକପାଟି ଵନ୍ଦ ।କଥା କହୁନି କିଛି ,ବିଲରେ ଲୋକ ରୁଣ୍ଡ ହୋଇଛନ୍ତି ତା ପାଖରେ ସମସ୍ତେ।


ଏତିକି ଶୁଣିଲା ପରେ ଭୁଆସୁଣୀଟା ଦି'ମାସର କୋରକାଖ ଛୁଆଟାକୁ ଛାଡି ଦେଇ,ଏକ ମୁହାଁ ହୋଇ ଧାଇଁଛି ।

ପୋଖତି ମାଇପିଟା ।ବରଷେ ହେବ ନୂଆ ହେଇ ଆସିଛି ।ଘର ଦ୍ବାର ଜମି ଜମା କିଛି ଜାଣିନି ।ବଳିଆ ତା'ର ଏକ ମାତ୍ର ସାହାରା ।


ତା' ହାତ ଧରିବା ଦିନରୁ ସୁଖ କ'ଣ ଜାଣିଛି ।ବାପ ଘରେ କେହି ନାହାନ୍ତି,ମା'ଝିଅ ଦି'ଜଣ ।ଝିଅ ବାହା ଦେବାର ଛଅଟା ମାସ ହେଇନି ବୁଢୀ ସାପ କାମୁଡ଼ାରେ ମରିଗଲା ।

ସେଇଦିନରୁ ବଳିଆ ତା'ର ହତା କର୍ତ୍ତା ଦଇବ ବିଧାତା ।ବିନି ବିଲରେ ଯାଇ ଦେଖେ ତ ବଳିଆ ଚେତା ହରେଇ ପଡିଛି ।ଲୋକେ ଚାରିପାଖରେ ଛିଡା ହେଇ ଦେଖୁଛନ୍ତି ।ବିନି ବଳିଆ ମୁହଁ ଉପରେ ହାତ ବୁଲେଇ ଆଣିଲା ।ଲୋଟି ପଡିଲା । କ'ଣ ହେଲା ତୁମର,ମୋ ସଂସାର ଭାସିଗଲା ।ଝରଝର ହୋଇ ଲୁହର ବନ୍ୟା ବହି ଯାଉଥାଏ,ତା'କଅଁଳ ମୁହଁ ଉପରେ ।


ବିଚରା ବିନି କେଇଟା ଦିନର ଘର ସଂସାର କରିଥିଲା ଯେ, ଭଗବାନ ତା ସୁଖ ଛଡେଇ ନେଲେ । କଥାରେ ଅଛି "ସୁଖ ବୋଲି ଯାହା ଜନ ନେତ୍ରେ ଦିଶେ/ହାତୁ ଆସେ ହାତେ ପଡିବା ପାଇଁ ସେ ।"ଉଜାଡ଼ି ଦେବା ସମୟ ।ଭାଙ୍ଗିଗଲା ସ୍ବପ୍ନ ।ଛୁଆଟା ତା'ର ଦୁନିଆ ନ ଦେଖୁଣୁ ବାପ ଛେଉଣ୍ଡ ହେଇଗଲା ।ବାଇ ଚଢେଇ ନିଡଟିଏ ଗଢିବା ଆଗରୁ, ପବନ ଦାଉସାଧିଲା ପରି,ବିଧିର ଭାଗ୍ୟରେ ଦୁଃଖର କଳାବାଦଲ ବର୍ଷା ହୋଇ ଓଜାଡି ହୋଇ ପଡିଲା ତା'ରି ଦୁଆରେ ।


ଭାଗ୍ଯ ଆଉ ଭଗବାନ ଜୀବନ ଆରମ୍ଭ ପୂର୍ବରୁ ବାଟ ଘେରି ଦେଲେ ବିନିର ।ଏବେ ଛୁଆଟାକୁ ନେଇ କେମିତି ବଞ୍ଚିବ,ଭାବି ଭାବି ଲୁହ ତା'ର ଅନଵରତ ଝରୁଛି ମନ୍ଦାକିନୀ ପରି ।ଛୁଆଟିର ଭବିଷ୍ୟତ କଥା ଭାବିଲେ,ଜୀବନଟା ତା'ପାଇ ବୋଝ ପରି ଲାଗେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy