STORYMIRROR

Sasmita Mohanty

Inspirational Others

3  

Sasmita Mohanty

Inspirational Others

ଚିଠି

ଚିଠି

2 mins
52


ଏଇ ଅଳ୍ପ ଦିନ ତଳେ ମୁଁ ମୋ ଦିଅରଙ୍କ ବାହାଘରକୁ ଗାଁକୁ ଯାଇଥାଏ। ବାହାଘର ପର୍ବ ସରିବା ପରେ ବାପ ଘରକୁ ଗଲି। ସମୟର ଅଭାବରୁ ମୁଁ କେବେ ବେଶି କାହାସହ ଭେଟ କରିପାରେନି। ସେଦିନ କାହିଁକି ମୋର ଗୋଟିଏ ଭାଉଜ ଜଣଙ୍କୁ ଦେଖା କରିବାକୁ ଭାରି ମନ ହେଲା ଆଉ ତାକୁ ଦେଖା କରିବାକୁ ଗଲି। ସେତେବେଳ ଆଉ ବର୍ତ୍ତମାନର ପରିବେଶରେ ଆକାଶ ପାତାଳ ଫରକ। ଯାହାହଉ ତାକୁ ଦେଖି ମତେ ଭାରି ଖୁସି ଲାଗିଲା।

ଦିନ ଥିଲା ତା ଦୁଃଖ କହିଲେ ସରୁନଥିଲା। ଆଜି ତା ଦୁଃଖ ସବୁ ସେଇ ଅତୀତରେ ହିଁ ଲୀନ ହେଇଯାଇଛି। ମୋର ମନେ ପଡେ ସେତେବେଳେ ମୁଁ ସପ୍ତମ ଶ୍ରେଣୀରେ ପଢୁଥାଏ। ମୁଁ ଯେତେବେଳେ ବିଦ୍ୟାଳୟରୁ ଫେରେ ସେ ମୋ ବାଟ ଯଗିକି ବସିଥାଏ। ମତେ ଡାକିକି ନିଏ ଗୋଟିଏ ଧଳା କାଗଜ ଆଉ କଲମ ଦେଇ ମତେ କୁହେ ଚିଠି ଟିଏ ଲେଖି ଦେଲୁ ତୋ ଭାଇ ପାଖକୁ ଦେବି। ମୁଁ ବି ଲେଖିବାକୁ ପ୍ରସ୍ତୁତ ହୋଇ ଯାଏ। ସେତେବେଳେ ସେ ଭାରି ଦୁଃଖି ଥାଏ ଚାରି ଚାରିଟା ଛୁଆ ସାଙ୍ଗକୁ ରୋଗୀଣା ଶାଶୁ ଶଶୁର। ଭାରି ଅଭାବୀ ସଂସାର ତାର। ସେ ଭାଇ ବି ବହୁତ କମ ପଇସା ରୋଜଗାର କରୁଥିଲେ ଯାହା ତାଙ୍କ ନିଜର ଗୁଜରାଣକୁ ନିଅଣ୍ଟ। ଭାଉଜଟି ଦୁଃଖ କରି ଯେନ ତେନ ଉପାୟରେ ସଂସାର ଟିକୁ ଚଳେଇ ଥାଏ। ଯେତେବେଳେ ଚିଠିଟିଏ ସେ ଲେଖିବାକୁ କୁହେ। ମୁଁ ତାକୁ ପଚାରେ ପ୍ରଥମେ କଣ ଲେଖିବି? ସେ କୁହେ ଲେଖେ ମାନନୀୟ ସ୍ୱାମୀ ତାର ଏଇ କଥାରେ ମୁଁ ଖୁବ ହସେ। ସେ କୁହେ ଇଲୋ ଭୁଲ ହେଲା କି ହଉ ଦେ ଛାଡ଼ ଲେଖେ 


ପୂଜନୀୟ ପ୍ରାଣ ପ୍ରିୟ,

 ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ। ଠାକୁର ଙ୍କ କୃପାରୁ ଭଲରେ ଥିବ। ଏଠାରେ ତମ ବାପା" ବୋଉ"ପିଲା ଛୁଆ ଭଲ ଅଛନ୍ତି। ଆଜିକୁ ଦୁଇ ଦିନ ହେଲା ଘରେ ଚୁଲି ଜଳିନି। କିଛି ବି ନାହିଁ ବାସି ପେଜ ତୋରାଣିରେ ବାପା ବୋଉ ପିଲାମାନେ ପେଟ ପୁରଉଛନ୍ତି। ଦୁଇ ଦିନ ଯେମିତି ସେମିତି ଚଳି ଗଲୁ। ରାତି ପାହିଲେ ସେମାନେ ଖାଇବାକୁ ମାଗିଲେ ମୁଁ କଣ ଦେବି? ତମେ ତ ଦୂରରେ ରହିଲ କେତେ ଆଉ ଦୁଃଖ ଜଣେଇବି ତମକୁ। ଯଦି କିଛି ଟଙ୍କା ପଇସା ପଠାନ୍ତ ତାହେଲେ ଭଲ ହୁଅନ୍ତା। ମୁଁ ଏହିସବୁ ଲେଖୁଚି ବୋଲି ରାଗିବନି କି ମନ ଉଣା କରିବନି। ତମର ଯଦି ରୋଜଗାର ହେଉନି ତେବେ ଚିନ୍ତା ବି କରିବନି ଧନ।।ଦେଖିବି ନହେଲେ କାହାର ଧାନ ଉଁସେଇ ବାକୁ ଯିବି ସେଥିରୁ କିଛି ଯଦି ମିଳିଯାଏ ଚଳେଇ ନେବି ରହିଲି। ଶନିବାରକୁ ଆସିବ ତମ ପାଖରେ ପଇସା ଥାଉ କି ନ ଥାଉ ଶେଷରେ ତମର ଶୁଭ ମନାସି ରହୁଛି ।

।ଇତି।

ଚଗଲାବୋଉ। 


ଧାର ଧାର ଆଖିରୁ ଲୁହ ନିଗିଡି ପଡୁଥାଏ ତାର ମୁଁ ବି ତା ଦୁଃଖ ସହି ପାରେନି କାନ୍ଦି ପକାଏ ଘରକୁ ଆସି ମୋ ଜେଜେ ମା କୁ କୁହେ ତାଙ୍କର ରୋଷେଇ ହେଇନି ତୁ ଚାଉଳ ଦେ ଆଳୁ ଦେ ଜେଜେ ମା ତାକୁ ଡାକି ପଠାଏ ଆଉ ଗାଳି ଦିଏ। ଯଦି କିଛି ନାହିଁ ଆସି କହିଲୁନି ପିଲାଙ୍କୁ ଉପାସ ରଖିଛୁ। ସେ ବି ଭାରି ସଚୋଟ ମାଗଣାରେ କାହାର କୂଟାଟିଏ ବି ଧାରେନି ତାଦଦଳରେ ସେ ବହୁତ କିଛି କରିଦିଏ କାମରେ। କିନ୍ତୁ ଆଜି ସେଇ ଭାଉଜ ଉଡ଼ାଜାହାଜରେ ବସି ଦେଶ ବିଦେଶ ବୁଲିଲାଣି। ତା ପୁଅ ଦୁଇଜଣଙ୍କୁ ଦୁଃଖ କରି ମଣିଷ କରିଥିବା କଥା ତା ପୁଅ ଦୁଇଟି ବୁଝିଲେ ଆଉ ଆଜି ତାପାଖରେ ଅଭାବ ବୋଲି କିଛି ନାହିଁ। ଅତୀତରେ ସେ କାହା ହାତକୁ ଅନେଇ ଥିଲା ହେଲେ ଆଜି ତା ହାତକୁ କେତେ ଲୋକ ଅନେଇଚନ୍ତି। ବହୁତ ଖୁସି ହେଲି ତା ଓଠରେ ଆନନ୍ଦର ହସ ଦେଖି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational