Sasmita Mohanty

Others

3  

Sasmita Mohanty

Others

ମିଳନ ଏକ ପ୍ରେମ ପ୍ରଭାବର।

ମିଳନ ଏକ ପ୍ରେମ ପ୍ରଭାବର।

4 mins
205


ଅନେକ ଦିନ ପରେ ମୋ ଅଫିସ୍ କାମରେ କାର୍ ଯୋଗେ ମୁଁ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ଯାଉଥାଏ, କୌଣସି କାରଣ ବଶତ ସାଲେପୁର ରେ କିଛି ସମୟ ଅଟକି ଗଲି ଆଉ କାର ରୁ ଓହ୍ଲେଇ ଲା ସମୟରେ କାର ମିରର ରେ କାହାର ଚିହ୍ନା ଚିହ୍ନା ମୁହଁ ଟିଏ ଦେଖିଲି। ହଠାତ୍ ମନେପଡୁନଥାଏ କିଏ ସିଏ ଆଉ କୋଉଠି ତାକୁ ଦେଖିଚି ବୋଲି, ବୁଲିକି ଭଲଭାବରେ ଦେଖିବାକୁ ଚାହିଁଲି। ଚିହ୍ନା ଚିହ୍ନା ଲାଗୁଥିଲେ ବି ଚିଂହିପାରୁନଥାଏ। ମୁଁ କିଛି କହିବା ପୂର୍ବରୁ। ସେ ମତେ ଚାହିଁ କହିଲା ବଡ ସହର ରେ ରହୁଛୁ।ବଡ ଚାକିରି କରିଛୁ ସେଥିପାଇଁ ମଣିଷ ଚିହ୍ନି ପାରୁନୁ। ତା କଣ୍ଠ ବି ଭାରି ନିଜର ନିଜର ଲାଗିଲା। ନୂଆ କରି ମୁଁ ତା କଣ୍ଠ ସୁଣୁନି ବହୁତ୍ ଶୁଣିଛି ଏ କଣ୍ଠ,ଆଉ ଚିହ୍ନିବାକୁ ବାକି ରହିଲାନି ସେ ପରା ସୁନନ୍ଦା,ମୋ କ୍ଲାସ୍ ମେଟ୍, ସେ ଯୋଉ ଅବସ୍ଥାରେ ଅଛି ତାକୁ ମୁଁ ଚିହ୍ନିବି କେମିତି, ଯୋଉ ଝିଅ ଚିକି ଚିକୀ ଗୋରା ସେ ଏତେ କଳା କେମିତି ହେଲା। ଆମ କ୍ଲାସ୍ ରେ ଯେତେ ଝିଅ ସେମାନଙ୍କ ଭିତରେ ସେ ଥିଲା ସବୁଠାରୁ ସୁନ୍ଦର୍ ଆଉ ସ୍ମାର୍ଟ୍। କ୍ଲାସରେ ସେ ସବୁ ସବ୍ଜେକ୍ଟରେ ଫାଷ୍ଟ୍।

ସେଇଥି ପାଇଁ ତାକୁ ସବୁ ଟିଚର୍ସ ଭଲ ପାଉଥିଲେ,

ମେଟ୍ରିକ୍ ପରେ, କଲେଜ ରେ ସାଙ୍ଗ ହେଇ ପଢ଼ିଲୁ , କଲେଜ ପରେ ମୁଁ ଇଞ୍ଜିନିୟରିଂ କଟକରେ କଲି। ତାପରେ ଖୁବ୍ କମ୍ ଦେଖା ସାକ୍ଷାତ୍ ହୁଏ। ମୁଁ ଇଞ୍ଜିନିୟରିଂ ପଢ଼ିବା ସମୟରେ ମୋର ଜଣେ ବନ୍ଧୁଙ୍କ ଠାରୁ ଖବର ପାଇଲି ସୁନନ୍ଦା ର ବିଭାଘର ଠିକ୍ ହେଇଯାଇଛି। ସେଇ ଖବରଟି ସେତେବେଳେ ମତେ କାହିଁକି ଭାରି କଷ୍ଟ ଦେଇଥିଲା, , ମୁଁ ଅନୁଭବ କରିଥିଲି ସୁନନ୍ଦା ମୋ ହୃଦୟରେ ତାନିଜ ପାଇ ଜାଗାଟିଏ ତିଆରି କରିସାରିଥିଲା, ମନଟା ବିଚଳିତ ହେଉଥିଲା ମନେ ହେଉଥିଲା ସୁନନ୍ଦା ପାଖକୁ ଯାଇ ନିଜ ମନ କଥାଟିକୁ କହିଦେବାକୁ। କିନ୍ତୁ ସାହସ ହେଲାନି, ଏଇ ଦୁଃଖରେ ଆଜି ପର୍ଯ୍ୟନ୍ତ ଅଛି ଯେ ମୁଁ ସୁନନ୍ଦା କୁ ପାଇ ପାରିଲିନି ଜୀବନ ସାଥି ରୂପେ। ସେବେଠାରୁ କେବେ ବି ତା ଖବର ନେଇନି। ଆଉ ଆଜି ହଠାତ୍??????

ସୁନନ୍ଦା ସହ ସାକ୍ଷାତ। ଏହି କଥା ଭାବି ଭାବି ମୁଁ ନିରବ।

ସେ କହିଲା ଚିହ୍ନି ପାରୁନୁ?

ଅତିକି କଥାରେ ତାର ମୋ ଆଖିରୁ ଲୁହ ଝରିଗଲା ସତେତ ମୁଁ ଚିହ୍ନି ପାରିଲିନି ସୁନନ୍ଦାକୁ ଯିଏ ଆଜିବି ମୋ ହୃଦୟରେ ମୋ ଜୀଵନ ସଙ୍ଗିନି ହୋଇ ବସିଛି, ତାକୁ ମୁଁ ଚିହ୍ନି ପାରିଲିନି,, ମୁଁ ପଚାରିଲି ସୁନନ୍ଦା ତୁ?

ସେ କହିଲା, କାଇଁ ତୋର ବିଶ୍ଵାସ ହେଉନି କି ମୁଁ ସୁନନ୍ଦା ବୋଲି,

ନା ସେମିତି କିଛି ନୁହେଁ, ତୋର ଅମିତି ଅବସ୍ଥା?

ସେ ଟିକେ ହସିଦେଇ କହିଲା ଦୁଃଖ ଦେଲା ଦରଦି ବନ୍ଧୁ, ତାର ଏ କଥା ମୁଁ ବୁଝିପାରିଲିନି ବୋଲି କହିଲି,

ସେ ପୁଣି କହିଲା ବୁଝିଲା ବେଳେ ଯିଏ ବୁଝିପାରିଲାନି ସେ ଏବେ ଆଉ କଣ ବୁଝିବ।

ତାର ଏମିତି ଗୁଡ଼ା ତୁଡ଼ା କଥା ମୁଁ ବୁଝିପାରିଲିନି, ସେ କହିଲା ଛାଡ ବୁଝିପାରିବୁନି ତୁ।ତୋ କଥା କହ ତୁ ଏବେ କୋଉଠି କେମିତି ଅଛୁ? ମୁଁ କହିଲି ମୁଁ ଭୁବନେଶ୍ୱର ରେ, ଭଲ ଅଛି। ମୋ ପାଟିରୁ କଥା ଛଡେଇ ସେ କହିଲା ତମରି ମାନଙ୍କ ଭଳି ମଣିଷ ଭଲରେ ରହିବେନି କେମିତି ଯେ ଅନ୍ୟର ସବୁ ସୁଖ କୁ ବା ତମରୀ ପରି ମଣିଶ ସାଉଁଟି ନେଇଥାଅ।

ସୁନନ୍ଦାର ଅଭଳି କଥା ସବୁ ଶୁଣି ମୁଁ କିଛିବି ବୁଝିପାରୁ ନଥାଏ।

ସେ ପୁଣି ଆରମ୍ଭ କଲା, ସୁନ୍ଦରିଆ ଉଚ୍ଚଶିକ୍ଷିତା ସ୍ତ୍ରୀ ପାଇଥିବୁ ନିଶ୍ଚିନ୍ତ,

ମୁଁ ତା ମନଭିତର କଥା କୁ ବୁଝିବା ପାଇଁ ହଁ ଟିଏ ମାରିଦେଲି

ମୋ କଥା ଶୁଣି ସେ ମତେ ଚାହିଁଲା ଛଳ ଛଳ ଆଖିରେ ପଚାରିଲା ମୋଠାରୁ ସୁନ୍ଦର ?

ମାନେ?

ମାନେ ଆଉ କଣ ମୋଠାରୁ ସୁନ୍ଦର ଆଉ ଉଚ୍ଚଶିକ୍ଷିତ ଝିଅ ତତେ ମିଳି ଯାଇଥିବ। ସେଥିପାଇଁ ଏତିକି କହି ସେ କଇଁ କଇଁ କାନ୍ଦିବାକୁ ଲାଗିଲା। ତା କାନ୍ଦ ଦେଖି ମୁଁ ନିଜକୁ ସମ୍ଭାଳି ପାରିଲେନି। ମୁଁ କହିବାକୁ ଲାଗିଲି, ତୁ ତ ବାହା ହେଇ ଗଲୁ ମତେ ଜଣେଇଲୁନି।

ସେ ମତେ ଚାହିଁ କହିଲା ମୋ ବାହାଘର ହେଲା ତୁ ଜାଣିଲୁନି?

ମାନେ?

ମାନେ ଆଉ କଣ। ତତେ ସିନା ମୋ ଠାରୁ ସୁନ୍ଦର୍ ଝିଅ ମିଳିଗଲା ଯେ ତୁ ବହାହେଇ ଗଲୁ, ହେଲେ ଆଜି ପର୍ଯ୍ୟନ୍ତ ମତେ ତୋପରି ପୁଅ ଟିଏ ମିଲିପାରିଲାନି ମୁଁ ବା ବାହା ହେଇ ଥାନ୍ତି କିପରି।

ତା ମାନେ ମୁଁ ଶୁଣି ଥିବା ଖବର ଟି ମିଛ।

ନା ମିଛ ନୁହେଁ ମୋ ବାପା ମୋର ଗୋଟେ ପ୍ରସ୍ତାବ ସ୍ଥିରୀକୃତ କରିଦେଇଥିଲେ।କିନ୍ତୁ ମୁଁ ସେ ଥିରେ ଏକ ମତ ନଥିଲି। କାରଣ ମୁଁ ଗୋଟେ ପୁଅକୁ ବହୁତ ଆଗରୁ ମନେ ମନେ ନିଜର ମାନିନେଇ ଅପେକ୍ଷା କରିଥିଲି ଶେ ଆସିବ ହେଲେ ତାହା ମୋ ମନର ଭ୍ରାନ୍ତି ଥିଲା। ସେ ଆସିଲାନି କାରଣ ସେ କେବେ ମୋ ମନକଥା ବୁଝି ପାରିନଥିଲେ,ଆଉ ମୋ ପାଇଁ ହୁଏତ ସେଭଳି କଛି ଅନୁଭଵ ତା ହୃଦୟ ରେ ନଥିଲା। ଏକତରଫିଆ ହେଇ ରହିଗଲି ମୁଁ।

ତୋ ମନକଥା ତୁ କଣ କେବେ ତାକୁ କହିଥିଲୁ?

ନା।

ଆଉ ତୁ କେମିତି ଜାଣିଲୁ ତୋପାଇଁ ତା ହୃଦୟରେ ସେମିତି ଅନୁଭୂତି ନଥିଲା,

ଯଦି ସେମିତିଥାଆନ୍ତା ତେବେ ସେ ମୋ ପାଖକୁ ଆସି ଥାନ୍ତା

ଏମିତି ବାହାହେଇ ସଂସାର କରିନଥାନ୍ତା,

ତୁ ଜାଣିଚୁ ସେ ବହହେଇ ସଂସାର କରିଛି।

ତୁ ହଁ କହିଲୁ ଯେ,

ସୁନନ୍ଦା,

ହଁ ମଳୟ ମୁଁ ତତେ ଭଲ ପାଉଥିଲି ବହୁତ ଭଲ ପାଉଥିଲି କିନ୍ତୁ ଏଇଥି ପାଇଁ କହିପରିନଥିଲି ଯେ ତୋ ପାଠ ପଢାରେ ବାଧା ସୃଷ୍ଟି ହେବ , ଭାବିଥିଲି ତୋ ପାଠପଢ଼ା ସରିବା ପରେ ତତେ ମୋ ମନ କଥା କହିବି ହେଲେ,,,,

ହେଲେ କଣ? ତୁ ଥରୁଟିଏ ମତେ କହିପାରିଥାନ୍ତୁ,

କେମିତି କହିଥାନ୍ତି, ତତେ ମୁଁ ବହୁତ ଖୋଜିଛି ପାଇନି,ତୁ ତ ଯୋଗାଯୋଗ ବନ୍ଦ କରିଦେଇଥିଲୁ, ସମସ୍ତଙ୍କୁ ପଚାରିଚି ତୋ ଠିକଣା, କିନ୍ତୁ କାହାରି ପାଖରେ ତୋ ଠିକଣା ମିଳିନି ମତେ।

ସମୟ ସହିତ ନିଜକୁ ସଜାଡ଼ି ନେଇଛି। ନିଜକୁ ବୁଝେଇ ଦେଲି, ତା ପରେ ଭାବିନେଲି ତୋ ଭିତରେ ମୋ ପାଇଁ ଏଭଳୀ ଜାଗାଟିଏ ନଥିଲା ବୋଧେ,

ସୁନନ୍ଦା ର ମନକଥା ଶୁଣିବା ପରେ ମୁଁ କହିବାକୁ ଲାଗିଲି ମୋ ମନକଥା, ତା ପ୍ରତି ଥିବା ଭାବ।ପ୍ରେମ ଆପଣାରପଣ

ଆଜି ପର୍ଯ୍ୟନ୍ତ ମୁଁ ତାକୁ ହିଁ ଅପେକ୍ଷା କରିଛି,ମୋ କଥା ଶୁଣି ମତେ କୁଣ୍ଢେଇ ଧରି ସେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା, ଆଉ କହିଲା କାହା କଥା ଶୁଣି ନିରବରେ ଦୂରେଇ ଯିବା ପରିବର୍ତ୍ତେ ଥରୁଟିଏ ମୋଠାରୁ ବୁଝିବାକୁ ମୋ ପାଖକୁ ଆସି ପାରିଲୁନି, ହୁଏତ ଆଜି ମୋର ଏ ଅବସ୍ଥା ହେଇନଥାନ୍ତା।

ଏବେ ତ କିଛି ବିଗିଡି ଯାଇନି ସୁନନ୍ଦା ଚାଲେ ବାକି ବୟସ କୁ ସାଙ୍ଗ ହେଇ ବିତେଇ ଦବା,

ସୁନନ୍ଦା ଆଖିରୁ ଲୁହ ପୋଛି କହିଲା। ଆଉ କଣ ବୟସ ଅଛି ସାଥି ହୋଇ ସମୟ ବିତେଇବାକୁ,, ସେ ସମୟ ବହୁତ ଆଗରୁ ବିତି ଯାଇଛି। ସେ ରୂପ ରଙ୍ଗ ମଳିନ ପଡିଗଲାଣି ସମ୍ଭବ ନୁହେଁ।


ସୁନନ୍ଦା ଏଥିରେ ସମୟ, ଆଉ ଅସମ୍ଭବ ର ସ୍ଥାନ ନାହିଁ ତୁ ଆଜିପର୍ଯ୍ୟନ୍ତ୍ ମତେ ଏକା ଅପେକ୍ଷା କରିବୁ। ମୁଁ ବି ତ୍ ଅପେକ୍ଷା କରିଛି। ମୁଁ ଚାହୁଁନି ତମକୁ ପାଇ ଆଉ ଥରେ ଜୀବନ ଖେଳରେ ହାରିବାକୁ, ତମକୁ ହରେଇ,

ସୁନନ୍ଦା ନୀରବ।



Rate this content
Log in