STORYMIRROR

jyotsna mayee panda

Tragedy

4  

jyotsna mayee panda

Tragedy

ଛୋଟ ମଣିଷ ର ବଡ଼ ଭାବନା

ଛୋଟ ମଣିଷ ର ବଡ଼ ଭାବନା

2 mins
165

କରୋନା ଯେମିତି ମଣିଷ ର ମେରୁଦଣ୍ଡ ଭାଙ୍ଗି ଦେଇଛି l ଆଜି କିଏ ଦାଣ୍ଡର ଭିକାରୀ ହୋଇ ଯାଇଛି ତ କିଏ ନିଜ ସର୍ବସ୍ବ ହରେଇ ପଶ୍ଚାତାପ ର ଅଗ୍ନି ରେ ଅହରହ ଜଳୁଛି l ଜୀବନ ପାଖରେ ଯେମିତି ସବୁ ତୁଚ୍ଛ ହୋଇ ଯାଉଛି l କାରଣ ମଣିଷ ନିଜ ଐଶ୍ଵର୍ଯ୍ୟ ରେ ଦିନେ ଅନ୍ଧ ହୋଇ ନିଜ କୁ ସବୁବେଳେ ଅନ୍ୟ ମାନଙ୍କ ଠୁ ଶ୍ରେଷ୍ଠ ମଣୁଥିଲା ହେଲେ ଆଜି ଯେତେ ଧନ ସମ୍ପଦ ଥିଲେ ବି ସାଧାରଣ ଗୋଟେ ଭୁତାଣୁ ପାଖରେ ସବୁ ତୁଚ୍ଛ ହୋଇ ଯାଇଛି l ସେଦିନ ଛୁଆ ଟା କିଛି ମାସ୍କ ନେଇ ରାସ୍ତା କଡ଼ ରେ ବିକୁ ଥିଲା l ଅନେକ ଲୋକ ସେ ରାସ୍ତା ରେ ଯା ଆସ କରୁଥିଲେ l କିଏ କେମିତି ଗୋଟେ କିଣି ନେଇ ଯାଉଥିଲେ l ଜଣେ ବ୍ୟକ୍ତି କାର ରେ ଆସି କହିଲେ କେତେ ଟଙ୍କା ଏ ମାସ୍କ l ପିଲା ଟି କହିଲା କୋଡିଏ ଆଜ୍ଞା l ପୁଣି ସେ କହିଲେ ଦଶ ଟଙ୍କା ହେବ ନି l ସେ କହିଲା ଦୁଇ ଦିନ ହେବ ଚୁଲି ଜଳିନୀ ଆଜ୍ଞା l ବିକ୍ରି କରି ପଇସା ନେଲେ ଯାଇ କିଛି ଖାଇବାକୁ ମିଳିବ l

ଧନୀ ବ୍ୟକ୍ତି ଟି ଜୋର କରି ତିନି ଟା ମାସ୍କ କୁ ତିରିଶ ଧରେଇ ଦେଲା l ପର୍ସ ରୁ ପଇସା କାଢ଼ିବା ସମୟ ରେ ଦୁଇଟି ଦୁଇ ହାଜର ଟଙ୍କିଆ ନୋଟ ପଡିଗଲା l ସେ ଜାଣି ପାରିଲେ ନି l ପିଲା ଟି ତାକୁ ଦେଖି ପଛ ରୁ ତାଙ୍କୁ ଡାକିଲା ହେଲେ ଶୁଣିଲେ ନି l ପୁଣି ପର ଦିନ ସେଇ ରାସ୍ତା କଡ଼ ରେ ମାସ୍କ ତକ ଧରି ବିକୁଥିଲା l ଏମିତି ଦୁଇ ଦିନ ପରେ ଦିନେ ସେଇ ରାସ୍ତା ରେ ସେ ଭଦ୍ର ବ୍ୟକ୍ତି କାର ରେ ଗଲେ l ପିଲା ଟା ହାତ ଠାରି ଡାକିଲା ହେଲେ ଶୁଣିଲେ ନି l ଭାବିଲେ ପୁଣି ମାସ୍କ କିଣିବାକୁ ଡାକୁଛି l ସେଦିନ ସ୍ତ୍ରୀ ସାଙ୍ଗରେ ଥିଲେ ସେଥିପାଇଁ ସେ କାହିଁକି ଅଟକାଉଛି କାହି ଗାଡି ରଖିଦେଲେ l ପିଲା ଟି ଗାଡି ପାଖକୁ ଆସି ସେ ଚାରିହଜାର ଟଙ୍କା ଦେଇଦେଲା l ଏହା ଦେଖି ତାଙ୍କ ସ୍ତ୍ରୀ ଖୁସି ରେ ପାଞ୍ଚ ଶହ ଟଙ୍କା ଦେଲେ ହେଲେ ପିଲାଟି ନେବାକୁ ମନା କଲା l ସେ ଖୁସି ହୋଇ ତାଠୁ ଦଶ ଟା ମାସ୍କ ନେଇ ତିନିଶହ ଟଙ୍କା ଦେଇଗଲେ l ପିଲା ଟି ଖୁସି ହୋଇ ଘର କୁ ଗଲା l



Rate this content
Log in

Similar oriya story from Tragedy