Rasmi Rekha Tripathy

Thriller

2  

Rasmi Rekha Tripathy

Thriller

ଚାନ୍ଦୁଆ

ଚାନ୍ଦୁଆ

1 min
330


ଯେତେବେଳେ ବି ପୁରୀ ଯାଉ ବାଟରେ ପିପିଲି ବଜାରରେ ଭଳି କି ଭଳି ଚାନ୍ଦୁଆ ଦେଖି ଇଚ୍ଛା ହୁଏ କିଣନ୍ତି କି ଏମିତି ଗୋଟିଏ ଚାନ୍ଦୁଆ । କେବେ ସ୍ୱପ୍ନରେ ବି ଭାବି ନ ଥିଲି ପିପିଲିରେ ମୁଁ ଚାକିରି କରିବି । ଚାକିରି କରିବା ପରେ ମୋର କାମ ଥିଲା ଗୋଟିଏ ଚାନ୍ଦୁଆ କିଣି ବୋଉକୁ ଦେବି । ଚାନ୍ଦୁଆ ଦେଖି ବୋଉର ଆଖି ଛଳ ଛଳ ହୋଇଗଲା । କହିଲା, ‘ଅନେକ ଦିନ ତଳେ ତୋ’ ଆଇ ମୋତେ କହିଥିଲା, ଚାନ୍ଦୁଆଟିଏ ଆଣିଦେଲେ ଦ୍ୱିତୀକେଶ୍ୱରଙ୍କଠି ଦେବ । କେବେ ସୁବିଧା ହୋଇ ପାରିଲାନି । କେବେଠୁ ମରି ସ୍ୱର୍ଗକୁ ଗଲାଣି ସେ । ହେଲେ ସେହି ନ ପାରିବାପଣିଆଟା ଏବେ ବି ବ୍ୟତିବ୍ୟସ୍ତ କରେ ମୋତେ । ଯା’ ହେଉ ଭଗବାନ୍ ମୋ ମନ କଥା ଶୁଣିଲେ ।’

ସେହି ଦିନ ହିଁ ବୋଉ ଚାନ୍ଦୁଆଟିକୁ ବସରେ ନୟାଗଡ ପଠେଇଦେବା ପାଇଁ ନନାଙ୍କୁ ଅନୁରୋଧ କଲା । ପିପିଲି ବଦଳି ହୋଇଛି ବୋଲି ମୋ ମନରେ ଯେଉଁ ବ୍ୟସ୍ତତା ଥିଲା, ତାହା ଆଜି କିଛି ମାତ୍ରାରେ ଦୂରେଇଗଲା । ମୁଁ ଭାବିଲି ଭଗବାନ୍ ବୋଧେ ଏଇଥି ପାଇଁ ମୋତେ ପିପିଲି ପଠେଇଛନ୍ତି ।


Rate this content
Log in

Similar oriya story from Thriller