STORYMIRROR

kamal kumar dash

Action Thriller

4  

kamal kumar dash

Action Thriller

ବରୁଣେଇ

ବରୁଣେଇ

2 mins
336


    ମୁଁ ଅନେକ ଦିନ ପରେ ବରୁଣେଇ ଆସିଥିଲି ପ୍ରାୟ ୧୦ ବର୍ଷ ପରେ ,ମୋ ଅଫିସ ପିକନିକ ରେ ଭୁବନେଶ୍ୱର ରୁ | ସାଙ୍ଗ ମାନଂକୁ ମନ୍ଦିର ବୁଲାଇ ଦେଖାଇବା ପରେ ଭୋଗ ପିଠା ଓ ଖିରି କିଣି ଖlଇଲୁ | ତାପରେ ପାହାଡ଼ ଉପରକୁ ଉଠିଲୁ ରାସ୍ତା ରେ କିଛି ଗଛ ଭାଙ୍ଗି ପଡିଥିଲା | ହାଲିଆ ଲାଗିବାରୁ ସେ ଗଛ ଉପରେ କିଛି ସମୟ ବସିଗଲୁ | ପୁରୁଣା କଥା ସବୁ ମନେ ପଡିଲା ,ପିଲା ବେଳେ କେତେଥର ଆମେ ପାହାଡ଼ ଉପରକୁ ଉଠି ପାଣ୍ଡଵହରl ରେ ବସି ଆସିଛୁ | ତାଙ୍କ ଭିତରୁ କିଛି ଅଛନ୍ତି ଆଉ କିଛି ଆମକୁ ଛାଡ଼ି ଚାଲି ଗଲେଣି |ଆମେରିକା ରେ ରହୁ ଥିବା ଶିଶିର କୁ କଲ କଲି ,ତାର ରାତି ଅନେକ ହେଉଥିଲା ,ସେ ଫୋନ ଉଠାଇଲା ଓ ବରୁଣେଇ ଦେଖି ଖୁସି ହେଲା ଅନେକ ଦିନ ପରେ | ସେ କହିଲା ଆମ କଲେଜ ପିକନିକ କଥା ମାନେ ଅଛି ନା , ମୁଁ ହସିଦେଲି | କହିଲି ହଁ ସେ ଦିନ କେତେ ଜଣ ଝିଅ ଶାଢ଼ୀ ପିନ୍ଧି ଆସିଥିଲେ ନୂଆ କରି | ମନ୍ଦିର ର ପlହlଞ୍ଚ  ଉଠୁଉଠୁ ଶାଢ଼ୀ ଛନ୍ଦି ହୋଇ ପଡିଗଲା ମିତା ଓ ସେନ୍ସଲେସ ହୋଇଗଲା | ମୁଁହରେ ପାଣି ଛlଟିଲା ରୁ ଚେତା ଫେରିଲା ତାର | ଚେତା ଆସିଲାରୁ ସେ ଦେଖିଲା ସମସ୍ତେ ତାକୁ ଘେରି ବସିଛନ୍ତି | ସେ କହିଲା ମତେ ପକାଇ ଦେଇ ସମସ୍ତେ ମଜା କରୁଚ ? ତା ସାଙ୍ଗ ରିମା କହିଲା ତତେ କେହି ପକାଇ ନାହାନ୍ତି ,ତୁ ଶାଢ଼ୀ ଛନ୍ଦିହୋଇ ପଡ଼ିଗଲୁ | ତାର ଜମା ବିଶ୍ୱାସ ହେଲାନି ,ସମସ୍ତ ଜୋରରେ ହସି ଉଠିଲେ ସେ ଲାଜେଇଗଲା | ଶିଶିର ପଚାରିଲା ଆରେ ମିତା ଏବେ କେଉଁଠି ଅଛି ଜାଣିଚ ? ମୁଁ ମନl କଲି | ସେ କହିଲା ଆର ବର୍ଷ ସେ ଇଣ୍ଡିଆ ଆସିଲେ ବରୁଣେଇ ରେ ପିକନିକ କରିବା | ଆମେ ପାହାଡ଼ ଉପରୁ ତଳକୁ ଓହ୍ଲାଇଲୁ ମନ୍ଦିରେ ରେ ଦୀପ ଜାଳିବା ବେଳେ ଶିଶିର ଆଖିରେ ଲୁହ ଆସିଗଲା | ମୁଁ ଅନୁଭବ କଲି ସେ ଦୂରରେ ଥିଲେ ବି ତାର ମନ ତା ଏଇଠି ରହି ଯାଇଛି ଖୋର୍ଦ୍ଧାରେ |

    ମୁଁ ଓ ସାଙ୍ଗ ମାନେ ଆମ ରୋଷେଇ ହେଉଥିବା ସ୍ଥାନ କୁ ଆସିଲୁ , ଆମ ରୋଷେଇ ହେଉଥିବା ସ୍ଥାନ ପାଖରେ ଆଉ ଗୋଟେ ପାର୍ଟି ଚାଲିଥିଲା | ସେଠି ଜଣେ ସ୍ତ୍ରୀ ଲୋକ ମାଇକ ରେ ଗୀତ ଗାଉଥିଲେ | ମତେ ତା ସ୍ୱର ମିତା ଭଳି ଲାଗିଲା | ପାଖକୁ ଯାଇ ଦେଖିଲି ସେ ମିତା ଭଳି ଲାଗୁଚି , ହେଲେ ଟିକେ ମୋଟା ଦେଖା ଯାଉଛି | ତାଙ୍କ ଗୀତ ସରିଲା ପରେ ପଚାରିଲି ମାଡାମ ଆପଣ ନ୍କ ନାଁ ମିତା କି ? ସେ ହସି କି କହିଲେ ହଁ ହେଲେ ଆପଣ କିଏ ? ମୁଁ ମାସ୍କ ପିନ୍ଧି ଥିବାରୁ ଚିହ୍ନି ପାରୁନଥିଲେ ସିଏ | ମାସ୍କ ଖୋଲିବାରୁ ଚିହ୍ନି ପାରିଲା ସେ ଓ ନିଜ ମିସ୍ଟର ନ୍କ ସହ ପରିଚୟ କାରl ଇଦେଲା | ତା ପରେ ପଚାରିଲା କହିଲୁ ସେଦିନ ମୁଁ ପଡିଯାଇଥିଲି ନା ମତେ କିଏ ପକାଇ ଦେଇଥିଲା ? ମୁଁ ହସିକି କହିଲି ତୁ ସତରେ ପଡି ଯାଇଥିଲୁ | ଶିଶିର କୁ ରିଂ କଲି ଓ କହିଲି ଆରେ ମିତା ମିଳି ଗଲା ,ଏଇଠି ପିକନିକ କରୁଛି | ସେ ଚମକି ପଡିଲା ଓ କହିଲା ଦେଖାଇଲ ତାକୁ ଟିକେ | ମିତା କୁ ଦେଖି ଶିଶିର ଖୁସି ହୋଇଗଲା | ମିତା କହିଲା କଣ ଚିହ୍ନି ପାରୁଚୁ ? ଶିଶିର ହସିଦେଲା କହିଲା ହଁ ମାଡାମ | କିଛି ସମୟ କଥା ହୋଇ ତାର ଫୋନ ନମ୍ବର ନେଇ ଆଗକୁ ବଢ଼ିଲି ମୁଁ | ଭୋଜି ଖାଇ ମୋର ପ୍ରିୟ ସହର ଓ ବରୁଣେଇ ଙ୍କୁ ଛlଡି ଆମେ ଭୁବନେଶ୍ୱର ଫେରିଲା ବେଳେ ମନ ଟିକେ ହାଲ୍କା ହୋଇଗଲା | 


Rate this content
Log in

Similar oriya story from Action