STORYMIRROR

ରାକେଶ ମହାପାତ୍ର

Romance

3  

ରାକେଶ ମହାପାତ୍ର

Romance

ବର୍ଷା ଓ ତୁମେ

ବର୍ଷା ଓ ତୁମେ

1 min
120

ମୌସୁମୀର

ସେହି ପ୍ରଥମ ବର୍ଷା


ଦୌଡି ଦୌଡ଼ି

ମୋ ଆଡ଼କୁ ଆସିଥିଲ ତୁମେ

ମୁଣ୍ଡରୁ ପାଦ ଯାଏଁ 

ଓଦା 

ସରସର 

ବହିକୁ ଜାବୁଡି ଧରିଥିଲ 

ଛାତିରେ ତୁମେ!

ଯେପର୍ଯ୍ୟନ୍ତ ତୁମେ ଥିଲ ପାଖେ

ନଜର ଉଠାଇ ଦେଖୁନଥିଲ କେଉଁଆଡ଼େ

ମୁଁ ଚେଷ୍ଟା କରୁଥିଲି

ଯାହା ବି ହେଉ 

ଦେଖିବାକୁ ତୁମ ଝଲକ,

ଭିଜା ଭିଜା ଆଖିର

ସୁନ୍ଦରତା..

ବାସ!!


ଏଇ ଭିତରେ

ବସ୍ ଆସିଗଲା

ତୁମେ ଚାଲିଗଲ..

ମୋ ଆଖିରେ 

ପ୍ରଥମ ସାକ୍ଷାତର 

ସ୍ମୃତି ଭରିଦେଇ•••



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ରାକେଶ ମହାପାତ୍ର

Similar oriya story from Romance