ଅନୁଭୂତି
ଅନୁଭୂତି
ଏକ ଅସାଧାରଣ ଅନୁଭୂତି ପୁଲକିତ କରେ ରୋମାଞ୍ଚିତ କରେ । କେତେବେଳେ ହର୍ଷ, ଉଲ୍ଲାସ ଓ ସାହସ ବଢ଼ିଯାଏ ତ କେତେବେଳେ ଅବିଶ୍ୱସନୀୟ ଖୁସି ଓ ଆନନ୍ଦ ଅନୁଭବ ହୁଏ । ଛାତି ଧଡ୍ ଧଡ଼ ହୋଇଯାଏ, ମନ ଭିତରେ ସତର୍କ ଘଣ୍ଟିର ବିକଟାଳ ରଡ଼ିଘାତ ଧ୍ୱିନିତ ହୁଏ ଅବା କୌତୁହଳରେ ଉତ୍ସାହ ଦ୍ୱିଗୁଣିତ ହୋଇଯାଏ । ସେ ଅନୁଭବକୁ ଅନୁମାନ କରିହୁଏ ଆଖି ଆଗରେ ନାଚିଯାଏ, ଦେଖିଲା ପରି ଅନୁଭୂତି ହୁଏ । ଆମେ ସମସ୍ତ ଏଭଳି ରୋମାଞ୍ଚିତ ଶିହରିତ କରିବା ଭଳି କାହାଣୀ ଶୁଣିଛେ ଅଙ୍ଗେନିଭାଇଛେ। ଯାହା ଆମକୁ ନିର୍ଭୀକତା ପ୍ରଦାନ କରିଥାଏ, ସାବଧାନ, ହୁସିଆର କରିଦେଇଥାଏ । ଭୟବିହ୍ୱଳ, ହୃତ୍ସ୍ପନ୍ଦନକୁ ତ୍ୱିରିତ କରୁଥିବା ଆପଣଙ୍କ ଜୀବନରେ, ମନରେ ଗଭୀର ରେଖାପାତ କରିଥିବା ଘଟଣାମାନକୁ ଗଳ୍ପ ଓ କବିତାରେ ବର୍ଣ୍ଣନା କରିବା ପାଇଁ ଏଥର ଆମେ ନେଇ ଆସିଛୁ ଏକ ନୂଆ ଧରଣର ଲିଖନ ପ୍ରତିଯୋଗିତା ।

