ବୃକ୍ଷ ମାହାତ୍ମ୍ୟ
ବୃକ୍ଷ ମାହାତ୍ମ୍ୟ
ଗଛ ହେଉଛି ବନ୍ଧୁ ସ୍ୱରୂପ | ଗଛ ଯୋଗୁଁ ମଣିଷ ବଞ୍ଚିବା ସମ୍ଭବ |ବୈଜ୍ଞାନିକମାନେ କହିଛନ୍ତି ଗୋଟିଏ ବୃକ୍ଷ ତା 'ର ଜୀବନ କାଳ ମଧ୍ୟରେ ମଣିଷ ସମାଜକୁ ସତର ଲକ୍ଷ ଟଙ୍କାର ସାହାଯ୍ୟ କରୁଅଛି | ବୃକ୍ଷର ପ୍ରତ୍ୟେକ ଜିନିଷ ମୂଲ୍ୟବାନ ଅଟେ | ଯେକୌଣସି ଜୀବ ନିଜ ଖାଦ୍ୟ ପାଇଁ ପର ଉପରେ ନିର୍ଭର କରୁଥିବା ବେଳେ ଗଛ ନିଜେ ତାର ଖାଦ୍ୟ ପ୍ରସ୍ତୁତ କରିଥାଏ | ଗଛ ଯୋଗୁଁ ପରିବେଶର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋହର ହେଉଥାଏ | ପୂର୍ବ କାଳରେ ମୁନି ଋଷିମାନେ ଗଛ ତଳେ ଆଶ୍ରୟ ନେଉଥିଲେ | ଗଛ ଆମକୁ ଖାଦ୍ୟ ଯୋଗାଇଥାଏ | ଗଛ ଆମକୁ ଫୁଲ, ଫଳ, ଡାଳ, କାଠ ଓ ଛାଇ ଦେଉଥାଏ | ସେହି କାଠରେ ଘର ଉପକରଣୀୟ ଜିନିଷ ତିଆରି ହୁଏ | ଏହାର ମଧ୍ୟରେ ଔଷଧୀୟ ଗୁଣ ଥାଏ | ଗଛ ଓ ମଣିଷ ପରସ୍ପର ନିର୍ଭରଶୀଳ | କେହି କାହାରିକୁ ଛାଡ଼ିବା ଅସମ୍ଭବ ଅଟେ | କାରଣ ହେଉଛି ଗଛ ଯେଉଁ ଗ୍ୟାସ ନିର୍ଗତ କରୁଥାଏ ମଣିଷ ସେହି ଅମ୍ଳଜାନକୁ ଅତି ଆଦର ସହକାରେ ଗ୍ରହଣ କରୁଥାଏ | ମଣିଷ ଯେଉଁ ଗ୍ୟାସ ତ୍ୟାଗ କରୁଥାଏ ଗଛ ଅତି ଆଦରର ସହକାରେ ଅଙ୍ଗାରକାମ୍ଳ ଗ୍ୟାସକୁ ଗ୍ରହଣ କରୁଥାଏ | ସେହି ଗ୍ୟାସ ସୂର୍ଯ୍ୟାଲୋକ, ଜଳ, ପତ୍ର, ସାହାଯ୍ୟରେ ଗଛ ନିଜର ଖାଦ୍ୟ ପ୍ରସ୍ତୁତ କରୁଥାଏ | ଗଛ ଯୋଗୁଁ ବର୍ଷା ମଧ୍ୟ ହୋଇଥାଏ ତେଣୁ କଥାରେ ପରା ଅଛି |
"ବୃକ୍ଷ ଯୋଗୁଁ ସିନା ହୁଏ ବରଷା "
''ବୃକ୍ଷ ହିଁ ସବୁରି ଆଶା ଭରଷା "
କିନ୍ତୁ ଆଜିର ଏ ମଣିଷ ସମାଜ ଗଛର ମୂଲ୍ୟ କ'ଣ ବୁଝୁ ନାହାନ୍ତି | ପାଗଳଙ୍କ ଭଳି ଗଛ କାଟିବାରେ ବ୍ୟସ୍ତ ଥାନ୍ତି | ଗଛ କାଟିବା ଦ୍ଵାରା ମଣିଷ ନିଜେ ନିଜକୁ କାଟୁଛି | ଗଛକୁ କାଟିବା ଦ୍ଵାରା ପରିବେଶର ସୌନ୍ଦର୍ଯ୍ୟ ଲୋପ ପାଇଥାଏ | ଜଙ୍ଗଲ ସମ୍ପଦ ନଷ୍ଟ ହୋଇଥାଏ | ଏହା ଫଳରେ ଜୀବଜନ୍ତୁ ମାନେ ବିରଳ ହୋଇ ଯାଆନ୍ତି |
