ସ୍ବପ୍ନ ର ବାସ୍ତବତା
ସ୍ବପ୍ନ ର ବାସ୍ତବତା
ସ୍ବପ୍ନ ଏମିତି ଏକ ଶବ୍ଦ ଯାହା ଅବାସ୍ତବ କୁ ବାସ୍ତବ ର ରୂପ ଦିଏ l କେବେକେବେ ରାଜା ହୁଅନ୍ତି ଭିକାରି ତ ଆଉ କେତେବେଳେ ଭିକାରି ହୋଇଥାଏ ରାଜା l ରାଜା ରୁ ଭିକାରି ହେଉ ବା ଭିକାରୀ ରୁ ରାଜା ଏହା ମଧ୍ୟରେ କେବଳ ଗୋଟିଏ ମାଧ୍ୟମ ତାହା ହେଉଛି ସ୍ବପ୍ନ l ସ୍ବପ୍ନ ଅନେକ ପ୍ରକାର ହୋଇଥାଏ l ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ଜୀବନ ରେ ଗୋଟିଏ ଭଲ ଚାକିରୀ କରିବାର ସ୍ବପ୍ନ ଦେଖିଥାନ୍ତି l କେହି DOCTOR ତ ଆଉକେହି IAS OFFICER... ଏହି ସ୍ବପ୍ନ ହିଁ ଗୋଟିଏ ଛାତ୍ରକୁ ସଫଳ କରିବାରେ ସାହାଯ୍ୟ କରେ l ସ୍ବପ୍ନକୁ ପୂରଣ କରିବାକୁ ଛାତ୍ର ଟିଏ ଆରମ୍ଭ କରେ ତା ଜୀବନର ସଂଘର୍ଷ l ଡେଣା ନଥିବା ସମୟରେ ପକ୍ଷୀ ଯେଭଳି କୁଆଡେ ଉଡ଼ିପାରେ ନାହିଁ ଠିକ ସେହିଭଳି ଛାତ୍ର ଟିଏ ତାର ବାଲ୍ୟବସ୍ଥା ସମୟରେ ବାପା ମାଆ ଙ୍କ ସାହାରା ରେ ରହି କୁଆଡେ ଯିବା ପାଇଁ ଇଚ୍ଛା କରେନାହିଁ l ସ୍ବପ୍ନ କୁ ପୂରଣ କରିବା ପାଇଁ ବାପା ମାଆ ସର୍ବଦା ଚେଷ୍ଟା କରିଥାନ୍ତି l ଲକ୍ଷ୍ୟ ଥାଏ କେବଳ ଗୋଟିଏ ପୁଅ ଯେଭଳି ଜଣେ ଉତ୍ତମ ମଣିଷ ରୂପେ ସମାଜରେ ପରିଚିତ ହେବ l ଯେତେବେଳେ ପୁଅର ବାହାରେ ରହି ଉଚ୍ଚ ଶିକ୍ଷା କରିବାର ବୟସ ହୁଏ ସେତେବେଳେ ବାପା ମାଆ ତାକୁ ସମାଜରେ କିଭଳି ଚଳିବାକୁ ହେବ ତାହା ଶିକ୍ଷା ଦେଇଥାନ୍ତି l ପକ୍ଷୀର ଡେଣା ଲାଗିବା ପରେ ସେ ଯେପରି ଖୁସିରେ ଆକାଶରେ ଉଡିବା ଆରମ୍ଭ କରେ ଠିକ ସେହିଭଳି ପୁଅଟିଏ ତାର ବାହାରେ ରହିବାର ସାମର୍ଥ୍ୟ ହେବାପରେ ବାପା ମାଆ ଙ୍କ ବସା କୁ ଛାଡି ଅନ୍ୟତ୍ର ରହି ଶିକ୍ଷା ଲାଭ କରିଥାଏ l ବାପା ମାଆ ଙ୍କ ଖୁସି କହିଲେ ନ ସରେ l ଯଦି ପିଲାଟିର ସ୍ବପ୍ନ ବାସ୍ତବ ରେ ପରିଣତ ହୁଏ ତେବେ ବାପା ମାଆ ଗାଁରେ ଗର୍ବ କରି କହନ୍ତି ମୋ ପୁଅ IAS OFFICER ହୋଇଛି l ଯେତେବେଳେ ଗାଁ ଲୋକ ଜାଣନ୍ତି ଯେ ଆମ ଗାଁ ର ପିଲାଟିଏ IAS ହୋଇଛି ସେତେବେଳେ ଚା' ଖଟିରେ ତା ବିଷୟରେ ଅନେକ ଗୁଡିଏ ଚର୍ଚ୍ଚା ହୋଇଥାଏ l ଗାଁ ଲୋକ ମଧ୍ୟ ଗର୍ବ କରି ନିଜ ପୁଅ ପାଇଁ ପ୍ରେରଣା ଯୋଗାଇ କହନ୍ତି ପୁଅ ତୁ ବି ଜୀବନ ରେ ଏମିତି କିଛି କାମ କରେ ଯେମିତି ଦିନେ ତୋ ପାଇଁ ଆମ ସମାଜ ଗର୍ବ କରିବ l
କାହାଣୀ ଟି ବାସ୍ତବ ଅଟେ l
