PRABINA KU, KHADANGA

Inspirational Children

4.6  

PRABINA KU, KHADANGA

Inspirational Children

ବୃଦ୍ଧାଶ୍ରମରେ ମା

ବୃଦ୍ଧାଶ୍ରମରେ ମା

3 mins
400


ବୃଦ୍ଧାଶ୍ରମ ନିକଟରେ ଆସି ଲାଗିଲା ଗୋଟେ ଚିକିମିକିଆ ଗାଡ଼ି । ବାବୁ ରମେଶ ସେଇ ଗାଡିରୁ ଓହ୍ଲେଇ ଆସିଲେ । ରୂପ ଆଉ ରଙ୍ଗରେ ବେଶ୍ ବାରି ହେଉଥିଲା ଜଣେ ଆଭିଜାତ୍ୟ ସମ୍ପନ୍ନ ବ୍ୟକ୍ତିତ୍ଵ । ହାତରେ ଥିଲା ଗୋଟେ ମିଠା ପକେଟ୍ । କେହି ଜଣେ ଆରପଟୁ ଆସି ଦଣ୍ଡବତ ଟିଏ ହେଲା । ରମେଶ ବାବୁ ଖୁସିରେ ପ୍ରତିନମସ୍କାର ଜଣେଇ ଦିଫାଳିଆ ହସଟେ ଦେଇ କାନ୍ଧରେ ହାତ ପକାଇ ପଚାରିଲେ - କିରେ ଆଶ୍ରମ କେମିତି ସବୁ ଚାଲିଛି । ଆଉ ରାତିରେ ଫୋନ୍ରେ କହିଥିବା କଥା କେତେ ଦୂରଗଲା । ହଁ ବାବୁ ଆପଣଙ୍କ ଆଶୀର୍ବାଦରୁ ସବୁ ଠିକ୍ ଠାକ୍ ଚାଲିଛି । ହଁ ହଁ ଆସନ୍ତୁ ଆସନ୍ତୁ ବାବୁ ଭିତରକୁ । ଆପଣଙ୍କ କାମ କେତେବେଳରୁ ସରିଛି । ରମେଶ ପଛେ ପଛେ ଚାଲିଲା । ଘର ଭିତରକୁ ପଶୁ ପଶୁ ରୁମାଲ୍ ବାହାର କରି ପାଟିରେ ରଖି ଧୀରେ ଧୀରେ କହିଲେ ,, କି ଦୁର୍ଗନ୍ଧ । ଯାଅ ଯାଇକି ବୋଉକୁ କୁହ ଆଉ ଏ ମିଠା ପକେଟ୍ ନେଇ ସମସ୍ତଙ୍କୁ ବାଣ୍ଟି ଦିଅ । ମୁଁ ଆସିଛି ତାକୁ ନେଇଯିବାକୁ । ଆଉ ହଁ ମୁଁ ବାହାରେ ଅପେକ୍ଷା କରିଛି । 

ମାଆ ମନ କୁଣ୍ଢେମୋଟ ହେଉଥାଏ , ଏତେ ଦିନପରେ ଠାକୁର ତାହା କଷ୍ଟ ଦେଖିଛନ୍ତି । ନିଜ ପୁଅ ପାଖକୁ ଫେରେଇ ଦେଇଛନ୍ତି । ବାସ୍ ଏଥର ଆଉ ଶେଷ ସମୟ ପର୍ଯ୍ୟନ୍ତ ସେ ପୁଅ ସହ କଟାଇବେ । ବେଶ୍ ଖୁସି ମନରେ ନିଜର ଲୁଗା ଖଣ୍ଡକ ସାଇତି ବାହାରି ପଡିଲେ। ବାହାରେ ଶୁଭିଲା ମା ଆପଣ ରେଡ୍ଡୀ ହେଲେଣି ତ!! ବାବୁ ଆସି ଅପେକ୍ଷା କରିଛନ୍ତି ବାହାରେ । ମାଆ ବାହାରକୁ ଆସିଲେ । ଦେଖିଲେ ରମେଶ ଆଉ ବୋହୂ ସହ ନାତୁଣୀ ଆସିଛନ୍ତି ଦେଖା କରିବାକୁ ଆଉ ଫେରେଇ ନେବାକୁ । ଆଖିରେ ଖୁସିର ଲୁହ ବୋହିଯାଉଥାଏ । ପଣତ କାନିରେ ଲୁହକୁ ପୋଛି ପକାଉଥାନ୍ତି ମା । ବାହାରୁ ବାହାରୁ ରମେଶ କହିଲା ମା କେତେ ଲେଟ୍ କରୁଛୁ। କେତେବେଳୁ ଆମେ ଆସି ଅପେକ୍ଷା କରିଛୁ । ହଉ ଆ ଆ  ଜଲ୍ଦୀ ଜଲ୍ଦୀ ଗାଡ଼ିରେ ବସିପଡେ । ମାଆ ବସିବାକୁ ଗଲେ ଗାଡ଼ି ଭିତରେ । ବୋହୂ ଦେଖିଲା ପରେ ସତେ ଯେମିତି ନାକ ଟେକୁଥାଏ । କିନ୍ତୁ ଛୋଟ ନାତୁଣୀ ସଙ୍ଗେ ସଙ୍ଗେ ବାହାରି ପାଦ ଛୁଇଁ ପ୍ରଣାମ କରିଲା । ମାଆ ଆଉ କିଛି ଭାବିବା ଆଗରୁ ତା ରୁମାଲରେ କୁନି କୁନି ହାତରେ ଲୁହ ପୋଛି ଦେଉଥାଏ । ଏହା ଦେଖି ଖୁସିର  ମୁହୂର୍ତ୍ତ ଭିତରେ କୋଳେଇ ନିଏ ନାତୁଣୀକୁ ତାହାର ବୁଢ଼ୀ ମା । କିନ୍ତୁ ଗାଡ଼ି ଭିତରୁ କିଛି ଶବ୍ଦ ଆସି କାନରେ ବାଜୁଥାଏ , ଏ ଝିଅ ତାଙ୍କୁ ଛୁନା ।ଏପଟକୁ ଆସେ । ଏପରି ଅନେକ କିଛି କଟୁ କଥାର ଆଭାସ । କିଛି ସମୟ ନିରବତା ପରେ ଗାଡ଼ି ଚାଲିଲା କେଉଁ ଅଜଣା ପଥରେ ।

ଘଣ୍ଟାଏ ପରେ ଗାଡ଼ି ଆସି ଲାଗିଲା ଗୋଟେ ବଡ଼ ହୋଟେଲ୍ ନିକଟରେ । ମାଆ ସ୍ତ୍ରୀ ଆଉ ଝିଅକୁ ନେଇ ରମେଶ ପ୍ରବେଶ କଲେ । ସ୍ତ୍ରୀ ଙ୍କୁ କହିଲେ ମାଙ୍କୁ ନେଇ ଭଲ ଲୁଗା ଖଣ୍ଡେ ପିନ୍ଧିବାକୁ ଦିଅ । ତାପରେ ଖାଇବା । ମୁଁ ଏପଟେ ଅର୍ଡର କରୁଛି । ସ୍ତ୍ରୀ ରମେଶଙ୍କ କଥା ମାନି ମୁଁହରେ ରୁମାଲ୍ ଦେଇ ମାଙ୍କୁ ନେଇଚାଲିଗଲେ । କିଛି ସମୟ ପରେ ମାଆ ଆଉ ସ୍ତ୍ରୀ ଆସି ପହଞ୍ଚିଗଲେ । ରମେଶ ବାବୁ ନିଜର ମୋବାଇଲ ଫୋନ୍ ବାହାର କରି ମାଆଙ୍କ ଏକ ସୁନ୍ଦର ଚିତ୍ର ଉତ୍ତୋଳନ କଲେ । ଆଉ ଖାଇବା କେତେ କଣ ଅର୍ଡର ହୋଇଛି । ସମସ୍ତେ ମାଆଙ୍କ ପାଖକୁ ଆସି କେତେଗୁଡ଼ିଏ ଫୋଟ ଉଠେଇଲେ । ଆଉ ସୋସିଆଲ ମିଡ଼ିଆରେ ସଙ୍ଗେ ସଙ୍ଗେ ପୋଷ୍ଟ କଲେ । ମୋ ମାଆ ପାଇଁ ଗୋଟେ ଦିନ। ଆଉ ମୋ ମାଆ ଦୁନିଆରେ ସବୁଠୁ ଭଲ ମା ।ଏପରି ଅନେକ କିଛି । ମାଆ ପଚାରିଲେ ବାପା ଆଜି କଣ କିଛି ଭଲ ଦିନ କି ?? ନାତୁଣୀ କହିଲା ଜେଜେମା ଆଜି ପରା ମଦରସ ଡେ । ପୁଣି ଜେଜେମା ପଚାରିଲା ଆଲୋ ମା ସେଇଟା ପୁଣି କଣ । ସେଇଟା ହେଉଛି ମାତୃ ଦିବସ । ଉତ୍ତର ଆସିଲା ବୋହୂ ଠାରୁ ।

ଖାଇବା ପିଇବା ସବୁ ସରିଲା । ମାଆ ମନ ଭାରି ଖୁସି ଥାଏ । ଘରକୁ ଫେରିବାକୁ । ତେଣୁ ପୁଅକୁ ପଚାରିଲା ଵାପାରେ ଆମେଘରକୁ କେତେବେଳେ ଯିବା । ହଁ ହଁ ଯିବା ବୋଲି ରମେଶ ପ୍ରତିଉତ୍ତର ଦେଉଥାଏ । ନାତୁଣୀ ଆସି ହାତରେ ଦୁଇଟା ଖାଇବା ମାଙ୍କୁ ଖୁଆଇଲା । ଆଉ କଣ ବା ଦରକାର ମା ସତେ ସ୍ୱର୍ଗପୁର ପହଁଚିଗଲେ । କେତେ ଓଷା ବ୍ରତ କରି ପୁଅକୁ ପାଇଥିଲେ । କିଛି ଦିନ ଭୁଲ୍ ରାସ୍ତାରେ ଯାଇଥିଲା କିନ୍ତୁ ବର୍ତ୍ତମାନ ପରିବର୍ତ୍ତନ ହୋଇଛି ଭାବି ଭାବି ଖୁସି ହେଉଥାନ୍ତି । 

    ସବୁ ଗାଡ଼ିରେ ବସିଲେ । ପୁଣି ଗାଡ଼ି ଯାଇ ଲାଗିଲା ସେଇ ବୃଦ୍ଧା ଆଶ୍ରମ ନିକଟରେ । ସେପଟୁ କର୍ମଚାରୀ ଜଣେ ଆସି ଗାଡ଼ି କବାଟ ଖୋଲି ଖୋଲି କହୁଥାଏ ଆସନ୍ତୁ ମା ଆସନ୍ତୁ । ମାଆ କିଛି ବୁଝିପାରୁ ନଥାନ୍ତି । ପୁଅ ରମେଶକୁ କୁହେ ବାପା ଆମେ ଘରକୁ ଯିବାପରା । ପୁଅ ନିରୁତ୍ତର । ମାଙ୍କୁ ନେଇ କର୍ମଚାରୀ ଜଣଙ୍କ ଚାଲିଲେ ଆଶ୍ରମ ଭିତରକୁ । ମାର ସ୍ବପ୍ନ ସତେ କିଛି ମୁହୂର୍ତ୍ତ ଭିତରେ କେଉଁଠି ମିଳେଇ ଯାଇଥିଲା । ଭାବୁଥିଲା ଯଦି ପ୍ରତ୍ୟେକ ଦିନ ମାତୃ ଦିବସ ହୁଅନ୍ତା । ଆଉ ସବୁଦିନ ନିଜ ସନ୍ତାନ ପାଖେ ସ୍ନେହ ମମତା ଭଲପାଇବା ଅଜାଡି ପାରନ୍ତା । ସେହି ଭାବନା ଭିତରେ ଆଖିରୁ କେଇ ବୁନ୍ଦା ଗରମ ଲୁହ ଖସି ଆସୁଥିଲା । ତଥାପି ପୁଅର ମଙ୍ଗଳ ମନାସି ବାସ୍ ଚାହିଁ ରହିଥିଲା ଯେଉଁ ଯାଏ ଗାଡ଼ି ଦୃଶ୍ୟମାନ ହେଉଥିଲା ।


Rate this content
Log in

Similar oriya story from Inspirational