PRABINA KU, KHADANGA

Horror

2  

PRABINA KU, KHADANGA

Horror

ଅତୃପ୍ତ ଅଶରିରୀ

ଅତୃପ୍ତ ଅଶରିରୀ

2 mins
635



କିଛି ଦିନ ତଳେ ଏକ ଶୀତୁଆ ଅମାବାସ୍ୟା ରାତିର ଅନ୍ଧକାର ତିଥିରେ , ତାରା ମାନଙ୍କ ଅନୁପସ୍ଥିତି ଆକାଶକୁ ଅନାଇବା ପାଇଁ ଭୟଭୀତ କରୁଥିଲା ।ହଠାତ୍ କାହାର ଉପସ୍ଥିତି ଅନୁଭବ ହୁଏ । ରାତିର କାନ୍ଥରେ ଝୁଲୁଥିବା ସେଇ ସମୟ ଘଡିରେ ଘଣ୍ଟା କଣ୍ଟାର ଶବ୍ଦ ସହିତ ପେଚାର ବିକଟାଳ ଧ୍ଵନି ପ୍ରତିଧ୍ଵନିତ ହୁଏ ମନ ପାହାଡ଼ରେ । ଝିଙ୍କାରିର ଶବ୍ଦ ସବୁ ନିଜର ଭୟକୁ ସୂଚନା ଦିଏ । ମନତଳେ ଏକ ଅବାସ୍ତବ ଭୟ ସଞ୍ଚାରେ । ପବନରେ ଭାସି ଆସୁଥାଏ କିଛି ଦୁର୍ଗନ୍ଧ । ଆଖି ମଳି ମଳି ଚେଷ୍ଟା କରୁଥାଏ ଦେଖିବାକୁ । କିନ୍ତୁ ଏ କଣ ହେଲା !!!


ଲାଇନ୍ ହଠାତ୍ ଧପ୍ ଧପ୍ ହୋଇ ଲିଭିଗଲା । ଚାରିଆଡେ ଖେଳିଗଲା ଅନ୍ଧାର । ପୁଣି କିଛି କ୍ରନ୍ଦନର ରୋଳ ପୁଣି ଉଚ୍ଚ ସ୍ୱରେ । କିଛି ସମୟ ପରେ ରୋମ ସବୁ ଛିଡ଼ା ହୋଇଗଲେ କେଉଁ ଅଜଣା ଚୁମ୍ବକ ପ୍ରଭାବରେ । ଧିରେ ଧିରେ କେହି ଧକ୍କା ମାରିବାକୁ ଲାଗିଲା । କିଛି ବୁଝିପାରିଲି ନାହିଁ । ଭୟ ଭିତରେ ଅଣ୍ଡାଳି ଦେଲି ଅନ୍ଧାରକୁ । କେହି ଜଣେ ପାଖରେ ଛିଡ଼ା ହୋଇଥିଲା ନିଶ୍ଚୟ । ବାରମ୍ବାର ଚିତ୍କାର କରି ପଚାରିଲି କିଏ ବୋଲି । କିନ୍ତୁ ଉତ୍ତର ନଥିଲା । ବୋଧେ ଅତୃପ୍ତ ଅଶରିରୀ ଗୋଟେ ।


କିଛି ସମୟର ବିଶ୍ରାମ ପରେ ପୁଣି ଅସ୍ବାଭାବିକଭାବେ ପୁଣି ସେଇ ବୁକୁଫଟା କାନ୍ଦିବାର ସ୍ୱର । ପୁଣି ପଚାରିଲି କିଏ ତୁମେ ଏମିତି ଲୁଚକାଳି ଖେଳୁଛ ମୋ ସହ । ସାହସ କରି ଅନେକ ଗାଳି ଦେଲି । ନିଜକୁ ବୁଝାଇଲି ଅନେକ କଥା ଭିତରେ । 


କିଛି ସମୟପରେ ପୁଣି ସବୁ କିଛି ନିସ୍ତବ୍ଧ ।ସତେ ଯେପରି କରୁଣ ଯୁଦ୍ଧର ପରିସମାପ୍ତି ଘଟିଛି । ଯୁଦ୍ଧ ବିଭୀଷିକା ଭିତରେ ନିର୍ଜନ ରାତିର ପ୍ରହରୀ ହୋଇ କିଏ ଜଗି ବସିଥିଲା ନିଶ୍ଚୟ । ଟିକିଏ ସମୟ ପରେ ଲାଇନ୍ ଆସିଯାଇଛି । ମୁଁ ଖୋଜିଲି ବହୁତ୍ ସେଠି କାହାର ଉପସ୍ଥିତି ଅନୁଭବ କରୁଥିଲି ଜାଣିବା ପାଇଁ ।କିନ୍ତୁ କିଛି ପାଇଲି ନାହିଁ । କେବଳ ପାଖ ମଶାଣିରେ ଶବଟିଏ ଜଳୁଥିଲା ହୁତୁ ହୁତୁ ହୋଇ । 



Rate this content
Log in

Similar oriya story from Horror