PRABINA KU, KHADANGA

Tragedy

3  

PRABINA KU, KHADANGA

Tragedy

ଛାଡଖାଇ

ଛାଡଖାଇ

3 mins
578


 କୁହାଯାଏ କାର୍ତ୍ତିକ ମାସ ହେଉଛି ପୁଣ୍ୟର ମାସ । ଜୀବନରେ ଥରେ ଅଧେ ସମସ୍ତେ କାର୍ତ୍ତିକ କରିବା ଦରକାର । ଶୀତର ପ୍ରକୋପରେ ସମସ୍ତେ ଅସ୍ତବେସ୍ତ । ସେପଟେ ଧାନ କ୍ଷେତରେ ପାଚିଲା ଧାନର ବାସ୍ନାରେ ଚାରିଆଡେ ଖେଳିଯାଇଛି ପୁଲକ । କାର୍ତ୍ତିକ ମାସ ଶେଷ ହୋଇଛି । କୁହାଯାଏ ଯେ କାର୍ତ୍ତିକ ମାସ ଶେଷରେ ଛାଡଖାଇ ହୋଇଥାଏ । ଯେଉଁମାନେ ସବୁ ଛାଡ଼ି ଥିବେ କାର୍ତ୍ତିକ ମାସ ସାରା ସେଇ ଦିନ କୁଆଡେ ସେ ସବୁ ଖାଇଲେ ପୁଣ୍ୟ ମିଳିଥାଏ ।

   ସମସ୍ତେ କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ଭସାଇବା ପାଇଁ ସକାଳୁ ସକାଳୁ ଗହଳି ଚହଳି ଲାଗିଥାଏ ମନ୍ଦିର ବେଢ଼ାରେ । କେତେ ରକମର ଡଙ୍ଗା ଭସା ଚାଲିଥାଏ । ସବୁଠାରୁ କଦଳୀ ପାଟୁଆ ରେ ହୋଇଥିବା ଡଙ୍ଗା ବେଶ୍ ସୁନ୍ଦର ଦେଖାଯାଉଥାଏ । ସମସ୍ତଙ୍କ ମନରେ ଆନନ୍ଦର ଛାୟା । ମାସକର ଧର୍ମ କରି ନିଜର ପରମ୍ପରା ଆଉ ସଂସ୍କୃତି ବଜାୟ ରଖି ବୋଇତ ଭସେଇ ସେଇ ସାଧବ ପୁଅ ମାନଙ୍କ ବଣିଜ ପାଇଁ ଖୁସି ମନରେ ବିଦାୟ ଦେଇ ଘରକୁ ଫେରିଲେଣି ସଭିଏଁ । ବାଜା ବାଣ ଫୁଟାଇ ଅନେକ ଭଗବାନଙ୍କ ନାମ ସଙ୍କୀର୍ତ୍ତନ କରି ଗାଁ ପରିକ୍ରମା କରୁଥାନ୍ତି । ସେଇ ଦିନ ସଂଜ ଆସିବା ଯାଏଁ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଧାର୍ମିକ ଚେତନାରେ ମସ୍ ଗୁଲ୍ ରହିଥାନ୍ତି । 

    ବାପା ଛାଡଖାଇ ହେବ ବୋଲି ଗୋଟେ ଛେଳି ଟେ ନେଇ ଆସିଥିଲେ ଦୁଇ ମାସ ହବ । ସାଙ୍ଗରେ ତାହାର ଛୋଟିଆ ଛୁଆ ଟିଏ ବି ଥାଏ ।ତା ସହ କଥା ହେଇ ହେଇ ଆଉ ତାକୁ ନଡ଼ା ପତ୍ର ସବୁ ଖାଇବାକୁ ଦେଇ ବହୁତ୍ ଖୁସି ଲାଗୁଥାଏ । ଗୋଟିଏ ସୁନ୍ଦର ସମ୍ପର୍କ ତୋଳିଦେଇ ତାହା ସହ ସମୟ କଟିଯାଏ । କାର୍ତ୍ତିକ ମାସ ସାରା ସେ ମୋ ସହ ହସି ଖେଳି ବୁଲି ବହୁତ୍ ନିଜର ହୋଇଯାଇଥାଏ । ଆମ ସମ୍ପର୍କ କାହାଣୀ ଭିତରେ ବୋଧେ କାହା ନଜର ଲାଗିଗଲା । ସତେ ଯେପରି ମାଡ଼ି ଆସୁଥାଏ ଅମାବାସ୍ୟା ଘନ ଅନ୍ଧକାର । ପୂର୍ଣ୍ଣମୀ ଚନ୍ଦ୍ରର ଆଲୋକ ଶେଷ ହେବାରେ ଲାଗୁଥାଏ । ମନରେ କାହିଁକି କେଜାଣି ଏକ ଅଜଣା ଭୟ ଲାଗୁଥାଏ । ମନ ଆନ୍ଦୋଳିତ ହେଉଥାଏ । ସେମିତି ହିଁ ସେଦିନ ନଖାଇ ନପିଇ ଯାଇ ଶୋଇଗଲି ।

   ସକାଳ ହେବାରୁ କାହାର ହୃଦୟ ବିଦାରକ ମେଁ ମେଁ ରଡି ଶୁଣିବାକୁ ପାଇଲି । ସଙ୍ଗେ ସଙ୍ଗେ ନିଦ ଭାଙ୍ଗିଗଲା । ଉଠି ବସି ଦେଖିଲି ଛୋଟିଆ ଛେଳି ଛୁଆଟା କେମିତି ଏକ ଚାହାଁଣୀରେ ମୋତେ ଚାହିଁ ଠିଆ ହୋଇଛି । ଆଖିରେ ବୋଧେ ଅସୁମାରୀ ଲୁହ ଧାର ବୋହି ଚାଲିଥାଏ । କିଛି ବୁଝିପାରିଲି ନାହିଁ । ବୋଉକୁ ଯାଇ ପଚାରିଲି କଣ ଖାଇବାକୁ ଦିଆ ହୋଇନି କି ଛେଳିକୁ ?? ବୋଉ କହିଲା ଛେଳିକୁ ତ କାଟିବା ପାଇଁ ବାପା ସକାଳୁ ସକାଳୁ ନେଇକି ଚାଲିଗଲେଣି । ପାଦ ତଳେ ମାଟି ଯେମିତି ଖସି ଯିବାକୁ ଲାଗିଲା । ସବୁଆଡେ ଅନ୍ଧାର ଦେଖାଗଲା । କାନ୍ଦି କାନ୍ଦି ବୋଉକୁ ପଚାରିଲି ବାପା କୁଆଡେ ନେଇକି ଯାଇଛନ୍ତି । ବୋଉ କହିଲା ଗାଁ ଶେଷ ବୁଢା ବରଗଛ ପାଖକୁ । ଧାଇଁ ଚାଲିଲି ସେ ଆଡ଼କୁ । ଗଲା ବେଳେ ମୋ ପଛରେ ଛୁଆ ବି ଯିବାକୁ ଲାଗିଲା । ବୋଧେ ହୁଏ ସେ ବି ତା ମାଆ ପାଖକୁ ଯିବାକୁ ଅଳି କରୁଥିଲା ମୋ ପାଖେ । ଦୁହେଁ ଯାଇ ପହଞ୍ଚିଲୁ ସେ ବରଗଛ ମୂଳେ । ଟିକିଏ ଟିକିଏ ଅନ୍ଧାର ଥାଏ । ଛୁଆଟା ଯାଇ ସିଧସଳଖ ତା ମାଆ ପାଖେ ହାଜର । ବୋଧେ ସେ ନିଜ ମାଆକୁ ଅନ୍ଧାରେ ବି ଖୋଜିପାଇଗଲା । ବାପା ମୋତେ ଦେଖି ଗାଳି କଲେ । ଆଉ ସେ ଛେଳି ଛୁଆକୁ ନେଇ ଘରକୁ ଯିବାକୁ କହିଲେ । ମୁଁ ସିଧା ସିଧା ବାପାଙ୍କୁ କହିଲି ଛୁଆ ସହ ତାର ମାଆକୁ ବି ନେଇକି ଯିବି । 


   ସେପଟେ ଛେଳିଟି ମଧ୍ୟ ବୋବାଳି ଛାଡୁଥାଏ । ବୋଧେ ସେ ବି ନିଜ ଛୁଆକୁ ନେଇକି ଯିବାକୁ ମୋତେ ବିନମ୍ର ଅନୁରୋଧ କରୁଥାଏ । କିନ୍ତୁ ଛୁଆ ଯିବାକୁ ନାରାଜ । ଆଖିରେ ଆଉ ଲୁହ ବୋଲ ମାନିଲା ନାଇ ବାପାଙ୍କୁ ବହୁତ୍ ଅନୁରୋଧ କଲି ଛାଡ଼ିଦେବା ପାଇଁ । କିନ୍ତୁ ଶେଷରେ ବାରବାର କହିଲା ପରେ ବି ମୋ ଆଖି ସାମ୍ନାରେ ଆଉ ସେଇ ନିରୀହ ଛୁଆ ସାମ୍ନାରେ ଛେଳିଟିକୁ ନେଇଗଲେ ବରଗଛ ପଛକୁ । ଗଲାବେଳେ ଛେଳିଟିର ନଜର ମୋ ଉପରେ ଥିଲା । ନିଜକୁ ବଞ୍ଚାଇବା ଆଶା ନାଇ ନିଜ ଛୁଆଟିକୁ ବଞ୍ଚାଇ ରଖିବାକୁ ବୋଧେ କହି ଯାଉଥିଲା । ଶେଷ ନିଃଶ୍ୱାସ ଛାଡ଼ିଲା ବେଳକୁ ସବୁ ସରିଗଲା । ଶେଷ ମେଁ ଶବ୍ଦରେ ବୋଧେ ମୋ ପାଟିରୁ ସବୁ ଶବ୍ଦ ଛଡେଇ ନେଇଗଲା । କେତେବେଳେ ମୁଁ ବି ଟଳି ପଡ଼ିଲି ସେଇଠି ମନେ ନାଇ । ଆଖି ଖୋଲିଲା ବେଳକୁ ଦେଖିଲି ଘରେ ମାଆ ବସି ମୋତେ ବିଞ୍ଛି ଦେଉଥାନ୍ତି ଆଉ ପାଖରେ ଆବକ୍ ହୋଇ ସେଇ ଛେଳି ଛୁଆଟା ଠିଆ ହୋଇଥାଏ । ନିଜକୁ ଦୋଷୀ ମନେ କଲି । ମୋ ଆଖି ସାମ୍ନାରେ ତାର ମାଆକୁ ମାରିଦେଲେ ।କିନ୍ତୁ ମୁଁ ଅସହାୟ ହୋଇ ଦର୍ଶକ ସାଜିବା ଛଡ଼ା ଆଉ କିଛି ଉପାୟ ବି ନଥିଲା । କିଛି ଦିନ ପରେ ମୋ ଦେହ ଭଲ ହୋଇଗଲା ସତ କିନ୍ତୁ ମନେ ମନେ ଠାକୁରଙ୍କୁ ବହୁତ୍ ଗାଳି ଦେଲି । କାର୍ତ୍ତିକ ମାସ ସାରା ଧର୍ମ କରିଲା ପରେ ଏଭଳି ଅନେକ ନିରୀହ ଜୀବ ମାନଙ୍କୁ ହତ୍ୟା କରି କେଉଁ ଯଶ ଆଉ ପୂଣ୍ୟ ଅର୍ଜନ କରିବେ । ଏ କିଭଳିଆ ଧର୍ମ ଆଉ ପୂଣ୍ୟ । ଛାଡଖାଇ ନାଁରେ ଅନେକ ଜୀବ ହତ୍ୟା କରି ପୂଣ୍ୟ ଅର୍ଜନ କରିବେ ନା ପାପ । ମୋ ଦେହ ଭଲ ହୋଇଗଲା ସତ କିନ୍ତୁ ସାରା ଜୀବନ ପାଇଁ ଗୋଟେ ଦୋଷୀ ହେବାର ଭାବନା ମନେ ଭାରିଦେଇଗଲା ।


Rate this content
Log in

Similar oriya story from Tragedy