PRABINA KU, KHADANGA

Thriller

4  

PRABINA KU, KHADANGA

Thriller

ମାଟି ଦୀପଟିଏ ଜଳୁଥିଲା .......

ମାଟି ଦୀପଟିଏ ଜଳୁଥିଲା .......

2 mins
74


ମହାପାତ୍ର ବାବୁ ଶେଯ ଧରିବା ପରଠାରୁ , ପୁଅ ବୋହୁ ନାତି ନାତୁଣୀ ମାନଙ୍କ ଭିଡ଼ରେ ଗହଳ ଚହଳ ଲାଗି ରହୁଥିଲା ଘର । ସାନ୍ତ୍ଵନା ଦେବା ପାଇଁ ଅନେକ ଲୋକଙ୍କ ଯିବା ଆସିବା ହୁଏ । ସମସ୍ତେ ମିଛି ମିଛିକା ଲୁହ ଗଡ଼ାଇ କୁମ୍ଭୀର କାନ୍ଦଣା ଗାଇ ଏପଟ ସେପଟ ହୁଅନ୍ତି । ଘର ଭିତରେ ଆଲୋଚନା ଚାଲିଥାଏ ପୁଅ ମାନଙ୍କ ଭିତରେ । ବୋହୂମାନେ ମଧ୍ୟ ଅଂଶ ଗ୍ରହଣ କରନ୍ତି । ବାପା ରୋଗରେ ପଡ଼ିବା ଆଗରୁ ସମସ୍ତେ ଆଶ୍ୱାସନା ଦେବା ଛଡା ଆସି ଦେଖିବା ପାଇଁ କାହା ପାଖରେ ସମୟ ନଥିଲା । କିନ୍ତୁ ବାପା ଅର୍ଜିତ ସମ୍ପତି ଭାଗ ନେବାକୁ ଚାଲିଆଶିଛନ୍ତି ବର୍ତ୍ତମାନ ସମସ୍ତେ । ପୁଅ ବୋହୂ ମାନେ ଠିକ୍ କଲେ ବାପାଙ୍କ ମୃତ୍ୟୁ ପରେ ଗାଁ ଘର ବିଲବାଡ଼ି ସବୁ ବିକ୍ରି କରି ସମସ୍ତେ ସମାନ ଭାବରେ ଭାଗ ନେଇ ଚାଲିଯିବେ । ଆଉ ମା କୁ ସମସ୍ତେ ମାସେ ଲେଖାଏଁ ନିଜ ପାଖରେ ରଖିବେ । ସବୁ ଭାଗ ବଣ୍ଟା ସରିଲା । ବାସ୍ ସମସ୍ତେ ଖାଇ ପିଇ ଶୋଇବାକୁ ଗଲେ । ସେପଟେ ତିନି ବୋହୁ ମିଶି ଘର ଭିତରେ କଥା ବାର୍ତ୍ତା ହେଲେ , ବାପା ଯଦି ଏବେ ନମରନ୍ତି ତେବେ କେତେ ଦିନ ଏମିତି ଆମ୍ଭେମାନେ ଏଇ ଗାଁ ରେ ରହିବା । ଆଉ ସେପଟେ ଗାଁ ରେ କିଛି ମଧ୍ୟ ସୁବିଧା ସୁଯୋଗ ନାହିଁ । ତେଣୁ ଆମେ ସମସ୍ତେ ଗୋଟେ କାମ କରିବା । ସବୁ ଶୋଇ ସାରିଲା ପରେ ଆମେ ଯାଇ ବାପାଙ୍କ ମୁହଁରେ ତକିଆ ଦେଇ ମାରିଦେବା । ଅନ୍ୟ ଦୁଇଜଣ ବୋହୁ ଟିକିଏ ସଙ୍କୋଚ କରୁଥିଲେ । କିନ୍ତୁ ବଡ଼ ବୋହୂର କଥା ମାନି ସମସ୍ତେ ନିଷ୍ପତି ନେଲେ ଆଜି ରାତିରେ ହିଁ ସବୁ କାମ ସାରିଦେବା । 

କିଛି ସମୟ ପରେ ଘରେ କୋଳାହଳ ଟିକିଏ ଥମି ଆସିଲା । କେଉଁ ଏକ ଝଡର ସଂକେତ ବୋଧେ ଅପେକ୍ଷାରେ ଥିଲା । ସେଇ ଅନ୍ଧାର ଭିତରେ ସବୁ ଶାନ୍ତ ନିସ୍ତବ୍ଧତା ଖେଳିଯାଇଥିଲା । ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦକୁ ଝିଙ୍କାରିର ଝିଁ ଝିଂ ଶବ୍ଦ ଶୁଭୁଥାଏ । ତିନି ବୋହୁ ବାହାରିଲେ ବାପାଙ୍କ କୋଠରୀକୁ । ଶାଶୁ ସେଠାରେ ନିଜ ସ୍ଵାମୀଙ୍କ ପାଖ ଶେଯରେ । ସେ ଗତ ଦୁଇ ବର୍ଷ ହେଲା ରୋଗରେ ପୀଡିତା । ପାରାଲେସିସ୍ ରୋଗ ପାଇଁ କାହାକୁ କିଛି ନା କହିପାରନ୍ତି ନା ଉଠିକି କେଉଁଆଡେ ଯାଇପାରନ୍ତି । ଶେଷ ଆଶ୍ରା ନିଜ ସ୍ବାମୀ ମଧ୍ୟ ଶେଷ ନିଃଶ୍ୱାସ ଅପେକ୍ଷାରେ । ବାସ୍ ଏତିକିରେ ସବୁ ଶେଷ ହୋଇଯିବ । କିଛି ଶବ୍ଦ ଶୁଣି ମିସେସ୍ ମହାପାତ୍ର ଚାହିଁଲେ ନିଜ ତିନି ବୋହୁ ମିଶି ନିଜ ସ୍ଵାମୀଙ୍କ ମୁହଁରେ ତକିଆ ଦେଇ ମାଡ଼ି ବସିଛନ୍ତି । ଏ କଣ ଦେଖି ବି କିଛି କହିପାରି ନାହାନ୍ତି । ଆଖିରୁ ଲୁହ ଝରି ଆସୁଥାଏ। ମନର କୋହକୁ ଶୁଣିବା ପାଇଁ ଯେମିତି ସମସ୍ତେ ବଧିର ହୋଇ ସାରିଥିଲେ । ଗୋଡ଼ ହାତ ଛାଟିପିଟି ହେଉଥାଏ । ଶେଷରେ ମହାପାତ୍ର ବାବୁ ଆଖି ବୁଜିଲେ । ବୋହୁ ମାନେ ଅଭିନୟ ମୁତାବକ କାନ୍ଦିବାକୁ ଲାଗିଲେ । ଗାଁ ରେ ଚହଳ ପଡ଼ିଗଲା । ମହାପାତ୍ର ବାବୁ ଚାଲିଗଲେ । ପୁଅ ମାନେ ଆସି ପହଁଚିଲେ ଆଉ ଗାଁର କିଛି ଲୋକ ଆସି ବିଧି ବିଧାନ କରିବା ପାଇଁ ସାହାଯ୍ୟ କଲେ । ଶବକୁ ନେବା ଆଗରୁ ମାଙ୍କୁ ଉଠେଇବା ପାଇଁ ଅନେକ ଚେଷ୍ଟା କଲେ । କିନ୍ତୁ ସେଇ ଝଡର କୋପରେ ମାଆଙ୍କ ଜୀବନ ଦୀପ କେତେବେଳୁ ଲିଭି ସାରିଥିଲା । ଶେଷ ବିଶ୍ୱାସ ଆସ୍ଥା ଭରସା କରୁଥିବା ମା ବାପାଙ୍କ ସ୍ବପ୍ନ ଧୋଇ ଯାଇଥିଲା ଅଜଣା ନିର୍ଦ୍ଦୟତା ଭିତରେ । ଆଉ ଗୋଟେ ଦୀପ ଜଳୁଥିଲା ଦୁଇ ଶବ ଭିତରେ ।


Rate this content
Log in

Similar oriya story from Thriller