Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

PRABINA KU, KHADANGA

Horror Tragedy

4.5  

PRABINA KU, KHADANGA

Horror Tragedy

ଅଦୃଶ୍ୟ ପ୍ରେମିକା

ଅଦୃଶ୍ୟ ପ୍ରେମିକା

3 mins
487


ଶୀତୁଆ କୁହୁଡି ଘେରା ଚାଦର ତଳେ ସୁରୁଜ ଉଙ୍କି ମାରିବା ପାଇଁ ବାଟ ଖୋଜୁଥାଏ । କେଉଁ ଏକ ଅଜଣା ତିଥିର ରାତିର ଶେଷ ପ୍ରହର । ଧ୍ରୁବ ତାରା ଆକାଶରେ ଝଟକୁ ଥାଏ । ନିସ୍ତବ୍ଧତା ଭିତରେ ଦୁଇ ଥର ବିଲୁଆ ବୋବେଇ ଚାଲିଗଲା। ବାଉଁଶ ପତର ଗହଳି ଭିତରୁ ସୁଭୁଥାଏ ଝିଙ୍କାରିର ଶବ୍ଦ । ସେଇ ରାତିରେ ନିଦ ଆସୁ ନଥାଏ , ହଠାତ୍ ନିଦ ଭାଙ୍ଗିଗଲା । ଶୋଇବାକୁ ଯେତେ ଚେଷ୍ଟା କରୁଥିଲି କିନ୍ତୁ ନିଦ ହେଉନଥାଏ। ଜୋର୍ କରି ଝରକା ପିଟି ହୋଇଗଲା ,ବୋଧେ ପବନର ଆଘାତରେ । କବାଟ ଖୋଲି ବାହାରକୁ ଆସିଲି । କୁହୁଡି ଯୋଗୁଁ କିଛି ଦିଶୁ ନଥାଏ । ସାମନାରେ ଥିବା ନଳକୂଅ ପାଖରେ ଟିପ୍ ଟିପ୍ ହୋଇ ପାଣି ପଡୁଥାଏ । କେନାଲ ଆର ପାଖେ କେଇଜଣ ଗଣ୍ଡିରେ ନିଆଁ ଲଗାଇ ଚାରିପଟେ ବସିଥିଲେ । ଶୀତରୁ ରକ୍ଷା ପାଇଁ ମୁଁ ବାହାରି ଗଲି ଗାମୁଛାଟା ଦେହରେ ପକାଇ । ଗଲାବେଳେ କେହି ଜଣେ ଖିପ୍ର ବେଗରେ ଯିବାର ଦେଖାଗଲା । କୁହୁଡି ପାଇଁ ବାରି ହେଲା ନାହିଁ କଣ ମୋ ଆଗଦେଇ ଚାଲିଗଲା । 

କିଛି କ୍ଷଣ ପାଇଁ ପାଦ ଅଟକି ଗଲା । ଆଖି ଖୋଲି ଦେଖିବାକୁ ଲାଗିଲି । ପୁଣି ଆଖିକୁ ଭଲ ଭାବେ ପୋଛି ଦେଇ ଚାଲିଥାଏ । କିଛି ସମୟପରେ କାହାର କରୁଣ ଚିତ୍କାର ଶବ୍ଦ ମୋ କାନକୁ ବାଜି ଚାଲିଗଲା । ଏଥର ଭୟର ଆତଙ୍କ ମନରେ ଖେଳିଗଲା । ଦମ୍ଭ ଧରି ଆଗକୁ ଗଲି । ଦେଖିଲି କେହିଜଣେ ନଈ ଆଡ଼କୁ ମୁହଁ କରି କାନ୍ଦୁଛି । 

ଟିକିଏ ସାହସ ମିଳିଲା ଆଉ କିଛି ପାଦ ଆଡ଼କୁ ଗଲି । ତାଙ୍କ କାନ୍ଧରେ ହାତ ପକାଇ ଦେଇ ପଚାରିବାକୁ ଚାହିଁଲା ବେଳକୁ ହଠାତ୍ ପାଟି କରି ଉଠିଲେ ସେ । ଛୁଅଁନା ଛୁଅଁନା ମୋତେ । ଚମକି ପଡିଲି । ଏଇ ସ୍ୱର ବେଶ୍ ନିଜର ନିଜର ଲାଗୁଥାଏ । ପୁଣି ଭୟକୁ ଦୂରେଇ ପଚାରିଲି କିଏ ତମେ । ଏତେ ରାତିରେ କଣ ପାଇଁ ଏଠି ଠିଆ ହୋଇଛ । କଣ ହୋଇଛି ଏଇ ଶୀତୁଆ ରାତିରେ କଣ ଶୀତ ଲାଗୁନି । ପ୍ରତି ଉତ୍ତର ପାଇଲି - ମୁଁ ନିଜକୁ ହଜେଇ ସାରିଛି ସେଇ ଅନ୍ଧାର ଭିତରେ । କଳଙ୍କିନି ସାଜି ସାରିଛି ଏ ସମାଜରେ । ମୋର ଅସ୍ତିତ୍ୱକୁ ବିକି ସାରିଛି ଯୌନ ପିପାସୁ ମାନଙ୍କ ହାଟରେ । ଝର ଝର ହୋଇ ଲୁହ ବୋହି ଯାଉଥାଏ । 

କିଛି ସମୟ ଚୁପ୍ ରହିଲା ପରେ ସେ କିଏବୋଲି ଦେଖିବାର ଉତ୍କଣ୍ଠା ବଢ଼ିଗଲା । ଇଏ କଣ ଇଏ କଣ .......

ସେଇ ଅସ୍ପଷ୍ଟ ଚେହେରା ଭିତରେ କିଛି ଝାପସା ଆଲୁଅରେ ଦେଖି ଜାଣି ପାରିଲି ସେ ଆଉ କେହି ନୁହଁ ମୋର ଭଲପାଇବା । ବିଷାଦ ଭିତରେ ମୁହଁଟି କେମିତି ଝାଉଁଳି ପଡ଼ିଥିଲା । ତା ପାଖକୁ ଯାଇ ଆଉ ଥରେ ଭଲ ଭାବେ ଆଖି ପୋଛି ଦେଖିଲି । ଯୋଉ ଚିହ୍ନା ପରିଚିତ ରୂପ ଲାବଣ୍ୟ ପ୍ରତିମା ଥିଲା , ଆଜି କେମିତି ଗୋଟେ କୁହୁଡି ଘେରା ଜଳବିନ୍ଦୁ ଭିତରେ କଇଁ ଫୁଲଟି ଝାଉଁଳି ପଡ଼ିଛି। 

କଣ୍ଠ ରୁଦ୍ଧ ହୋଇ ଆସୁଥାଏ ,ଆଖିରୁ ଲୁହ ବୋହି ଛାତିଯାଏ ବୋହି ଯାଉଥାଏ। କଣ ହୋଇଛି ଜାଣିବାକୁ ବ୍ୟାକୁଳ ହୋଇ ପୁଣି ପଚାରିଲି କଣ ହୋଇଛି କୁହ ଏଠି ଏମିତି ଛିଡ଼ା ହୋଇ କାନ୍ଦୁଛ । ସେ ଟିକିଏ ସମୟ ପରେ ଆରମ୍ଭ କଲା ହିନୀମାନିଆ ଜୀବନ କାହାଣୀର ନିର୍ଲଜ କଥା ଗୁଡ଼ିକ । ଗୋଟି ଗୋଟି କରି ସେ କହିବାକୁ ଲାଗିଲା ..........

ମୁଁ ତୁମ ଫୋନ୍ ପାଇ ସନ୍ଧ୍ୟାବେଳେ ତୁମ ସହ ଦେଖା ହେବାକୁ ଆସୁଥାଏ । ହଠାତ୍ କେହି ଜଣେ ମୋ ମୁଣ୍ଡକୁ ଶକ୍ତ ପ୍ରହାର କରିଲା । କିଛି ଭାବିବା ପୂର୍ବରୁ ସେଠାରେ ଟଳି ପଡିଲି । ଆଖି ଖୋଲିଲା ବେଳକୁ ଦେଖିଲି କେଉଁ ଏକ ଅଜଣା ବଣ ଭିତରେ ପଶୁପକ୍ଷୀ ମାନଙ୍କ କଳରବ । ଉଠିବାକୁ ଚେଷ୍ଟା କରୁଥିଲି କିନ୍ତୁ ସାମର୍ଥ୍ୟ ହରେଇ ବସିଥିଲି । ତାପରେ ତାପରେ ...... କାନ୍ଦିବାକୁ ଲାଗିଲା ସେ । ପୁଣି କହିଲା ଚାରି ଚାରି ଜଣ ଗୋଟାକ ପରେ ଗୋଟିଏ ସମସ୍ତେ ମୋ ସହ ............ 

ଆଖି ପିଛୁଳାକେ ସ୍ତବ୍ଧ ହୋଇଗଲି । ତାପରେ ସେ କାନ୍ଦି କାନ୍ଦି ତଳେ ଲୋଟି ଯିବା ଭଳି ଦେଖି ଧରିବାକୁ ଯାଉଛି । କିନ୍ତୁ ଧରିପାରିଲି ନାହିଁ। ସେଇ ଅନ୍ଧାର କୁହୁଡି ଭିତରେ ଧୀରେ ଧୀରେ ମିଳେଇ ଗଲା। ସେ ଥିଲା ମୋର ବୋଧେ ଅଦୃଶ୍ୟ ପ୍ରେମିକା । ମୁଁ ସେମିତି ସେଇଠି ବସି ରହିଥାଏ । ସକାଳ ହେଲା ଧୀରେ ଧୀରେ ଆଲୁଅ ବଢ଼ିବାରେ ଲାଗିଲା ଆଉ ଲୁହ ପୋଛି ପୋଛି ଦେଖିଲି ସେଇ କେନାଲ ଆରପାଖେ ନିଆଁ ପୋଉଁଥିବା ଲୋକ ମାନଙ୍କ ଭିତରେ ମୋ ପ୍ରେମିକାର ନିର୍ଜୀବ ଦେହଟି ପାଉଁଶ ହେଉଥିଲା ।


Rate this content
Log in

More oriya story from PRABINA KU, KHADANGA

Similar oriya story from Horror